1. ଉଦ୍ୟାନ କୃଷି

କର୍କଟ ରୋଗ ଲାଗି ଚିନ୍ତିତ କି ???

ବର୍ତ୍ତମାନ ଯୁଗ ର ଦୈନ୍ୟଦିନ ଜୀବନରେ ଭରିରହିଛି କୁତ୍ରିମତା ,ଖାଦ୍ୟ ପାନ୍ୟ ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟକଳାପ ଲାଗି ମଣିଷ ନିର୍ଭରଶୀଳ ମେସିନ ଯୁଗ ର ଅତ୍ୟାଧୁନିକ କୁତ୍ରିମ୍ ଉପକରଣ ଉପରେ।ଫଳ ସ୍ୱରୂପ ଜୀବନ ଶୈଳୀ ରେ ମଧ୍ୟ ବହୁ ପ୍ରକାର ର ପରିବର୍ତନ ହେବାର ଦେଖା ଯାଉଛି,ବିଶେଷ କରି ଭୋଜନ ଶୈଳୀ ରେ ।

KJ Staff
KJ Staff

ବର୍ତ୍ତମାନ ଯୁଗ ର ଦୈନ୍ୟଦିନ ଜୀବନରେ ଭରିରହିଛି କୁତ୍ରିମତା ,ଖାଦ୍ୟ ପାନ୍ୟ ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟକଳାପ ଲାଗି ମଣିଷ ନିର୍ଭରଶୀଳ ମେସିନ ଯୁଗ ର ଅତ୍ୟାଧୁନିକ କୁତ୍ରିମ୍ ଉପକରଣ ଉପରେ।ଫଳ ସ୍ୱରୂପ ଜୀବନ ଶୈଳୀ ରେ ମଧ୍ୟ ବହୁ ପ୍ରକାର ର ପରିବର୍ତନ ହେବାର ଦେଖା ଯାଉଛି,ବିଶେଷ କରି ଭୋଜନ ଶୈଳୀ ରେ ।ଏବେ ସମସ୍ତେ ବଜାର ରେ ବିକ୍ରି ହେଉଥିବା ଫାଷ୍ଟ ଫୁଡ୍ ଲାଗି ଅଧିକ ରୁଚି ଦେଖାଉଛନ୍ତି ,ଘରେ ରାନ୍ଧି ଖାଇବାକୁ ସମୟ ର ଘୋର ଅଭାବ ଦେଖିବାକୁ ମିଳୁଛି ।ତେବେ ଏହି ସବୁ ପରିବର୍ତ୍ତନ ଭିତରେ ଆମେ ଭୁଲି ଯାଇଛେ ଆମ ଶରୀର ର ଆବଶ୍ୟକତା କୁ,ସୁସ୍ଥ ସବଳ ଜୀବନ ଯାପନ କରିବାର ଶୈଳୀ କୁ ଏବଂ ଏହା ଦ୍ୱାରା ଆମନ୍ତ୍ରଣ କରୁଛେ କର୍କଟ ପରି ଭୟଙ୍କର ରୋଗ କୁ।ତେବେ ସମୟ ଥିଲା ଭିତରେ ସଚେତନ ହେବା ଅତିଆବସ୍ୟକ ତେଣୁ ଏହି ପରି କେତୋଟି ଖାଦ୍ୟ କୁ ଗ୍ରହଣ କରିବା ଦ୍ୱାରା କର୍କଟ ର ସମ୍ଭାବନା କମ୍ ଥାଏ।

୧) ରସୁଣ: ଏଥିରେ ଥିବା ସଲ୍ଫର୍ ଦ୍ୱାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ଏବଂ ଟ୍ୟୁମର ର ଆଶଙ୍କା କମି ଥାଏ।ତେଣୁ ବିଶେଷଜ୍ଞ ଙ୍କ ମତରେ ଭୋଜନରେ ରସୁଣ କୁ ମିଶାଇଲେ ପାକସ୍ଥଳୀ କର୍କଟ ର ସମ୍ଭାବନା ଶତକଡ଼ା ୧୨ ଭାଗ କମ୍ ରୁହେ ।


୨) ବ୍ରୋକୋଲି:ସବୁଜ ରଙ୍ଗ ର ଏହି କୋବି ରେ ଥିବା ଫାଇବର୍ ଦ୍ୱାରା ମେଧବହୁଳ ହ୍ରାସ ହେବ ସଙ୍ଗେ ସଙ୍ଗେ କର୍କଟ ରୋଗ ରୁ ରକ୍ଷା ମିଳିଥାଏ।ତେଣୁ ଏହାକୁ ସିଝାଇ ବା କଞ୍ଚା ଶାଲାଡ କିମ୍ବା ସୁପ୍ ଆକାରରେ ଖାଇପରିବେ।


୩) ଲେମ୍ବୁପାଣି: ଦୈନିକ ସଦ୍ୟ ଲେମ୍ବୁ ପାଣି ବା ଲେମ୍ବୁ ଜାତୀୟ ଫଳ ଖାଇଲେ ପାଟି , ତଣ୍ଟି ଓ ପାକସ୍ଥଳୀ କର୍କଟ ର ଆଶଙ୍କା କମ୍ ରୁହେ।

୪) ଶାଳମନ୍ ମାଛ: ଅଷ୍ଟ୍ରେଲିଆ ବିଶେଷଜ୍ଞ ଙ୍କ ମତରେ ସପ୍ତାହ କୁ ୪ ରୁ ଅଧିକ ଥର ମାଛ ଖାଉଥିବା ବ୍ୟକ୍ତି ମାନେ ପ୍ରାୟେ ୩ ଭାଗ ରୁ ୧ ଭାଗ ବିଭିନ୍ନ ପ୍ରକାର ରକ୍ତ କର୍କଟ ରୁ କମ ଆକ୍ରାନ୍ତ ହୁଅନ୍ତି।ସେହିପରି omega-3s ଫ୍ୟାଟି ଏଚିଡ୍ ଥିବା ମାଛ ଗୁଡ଼ିକ ମହିଳା ମାନଙ୍କ ଲାଗି ବେଶ୍ ଉପଯୋଗୀ।


୫) କଳା ଚା - ଯେଉଁ ମହିଳା ମାନେ ଦିନକୁ ୨ ଥର କଳା ଚା ବା ବ୍ଳାକ ଟି ପିଅନ୍ତି ,ସେମାନଙ୍କ ଠାରେ ଅଣ୍ଡାଶୟ କର୍କଟ ରୋଗ ର ସମସ୍ୟା କମ୍ ଦେଖାଯାଇଛି ।ଗବେଷଣା ରୁ ଏହାର କାରଣ ଚା ରେ ଥିବା ଫ୍ଲାବନଏଡ୍ (flavonoids)ବୋଲି ଜଣାପଡିଛି।


୬) ସେଉ: "an apple a day keeps a doctor away" ଏହା ଆମେ ସମସ୍ତେ ଶୁଣିଥିବା ନିଶ୍ଚିନ୍ତ।ତେବେ ଏହା କୁ ଦୈନଦିନ ଜୀବନରେ କାର୍ଯ୍ୟକାରୀ କରିବା ନିହାତି ଆବଶ୍ୟକ।ଏଥିରେ ଥିବା ଫାଇବର ପେଟ ରେ ଶଢ଼ି ଯେଉଁ ପଦାର୍ଥ ତିଆରି କରେ ତାହା କର୍କଟ ରୁ ରକ୍ଷା ଦେଇଥାଏ।


୭) ବିନ୍ ମଞ୍ଜି ର ଗଜା: ଏହି ଗଜା ରେ ସର୍ବାଧିକ ମାତ୍ରା ର ପ୍ରାକୃତିକ କର୍କଟ ପ୍ରତିରୋଧକ ଦ୍ରବ୍ୟ(ସଲ୍ଫୋରାଫେନ୍) ଦେଖିବାକୁ ମିଳିଛି।ତେଣୁ ଏହାକୁ ନିୟମିତ ଗ୍ରହଣ କରିବାର ଅଭ୍ୟାସ ରଖିବା ଉଚିତ୍।

୮) ବନ୍ଧାକୋବି: ବ୍ରୋକୋଲି ପରି ଏଥିରେ ମଧ୍ୟ ଥିବା ଵାୟୋ ଫ୍ଲାଭେନଏଡ୍ ଦ୍ୱାରା ବିଶେଷ କରି ପେଟ ର କର୍କଟ ରୋଗ ସମସ୍ୟା ରୁ ମୁକ୍ତି ଦେଇଥାଏ।ଏହା ସହ ନିୟମିତ ବନ୍ଧାକୋବି ଖାଉଥିବା ମହିଳା ମାନଙ୍କ ଠାରେ ମଧ୍ୟ ଶତକଡ଼ା ୪୫ ଭାଗ ସ୍ଥନ କର୍କଟ ସମ୍ଭାବନା କମ୍ ଦେଖାଯାଇଛି।

୯) ଗାଜର: ଗାଜର ରେ ପ୍ରଚୁର ମାତ୍ରା ରେ ଭିଟାମିନ ଏ ଥାଏ ଯାହା ଆଖି ଲାଗି ବହୁତ୍ ପ୍ରଭାବଶାଳୀ ,ଏହା ବ୍ୟତୀତ ଫୁସଫୁସ ଜନିତ କର୍କଟ ରୋଗ ରୁ ମଧ୍ୟ ଏହା ସୁରକ୍ଷା ଦେଇଥାଏ।


୯) ଗାଜର: ଗାଜର ରେ ପ୍ରଚୁର ମାତ୍ରା ରେ ଭିଟାମିନ ଏ ଥାଏ ଯାହା ଆଖି ଲାଗି ବହୁତ୍ ପ୍ରଭାବଶାଳୀ ,ଏହା ବ୍ୟତୀତ ଫୁସଫୁସ ଜନିତ କର୍କଟ ରୋଗ ରୁ ମଧ୍ୟ ଏହା ସୁରକ୍ଷା ଦେଇଥାଏ।


୧୦)କଫି: ଯଦି ଏହା ଆପଣଙ୍କର ପ୍ରଥମ ପସନ୍ଦ,ତେବେ ଆପଣ କର୍କଟ ରୁ ବେଶ୍ ଦୂରରେ ଅଛନ୍ତି।ଗବେଷଣା ରୁ ଜଣାପଡିଛି ଯେ ନିୟମିତ ୪ କପ୍ ରୁ ଅଧିକ କଫି ପିଉଥିବା ବ୍ୟକ୍ତି ଙ୍କ ପାଖରେ ଶତକଡ଼ା ୧୫ ଭାଗ ପେଟ ଜନିତ କର୍କଟ ରୋଗ କମ୍ ଦେଖା ଯାଇଛି।


୧୧) ଖଜୁରୀ କୋଳି: ଭୋଜନ ପରେ ଖଜୁରୀ ଖାଇବା ର ଅଭ୍ୟାସ ରଖନ୍ତୁ।ଏଥିରେ ଥିବା ପୋଲି - ଫିନୋଲ୍ ବହୁ ପ୍ରକାର କର୍କଟ ରୋଗ ରୁ ସୁରକ୍ଷା ଦେଇଥାଏ।


୧୨) ସିଝା ଅଣ୍ଡା: ଅଣ୍ଡା କେଶର ରେ ବିଶେଷ ଭାବେ ଭିଟାମିନ ଡି ଥାଏ ଯାହା କର୍କଟ ବ୍ୟତୀତ ମଧୁମେହ ଓ ହୃଦ୍ ରୋଗ ର ସମ୍ଭାବନା କୁ ହ୍ରାସ କରାଇଥାଏ।


୧୩) ମଟର ଛୁଇଁ: ଡାଲି ଜାତୀୟ ଫସଲ ବିଶେଷ କରି ମଟର ଛୁଇଁ ରେ ଥିବା ଫାଇଟୋ କେମିକଲ୍ ପେଟ ଜନିତ କର୍କଟ ରୋଗ ରୁ ରକ୍ଷା କରିଥାଏ।


୧୪) ଅଦା: ଅଦା ଓଡ଼ିଆ ହାଣ୍ଡିଶାଳରେ ବେଶ୍ ପରିଚିତ।ତେବେ ନିୟମିତ ଅଦା ଖାଇଲେ ଅଣ୍ଡାଶୟ ଜନିତ କର୍କଟ ଏବଂ ପେଟ କାଟିବା ବା ବିନ୍ଧା ହେବା ଭଳି ସମସ୍ୟା ରୁ ଲାଗଭ ମିଳିଥାଏ ।ଏବେ ତାହାଲେ ଡେରି କରନ୍ତୁ ନାହିଁ,ଭୋଜନ ପ୍ରସ୍ତୁତି ରେ ହଉ ବା ଚା କପ୍ ରେ ହଉ ,ଅଦା ଖଣ୍ଡେ ଛେଚି ନିହାତି ବ୍ୟବହାର କରନ୍ତୁ। 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ