Horticulture

ଏହି ପେନସନ ଯୋଜନାରୁ ମହିଳାଙ୍କୁ ମିଳିବ ୩୬୦୦ଟଙ୍କା,ଜାଣନ୍ତୁ ଫାଇଦା...

ବିହାର ସରକାର (Bihar government) ଏଭଳି ଏକ ଯୋଜନା ଆରମ୍ଭ କରିଛନ୍ତି । ଯେଉଁଥିରେ ମହିଳାମାନେ ବାର୍ଷିକ ୩୬୦୦ ଟଙ୍କା ପେନସନ ପାଆନ୍ତି ଏବଂ ଏହି ଟଙ୍କା ଗରିବ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥାଏ ।

31 December, 2021 12:20 PM IST By: Sudesna Nayak

ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ କରିବା ପାଇଁ କେନ୍ଦ୍ର ସରକାର (central government) ଏବଂ ଅନେକ ରାଜ୍ୟ ସରକାର (state government) ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ସରକାର ଗରିବ ମହିଳାମାନଙ୍କୁ (women) ଆର୍ଥିକ ଦୃଷ୍ଟିରୁ ମଜବୁତ କରିବାକୁ ଚାହୁଁଛନ୍ତି ।

ଯାହାକୁ ନେଇ ବିହାର ସରକାର (Bihar government) ଏଭଳି ଏକ ଯୋଜନା ଆରମ୍ଭ କରିଛନ୍ତି । ଯେଉଁଥିରେ ମହିଳାମାନେ ବାର୍ଷିକ ୩୬୦୦ ଟଙ୍କା ପେନସନ ପାଆନ୍ତି ଏବଂ ଏହି ଟଙ୍କା ଗରିବ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥାଏ । ଯଦି ଆପଣମାନେ ମଧ୍ୟ ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ।

ତେବେ ଚାଲନ୍ତୁ ଜାଣିବା ଏହି ଯୋଜନା ବିଷୟରେ…

ଆପଣମାନଙ୍କୁ ୩୬୦୦ ଟଙ୍କା ପେନସନ ମିଳିବ - ରାଜ୍ୟ ସରକାରଙ୍କ ଏହି ଯୋଜନାର ନାମ ଲକ୍ଷ୍ମୀବାଇ ସାମାଜିକ ସୁରକ୍ଷା ଯୋଜନା (Laxmibai Social Security Pension Scheme) । ଯେଉଁଥିରେ ମହିଳାମାନଙ୍କୁ ପ୍ରତି ମାସରେ ୩୦୦ (300) ଟଙ୍କା ଆର୍ଥିକ ସହାୟତା ଦିଆଯାଏ । ଯାହା ବାର୍ଷିକ ୩୬୦୦ (3600) ଟଙ୍କା ଅଟେ । ଏହି ଯୋଜନାର ଲାଭ ଉଠାଇବା ପାଇଁ ମହିଳାମାନଙ୍କର ସର୍ବନିମ୍ନ ବୟସ ୧୮ ବର୍ଷ ହେବା ଉଚିତ୍ ଏବଂ ସେ ବିହାରର ସ୍ଥାୟୀ ବାସିନ୍ଦା ମଧ୍ୟ ହେବା ଉଚିତ୍ ।

ଲକ୍ଷ୍ମୀବାଇ ସାମାଜିକ ସୁରକ୍ଷା ଯୋଜନା (Laxmibai Social Security Pension Scheme) ବିହାର ସରକାର (Bihar government)ଙ୍କ ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା ପରିଚାଳିତ। ଯେଉଁଥିରେ ବିହାରରେ ରହୁଥିବା ମହିଳାମାନଙ୍କୁ ଆର୍ଥିକ ସହାୟତା ଦିଆଯାଏ । ଏହା ବ୍ୟତୀତ ରାଜ୍ୟରେ ନିମ୍ନ ଦାରିଦ୍ର୍ୟ ବର୍ଗର ମହିଳା (below poverty line)ମାନଙ୍କୁ ମଧ୍ୟ ଏହାର ସୁବିଧା ଦିଆଯାଉଛି ।

ଏହି ଯୋଜନାର ଲାଭ କିପରି ପାଇବେ - ଯଦି ଆପଣ ଏହି ଯୋଜନାରେ ପେନ୍ସନ୍ ନେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କର ବୟସ ୧୮ (18 age)ବର୍ଷରୁ ଅଧିକ ହେବା ଉଚିତ୍ । ଆହୁରି ମଧ୍ୟ, ମହିଳାଙ୍କ ପରିବାରର ବାର୍ଷିକ ଆୟ ୬୦ ହଜାର ଟଙ୍କା କିମ୍ବା ତାଠାରୁ କମ୍ ହେବା ଉଚିତ୍ । ଏହି ସମୟରେ, ଏହି ଯୋଜନାର ଲାଭ ପାଇବାକୁ ଉଠାଇବାକୁ ହେଲେ, ଆପଣମାନେ ଉଭୟ ଅନଲାଇନ ଏବଂ ଅଫଲାଇନରେ ପ୍ରୟୋଗ କରିପାରିବେ ।

ଏହି ଯୋଜନାରେ ବିନିଯୋଗ ପାଇଁ ଏହି ଦଲିଲଗୁଡ଼ିକ ଆବଶ୍ୟକ, ଜାଣି ରଖନ୍ତୁ...

  • ଆଧାର କାର୍ଡ (Aadhaar card)
  • ଠିକଣା ପ୍ରମାଣ (residence certificate)
  • ବିପିଏଲ ରେସନ କାର୍ଡ (BPL)
  • ମୋବାଇଲ୍ ନମ୍ବର (mobile number)
  • ବ୍ୟାଙ୍କ ଆକାଉଣ୍ଟ ବିବରଣୀ (bank account details)
  • ପାସପୋର୍ଟ ସାଇଜ୍ ଫଟୋ (passport size photographs)
  • ଇ ମେଲ୍ ID (email ID)
  • ପରିଚୟ ପତ୍ର (identity card)
  • ସ୍ୱାମୀଙ୍କ ମୃତ୍ୟୁ ପ୍ରମାଣପତ୍ର (husband's death certificate)
  • ବୟସ ପ୍ରମାଣପତ୍ର (age certificate)
  • ଆୟ ପ୍ରମାଣପତ୍ର (income certificate)

ଜାନୁଆରୀ ୧ ରୁ ATM ରୁ ଟଙ୍କା କାଢ଼ିବା ଓ ଭର୍ତ୍ତି କରିବା ହେବ ମହଙ୍ଗା

ଗରିବଙ୍କୁ ଶସ୍ତାରେ ମିଳିବ ପେଟ୍ରୋଲ-ଡିଜେଲ, ୨୫ ଟଙ୍କା କମିଲା ତୈଳ ଦର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)