1. ଉଦ୍ୟାନ କୃଷି

ଏହି ଟୋଲ୍ ଫ୍ରି ନମ୍ବରରେ କଲ୍ କରି ଉପଭୋଗ କରନ୍ତୁ SBI ର ଅନେକ ସୁବିଧା ; ମେସେଜ ମଧ୍ୟ କରିପାରିବେ

ଯଦି ଆପଣମାନେ ମଧ୍ୟ ଏସବିଆଇ (SBI)ର ଗ୍ରାହକ, ତେବେ ଆପଣ ଘରେ ବସି ହିଁ ଅନେକ ସୁବିଧା ସୁଯୋଗ ନେଇପାରିବେ ।

Sudesna Nayak
Sudesna Nayak
SBI toll free number know account balance and many benefits

SBI toll free number know account balance and many benefits

ଯଦି ଆପଣମାନେ ମଧ୍ୟ ଏସବିଆଇ (SBI)ର ଗ୍ରାହକ, ତେବେ ଆପଣ ଘରେ ବସି ହିଁ ଅନେକ ସୁବିଧା ସୁଯୋଗ ନେଇପାରିବେ ।

ଆପଣ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ୍ ବାଲାନ୍ସ ସହିତ ଶେଷ ୫ ଟି କାରବାର ବିଷୟରେ ମଧ୍ୟ ସୂଚନା ପାଇପାରିବେ । ଏଥିପାଇଁ ଆପଣଙ୍କୁ ବ୍ୟାଙ୍କକୁ ଏକ ଟୋଲ୍ ଫ୍ରି ନମ୍ବରରେ କଲ୍ କରିବାକୁ ପଡ଼ିବ । ଏହି ନମ୍ବରରେ ମେସେଜ୍ ମଧ୍ଯ କରି ଆପଣ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ୍ ବାଲାନ୍ସ ବିବରଣୀ ମଧ୍ୟ ପାଇପାରିବେ ।

ଏସବିଆଇ (SBI) ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ୍ କରି ଏହି ସୂଚନା ଦେଇଛି । ତେବେ ଚାଲନ୍ତୁ ଜାଣିବା କେଉଁ ନମ୍ବରରେ ଆପଣ କଲ୍ କରିପାରିବେ…

ଏହି ନମ୍ବରକୁ କଲ୍ କରନ୍ତୁ,ଜାଣନ୍ତୁ...

ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) SBI ଗ୍ରାହକଙ୍କ ପାଇଁ ମୋବାଇଲରେ ଅନେକ ସେବା ଆରମ୍ଭ କରିଛି । ବର୍ତ୍ତମାନ ଗ୍ରାହକ ଘରେ ବସିଥିବା ସମୟରେ ଗୋଟିଏ ଫୋନ୍ କଲରେ ଅନେକ ସେବାଗୁଡିକର ଲାଭ ଉଠାଇ ପାରିବେ । ଏଥିପାଇଁ, ଆପଣ ଏସବିଆଇ (SBI) ର ଟୋଲ୍ ଫ୍ରି ନମ୍ବର (toll free number) ୧୮୦୦ ୧୨୩୪ (1800 1234) କୁ କଲ କରି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟର ବାଲାନ୍ସ ଜାଣିପାରିବେ ।

ଏହାର ଉପକାରିତା ବିଷୟରେ, ଜାଣନ୍ତୁ...

  • ଏହି ନମ୍ବରରେ ମେସେଜ୍ କରି ଆପଣମାନେ ଆପଣଙ୍କର ବ୍ୟାଙ୍କ ଖାତାର ବାଲାନ୍ସ ବିବରଣୀ ମଧ୍ୟ ପାଇପାରିବେ ।
  • ଏହି ଟୋଲ୍ ଫ୍ରି ନମ୍ବରକୁ କଲ କରି ଆପଣ ଏଟିଏମ୍ କାର୍ଡ଼ ପୁନଃ ପ୍ରାପ୍ତ କରିପାରିବେ ।
  • ଏହି ଟୋଲ୍ ଫ୍ରି ନମ୍ବରକୁ କଲ କରି ଆପଣ ବର୍ତ୍ତମାନର ATM କାର୍ଡ଼କୁ ବ୍ଲକ୍ ମଧ୍ୟ କରିପାରିବେ ।
  • ଏହି ନମ୍ବରର ସାହାଯ୍ୟରେ, ଆପଣ ଏଟିଏମର PIN ନମ୍ବର ମଧ୍ୟ ସୃଷ୍ଟି କରିପାରିବେ ।
  • ଏଟିଏମ୍ କାର୍ଡ଼କୁ ବ୍ଲକ୍ କରିବା ପରେ, ଆପଣ ନୂଆ ଏଟିଏମ୍ କାର୍ଡ଼ ପାଇଁ ଏହି ନମ୍ବରର ସାହାଯ୍ୟ ନେଇପାରିବେ ।

ପ୍ରକାଶ ଥାଉ ଯେ, ଏସବିଆଇ (SBI)କହିଛି ଯେ, ଏହି କଲ୍ ସେବା ସହିତ ଗ୍ରାହକମାନେ କାହା ସହିତ ଯୋଗାଯୋଗ ନ କରି ବ୍ୟାଙ୍କର କାର୍ଯ୍ୟ ସହିତ କାରବାର କରିବାରେ ସମସ୍ତ ସୁବିଧା ପାଇବେ ।

ଶସ୍ତାରେ ଘର ବିକ୍ରି କରୁଛି ଏହି ବ୍ୟାଙ୍କ, ଜାଣନ୍ତୁ କିପରି କିଣିବେ ଆପଣଙ୍କ ସ୍ବପ୍ନର ଘର...

ଆଜିଠାରୁ ଦୁଇଦିନ ବନ୍ଦ ରହିବ ବ୍ୟାଙ୍କ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments