ଗତ କିଛି ବର୍ଷ ମଧ୍ୟରେ ସିନେତାରକାଙ୍କ ଜୀବନଶୈଳୀ ଦେଖି ଆମେ ସାଧାରଣ ବର୍ଗ ର ଲୋକ ମଧ୍ୟ ବେଶ୍ ଆକର୍ଷିତ ହେଉଛେ।ତେବେ ତାଙ୍କ ଭଳି ଲୋଭନୀୟ ଶରୀର ଗଠନର ଏବଂ ଜୀବନଶୈଳୀ ର ଆଶା ଯେ କାହାକୁ ନଥିବା !! ତେବେ ସେହିପରି ଜୀବନ ଶୈଳୀ ଲାଗି ପ୍ରଥମେ ଦରକାର ଉଚିତ୍ ଖଦ୍ୟପାନୀୟ ଏବଂ ସେଥିମଧ୍ୟରୁ ଅନ୍ୟତମ ପ୍ରୋଟିନ ବା ସ୍ନେହସାର।ଏହା ଶରୀର କୁ ସତେଜ ରଖେ ଏବଂ ଓଜାନ୍ ବୃଦ୍ଧି ପରି ସମସ୍ୟା ରୁ ରକ୍ଷା ଦେଇଥାଏ।ପୃଷ୍ଟିସାର ପରିବର୍ତ୍ତେ ଅଧିକ ସ୍ନେହସାର ଭୋଜନ ଭାବେ ଗ୍ରହଣ କଲେ ମେଧ ବହୁଳ ମଧ୍ୟ ମୁକ୍ତି ମିଳେ।
ଜିମ୍ ଅବା ପ୍ରାତଃଭ୍ରମନ ରୁ ଫେରିଲା ପରେ ଅଧିକାଂଶ ପ୍ରୋଟିନ ସେକ୍ ବା ପ୍ରୋଟିନ ପାନୀୟ ପିଇବାକୁ ପସନ୍ଦ କରନ୍ତି ।କାରଣ ସ୍ବାସ୍ଥ୍ୟ ପାଇଁ ଏଇ ପାନୀୟ ଖୁବ୍ ହିତକାରୀ।ଅନ୍ୟପକ୍ଷେ ବଜାରରେ ଓ ଅନ ଲାଇନ୍ ସପିଙ୍ଗ ରେ ବିଭିନ୍ନ କମ୍ପାନୀର ପ୍ରୋଟିନ ସେକ୍ ଉପଲବ୍ଧ ହେଉଛି ।ମାତ୍ର ବିଶେଷଜ୍ଞଙ୍କ ମତରେ ପ୍ରୋଟିନ ସେକ କୁ ଘରେ ପ୍ରସ୍ତୁତ କରି ପିଇବା ସବୁଠାରୁ ଉତ୍ତମ।ଏବେ ପ୍ରଶ୍ନ ଉଠୁଚି ଏହାର ପ୍ରସ୍ତୁତି କରିବେ କେମିତି??
ପେସ୍ତା ବାଦାମ ,କାଜୁ, ବାଦାମ ଇତ୍ୟାଦି ଡ୍ରାଏଫ୍ରୁଟ କୁ ରାତିରେ ଭିଜେଇ ସକାଳୁ କ୍ଷୀର ସହ ବାଟି ପ୍ରସ୍ତୁତ କରିହେବ ଏହି ପ୍ରୋଟିନ ସେକ।ସେହିପରି ଫ୍ରୁଟ ସେକ ଯଥା ଶେଉ ସହ ପେସ୍ତା ବାଦାମ କ୍ଷୀରରେ ମିଶାଇ ମଧ୍ୟ ଉତ୍ତମ ମାନର ପ୍ରୋଟିନ ସେକ ତିଆରି କରି ହେବ।ଅନ୍ୟପକ୍ଷେ କ୍ଷୀର ଭଲ ନ ଲାଗୁଥିଲେ ,ବୁଟ ଗଜା , ମୁଗ ଗଜା ଇତ୍ୟାଦି ଖାଇ ପାରିବେ।ଏହାକୁ ପ୍ରସ୍ତୁତ କରିବା ଲାଗି ଗୋଟା ମୁଗ, ବୁଟ, ଚଣା ଇତ୍ୟାଦି କୁ ରାତିରେ ଭିଜା ଏକ ସଫା କପଡା ରେ ବାନ୍ଧି ଦିଅନ୍ତୁ।ଏହା ସକାଳୁ ଗଜା ହୋଇଯାଏ ଏବଂ ଏଥିରେ ଅଳ୍ପ ଲେମ୍ବୁ ଚିପୁଡି ଖାଇଲେ ଏହା ଶରୀର ପ୍ରତି ବେଶ୍ ଉପକାରୀ।
ଏହି ପ୍ରୋଟିନ ସେକ ପ୍ରଥମେ ବିଦେଶୀ ରାଷ୍ଟ୍ରରେ ମୂଳଦୁଆ ପଡିଥିବାର ଅନୁମାନ କରାଯାଉଛି।ହଲିଉଡ୍ କଳାକାର ଲିଓନାର୍ଡୋ ଡି କାପ୍ରିଓ ଥରେ ଅସୁସ୍ଥ ଥିଲା ବେଳେ ଡାକ୍ତର ତାଙ୍କୁ ଏହି ଘରୋଇ ପ୍ରୋଟିନ ସେକ ର ପରାମର୍ଶ ଦେଇଥିଲେ।ପରେ ଏକ ସାକ୍ଷାତକାର ରେ ସେ କହିଥିଲେ ଯେ ଡାକ୍ତରଙ୍କ ପ୍ରୋଟିନ ସେକ୍ ପାଇଁ ହିଁ ସେ ସୁସ୍ଥ ଅଛନ୍ତି।ଏହା ପର ଠାରୁ ବିଶ୍ୱବାଜରରେ ପ୍ରୋଟିନ ପାନୀୟର ମୂଳଦୁଆ ପଡ଼ିବାର ଅନୁମାନ କରାଯାଉଛି।
Share your comments