1. ଉଦ୍ୟାନ କୃଷି

ଆଜିଠୁ ମହଙ୍ଗା ହେବ ATM ବ୍ୟବହାର

ଏଟିଏମ (ATM) ବ୍ୟବହାରକାରୀଙ୍କୁ ବଡ ଝଟକା । ମହଙ୍ଗା ହେଲା ଏଟିଏମ (ATM) କାରବାର । ଆଜି ଠୁ (ଶନିବାର) ଏଟିଏମ (ATM) ଯୋଗେ ଟଙ୍କା ଉଠାଣ ଉପରେ ଅଧିକ ଶୁକ୍ଲ ଲାଗୁ ହେବ (now you have to pay more for ATM transaction) ।

Sudesna Nayak
Sudesna Nayak
you will have to pay more for ATM transaction from today

you will have to pay more for ATM transaction from today

ଏଟିଏମ (ATM) ବ୍ୟବହାରକାରୀଙ୍କୁ ବଡ ଝଟକା । ମହଙ୍ଗା ହେଲା ଏଟିଏମ (ATM) କାରବାର । ଆଜି ଠୁ (ଶନିବାର) ଏଟିଏମ (ATM) ଯୋଗେ ଟଙ୍କା ଉଠାଣ ଉପରେ ଅଧିକ ଶୁକ୍ଲ ଲାଗୁ ହେବ (now you have to pay more for ATM transaction) । ଅର୍ଥାତ ଏଣିକି ବ୍ୟାଙ୍କ ଗ୍ରାହକମାନଙ୍କୁ ପୂର୍ବ ତୁଳନାରେ ଅଧିକ ଫି ଦେବାକୁ ପଡିବ ।

ସୂଚନା ଅନୁଯାୟୀ, ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗତ ଜୁନରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ମାଗଣା ଟ୍ରାଞ୍ଜାକ୍ସନର ମାସିକ ଲିମିଟ ପରେ ଅଧିକ କାରବାର ପାଇଁ ବ୍ୟାଙ୍କ ଗ୍ରାହକମାନଙ୍କୁ ଆଜି (ଶନିବାର) ଠୁ ପ୍ରତି କାରବାର ପିଛା ୨୧ ଟଙ୍କା ଦେୟ ଦେବାକୁ ହେବ । ଯାହା ପୂର୍ବରୁ ୨୦ ଟଙ୍କା ଥିଲା ।

ଗ୍ରାହକମାନେ ନିଜ ବ୍ୟାଙ୍କ ଏଟିଏମ(ATM)ରୁ ୫ ଥର ଫ୍ରି ଏଟିଏମ କାରବାର କରିପାରିବେ । ଏହି ୫ ଥର ମଧ୍ୟରେ ସମସ୍ତ ପ୍ରକାର ଅର୍ଥାତ ଆର୍ଥିକ ଏବ ଅଣଆର୍ଥିକ କାରବାର କରିପାରିବେ । ଗତ ବର୍ଷ ଅଗଷ୍ଟ ପୂର୍ବରୁ ବ୍ୟାଙ୍କ ଏଟିଏମ (ATM) ଯୋଗେ ଆର୍ଥିକ କାରବାର ଫି ୧୫ ରୁ ୧୭ ଟଙ୍କା ରହିଥିଲା । ପରବର୍ତ୍ତୀ ସମୟରେ ଏହାକୁ ବୃଦ୍ଧି କରିବାକୁ ଆରବିଆଇ (Reserve Bank) ଅନୁମତି ଦେଇଥିଲା ।

ଏବେ ଗ୍ରାହକମାନେ ନିଜ ବ୍ୟାଙ୍କ ଏଟିଏମ (ATM) ରୁ ମାସିକ ୫ ଥର ଶୁଳକମୁକ୍ତ ଏଟିଏମ (ATM) କାରବାର କରିପାରିବେ । ମାସିକ ୫ ଥର ମାଗଣା କାରବାର ଭିତରେ ଆପଣମାନଙ୍କର ଆର୍ଥିକଅଣ ଆର୍ଥିକ କାରବାର ଜଡିତ ରହିବ । ଅର୍ଥାତ ଆପଣ ଯଦି ବାଲାନ୍ସ ଚେକ କରୁଛନ୍ତି ବା ଷ୍ଟେଟମେଣ୍ଟ ବାହାର କରୁଛନ୍ତି ତେବେ ତାହା ବି ଆପଣମାନଙ୍କ ମାଗଣା କାରବାର ଭିତର ଗଣତି ହେବ ।

ଏବେ ପ୍ରତିଟି ଅତିରିକ୍ତ କାରବାର ଉପରେ ଗ୍ରାହକମାନଙ୍କୁ ପ୍ରତି କାରବାର ପିଛା ୨୦ ଟଙ୍କା ଦେବାକୁ ପଡୁଥିବା ବେଳେ ଆଜି (ଶନିବାର) ଠାରୁ ପ୍ରତି ଅତିରିକ୍ତ କାରବାର ପ୍ରତି ଗ୍ରାହକମାନଙ୍କୁ ୨୧ ଟଙ୍କା ଦେବାକୁ ପଡିବ ।

ଜାନୁଆରୀ ୧ ରୁ ATM ରୁ ଟଙ୍କା କାଢ଼ିବା ଓ ଭର୍ତ୍ତି କରିବା ହେବ ମହଙ୍ଗା

ଗରିବଙ୍କୁ ଶସ୍ତାରେ ମିଳିବ ପେଟ୍ରୋଲ-ଡିଜେଲ, ୨୫ ଟଙ୍କା କମିଲା ତୈଳ ଦର

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments