1. କୃଷି ଖବର

ପେନସନଭୋଗୀଙ୍କ ପାଇଁ ଗୁଡ ନ୍ୟୁଜ୍ : ଘରେ ବସି ଦାଖଲ କରିପାରିବେ ପରିଚୟ ପତ୍ର ସହ ଲାଇଫ ସାର୍ଟିଫିକେଟ

ଏଣିକି ଦୂର ହେବ ପେନସନଭୋଗୀମାନଙ୍କ ସମସ୍ୟା । ଘରେ ବସି ମଧ୍ୟ କରିପାରିବେ ପରିଚୟପତ୍ର ଓ ଲାଇଫ ସାର୍ଟିଫିକେଟ ଦାଖଲ ।

Sudesna Nayak
Sudesna Nayak
CM naveen patnaik launches digital life certificate mechanism for pensioners

CM naveen patnaik launches digital life certificate mechanism for pensioners

ଏଣିକି ଦୂର ହେବ ପେନସନଭୋଗୀମାନଙ୍କ ସମସ୍ୟା । ଘରେ ବସି ମଧ୍ୟ କରିପାରିବେ ପରିଚୟପତ୍ର ଓ ଲାଇଫ ସାର୍ଟିଫିକେଟ ଦାଖଲ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି (ବୁଧବାର ଦିନ) ପେନସନଭୋଗୀମାନଙ୍କ ପାଇଁ ଡିଜିଟାଲ ଲାଇଫ ସାର୍ଟିଫିକେଟର ଶୁଭାରମ୍ଭ କରିଛନ୍ତି । ପେନସନଭୋଗୀମାନଙ୍କ ପାଇଁ ଏଭଳି ଡିଜିଟାଲ ସେବା କାର୍ଯ୍ୟକାରୀ କରିବାରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ନବୀନ ପଟ୍ଟନାୟକ କହିଛନ୍ତି ଯେ, ୫ଟି (5T) ଏବଂ ମୋ ସରକାର ଦ୍ଵାରା ପେନସନଭୋଗୀମାନଙ୍କ ସମସ୍ୟା ଦୂର ହେବ । ନୂତନ ପଦ୍ଧତିରେ ହିଁ , ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଧାରିତ ଭିଡିଓ-ଯାଞ୍ଚ୍ ପ୍ରକ୍ରିୟା ମାଧ୍ୟମରେ ପେନସନଭୋଗୀମାନଙ୍କ ପରିଚୟ ପତ୍ର ଏବଂ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ ।

ସୂଚନା ଥାଉ କି, ମୋବାଇଲର ବ୍ୟବହାର କରି କୌଣସି ସରକାରୀ କାର୍ଯ୍ୟାଳୟ ନ ଯାଇ ସେମାନେ ପରିଚୟ ଏବଂ ଲାଇଫ୍ ସାର୍ଟିଫିକେଟ ଡିଜିଟାଲ ଦାଖଲ କରିପାରିବେ । ଯାହା ଦ୍ବାରା ସେମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

ପ୍ରକାଶ ଥାଉ ଯେ, ପେନସନଭୋଗୀମାନଙ୍କ ପାଇଁ ଏହା ଖୁବ ସହାୟକ ହେବ । ଏହି ସୁବିଧା ସାରା ରାଜ୍ୟରେ ଥିବା ‘ମୋ ସେବା କେନ୍ଦ୍ର’ରେ ମଧ୍ୟ ଉପଲବ୍ଧ ହେବ ବୋଲି ଜଣାପଡିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇ-ଡାଏରୀର ମଧ୍ୟ ଉନ୍ମୋଚନ କରିଛନ୍ତି । ଯାହା ଦ୍ଵାରା ସରକାରୀ ଡାଏରୀରେ ଥିବା ସମସ୍ତ ସୂଚନା ମୋବାଇଲ ଫୋନ ମାଧ୍ୟମରେ ନାଗରିକମାନେ ସହଜରେ ଏବଂ ସୁବିଧାଜନକ ଭାବେ ପାଇପାରିବେ ।

ପେନସନଭୋଗୀଙ୍କ ପାଇଁ ବହୁତ ବଡ ଖୁସି ଖବର । ଘରେ ବସି ଦାଖଲ କରିପାରିବେ ପରିଚୟ ପତ୍ର ସହ ଲାଇଫ ସାର୍ଟିଫିକେଟ ।

ସରକାରୀ କର୍ମଚାରୀଙ୍କ ପାଇଁ ବଡ ଖୁସି ଖବର, ନୂଆ ବର୍ଷରେ ପୁଣି ବଢ଼ିବ ଦରମା

ବାତ୍ୟା ‘ଜଓ୍ୱାଦ’କ୍ଷତିଗ୍ରସ୍ତଙ୍କ ପାଇଁ ଆର୍ଥିକ ସହାୟତା : ୫୦୭ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments