ହରଡ଼ ଏବଂ କାନ୍ଦୁଲ ଡାଲି ନିମନ୍ତେ ଆସନ୍ତା ଆର୍ଥିକ ବର୍ଷରୁ ଆଲଗୋରିଦିମଭିତିକ ଲଟେରୀ

Tuesday, 01 June 2021 10:02 AM
Jitu Bheda

Jitu Bheda

ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (ଡିଜିଏଫଟି) ନିକଟରେ ଏକ ଘୋଷଣାନାମାରେ ପ୍ରକାଶ କରିଛି ଯେ, ହରଡ଼ ଏବଂ ମୁଗ ଡାଲିର ଆମଦାନୀ କୋଟାର ଆବଣ୍ଟନ ନିମନ୍ତେ ଆସନ୍ତା ଆର୍ଥିକ ବର୍ଷରେ ଆଲଗୋରିଦିମଭିତିକ ଲଟେରୀ ବ୍ୟବସ୍ଥା କରାଯିବ l ଏ ସମ୍ପର୍କରେ ଡିଜିଏଫଟି ମାର୍ଚ୍ଚ ୧୯ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ କରି ଜଣାଇଛି ଯେ, ଆସନ୍ତା ଆର୍ଥିକ ବର୍ଷରେ ୪ ଲକ୍ଷ ଟନ ହରଡ଼ ଏବଂ ୧.୫  ଲକ୍ଷ ଟନ ମୁଗ ଡାଲି ଆମଦାନୀ କରାଯିବ l ଡିଜିଏଫଟି ସୂତ୍ରରୁ ଜଣାପଡିଛି ଯେ, ଆଲଗୋରିଦିମଭିତିକ ଲଟେରୀ ଭିତିରେ ପୂର୍ବନିର୍ଦ୍ଧାରିତ ଆବେଦନକାରୀମାନଙ୍କୁ ସମାନ ଭାବରେ କୋଟା ବଣ୍ଟନ କରାଯିବ l ଶ୍ରୀଯୁକ୍ତ ଜିତୁ ଭେଡା, ଚେୟାରମ୍ୟାନ୍, ଇଣ୍ଡିଆ ପଲ୍ସେସ୍ ଆଣ୍ଡ ଗ୍ରେନ୍ସ ଆସୋସିଏସନ୍ (ଆଇପିଜିଏ), ଏ ସମ୍ପର୍କରେ ନିଜର ମତାମତ ଦେଇ କୁହନ୍ତି...

. ହରଡ଼ ଏବଂ ମୁଗ ଡାଲି ପାଇଁ ଆଲଗୋରିଦିମଭିତିକ ଲଟେରୀ ନିମନ୍ତେ ଆଇପିଜିଏ ପ୍ରସ୍ତାବ ଦେଇଥିଲା ଏବଂ ତାହା ଡିଜିଏଫଟି ନିଷ୍ପତି ଦ୍ୱାରା ସ୍ୱାଗତ କରାଯାଇଛି, ଏହା କିପରି ଭାବରେ ଡାଲି ବ୍ୟବସାୟୀମାନଙ୍କୁ ସାହାଯ୍ୟ କରିବ ସେ ବିଷୟରେ ଆମକୁ କିଛି କୁହନ୍ତୁ l

ଆମେ ବହୁତ ଖୁସି ଯେ ବାଣିଜ୍ୟ ବିଭାଗ ଏବଂ ଡିଜିଏଫଟି ଆମର ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଏବଂ ବ୍ୟବସାୟୀ ଏବଂ ମିଲର୍ସମାନଙ୍କୁ ଓ ରିଫାଇନରମାନଙ୍କୁ ହରଡ଼ ଏବଂ ମୁଗ ଡାଲି ଆମଦାନୀ କରିବାକୁ ଅନୁମତି ଦେଇଛନ୍ତି l ଆଲଗୋରିଦିମଭିତିକ ଲଟେରୀ ଭିତିରେ ପୂର୍ବନିର୍ଦ୍ଧାରିତ ଆବେଦନକାରୀମାନଙ୍କୁ ସମାନ ଭାବରେ କୋଟା ବଣ୍ଟନ ନିମନ୍ତେ ହୋଇଥିବା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରିଛନ୍ତି l

ଏହି ବ୍ୟବସ୍ଥା ଦ୍ୱାରା ଡାଲି ବ୍ୟବସାୟୀମାନେ ହରଡ଼ ଓ ମୁଗ ଡାଲି ଆମଦାନୀ କରିବାକୁ ଅନୁମତି ଦେବ ଏବଂ ଏହା ଦ୍ୱାରା ବାଣିଜ୍ୟ ବ୍ୟବସାୟ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରିପାରିବ l

. ଡାଲିଜାତୀୟ ଫସଲ କରୁଥିବା ଲୋକମାନଙ୍କ ପାଇଁ ଏହା କିପରି ଲାଭଦାୟକ ହେବ ?

ସ୍ୱଳ୍ପ ଯୋଗାଣ ରହିଥିବା ଡାଲି କିସମଗୁଡ଼ିକର ଆମଦାନୀ ପାଇଁ ସରକାର ଅନୁମତି ପ୍ରଦାନ କରୁଛନ୍ତି l ଏହି ପଦକ୍ଷେପ କୌଣସି ପ୍ରକାରରେ ଡାଲିଜାତୀୟ ଫସଲ କରୁଥିବା ଲୋକମାନଙ୍କ ଉପରେ ଖରାପ ପ୍ରଭାବ ପକାଇବ ନାହିଁ, କାରଣ ଏହା ଦ୍ୱାରା ଉପଭୋକ୍ତାମାନଙ୍କର ଚାହିଦା ପୂରଣ କରାଯିବ l

 

. ଭାରତ ଡାଲିଜାତୀୟ ଫସଲ ଉତ୍ପାଦନରେ ପାଖାପାଖି ଆତ୍ମନିର୍ଭର ହୋଇସାରିଲାଣି, ହିସାବ ଅନୁସାରେ ୨୦୨୦-୨୧ରେ ୨୪୪.ଲକ୍ଷ ଟନ ଉତ୍ପାଦନ ହୋଇଛି l ଆମର ଏମିତି ଡାଲି ଆମଦାନୀ କରିବା ହୁଏ ଦରକାର ନାହିଁ l ତେଣୁ, ଏହି ଆଲଗୋରିଦିମଭିତିକ ସିଷ୍ଟମ କେତେ ମାତ୍ରାରେ ଉପଯୁକ୍ତ ଅଟେ ?

ଡାଲିଜାତୀୟ ଫସଲ ଉତ୍ପାଦନରେ ଆମେ ପାଖାପାଖି ଆତ୍ମନିର୍ଭର ହୋଇସାରିଲାଣି, କିନ୍ତୁ କେତେକ କିସମର ବେଳେ ବେଳେ ସ୍ୱଳ୍ପତା ଦେଖାଦେଉଛି l ଉଦାହରଣ ସ୍ୱରୂପ, ଚଳିତ ବର୍ଷ ଆମେ ହରଡ଼ ଓ କାନ୍ଦୁଲ ଫସଲରେ ଆଶାନୁରୂପ ଉତ୍ପାଦନ ପାଇଲେ ନାହିଁ, ତେଣୁ କରି ଆମଦାନୀ କରିବା ବ୍ୟତୀତ ସରକାରଙ୍କ ନିକଟରେ କୌଣସି ଉପାୟ ନାହିଁ l

. କେତେକ ବ୍ୟବସାୟୀ ଏହାକୁ ଏକ ପ୍ରକାରର ଜୁଆ ବୋଲି କହୁଛନ୍ତି l ସମ୍ପର୍କରେ ଆପଣଙ୍କର ମତ କଣ ?

 କେତେକ ବ୍ୟବସାୟୀ ଏହାକୁ ଏକ ପ୍ରକାରର ଜୁଆ ବୋଲି କହୁଛନ୍ତି, କିନ୍ତୁ ଏହା ହେଉଛି ଏକ ଧାରଣା ମାତ୍ର l ଏହା ହେଉଛି ଷ୍ଟକ ମାର୍କେଟରେ ଆଇପିଓ ପାଇଁ ଆବେଦନ କରିବା ଭଳି ବିଷୟ; ଏଥିରେ ମଧ୍ୟ ସମାନ ପଦ୍ଧତି ରହିଛି l ତେଣୁକରି ମୁଁ ଏହାକୁ ଜୁଆ ଭାବରେ ଦେଖେ ନାହିଁ l ଅନ୍ୟ ପକ୍ଷରେ, ସମସ୍ତ ଅଂଶୀଦାରମାନଙ୍କ ପାଇଁ ଏହା ଏକ ସମାନ ସୁଯୋଗ ବୋଲି ମୁଁ ଏହାକୁ ବିଚାର କରେ l

5. ଆଲଗୋରିଦିମ ସିଷ୍ଟମଟି ହେଉଛି ଏକ ସଫ୍ଟୱେରଭିତିକ ସିଷ୍ଟମ l ଆବେଦନକାରୀମାନଙ୍କୁ ବାଛିବାର ମାନଦଣ୍ଡ କଣ ?

ସେ ବିଷୟରେ ମୁଁ କିଛି କହିବି ନାହିଁ l

. କେତେକ ବିଶେଷଜ୍ଞ ପୁନଃ-ରପ୍ତାନୀ ସମସ୍ୟା ସମ୍ପର୍କରେ ଭୟ କରନ୍ତି, ସେ ବିଷୟରେ ଆପଣ କଣ ମତାମତ ଦେବେ ? ବନ୍ଦରଗୁଡ଼ିକରେ ରହିଥିବା ମାଲକୁ SEZଗୁଡ଼ିକୁ ରପ୍ତାନୀ କରାଯିବ ଏବଂ ପୁନଶ୍ଚ ଭାରତକୁ ଆମଦାନୀ କରାଯିବ l

କେତେକ ସାମଗ୍ରୀ ଉପରେ କଟକଣା ରହିଛି, ଯେମିତିକି ୟେଲୋ ମଟର, ବର୍ତ୍ତମାନ ଏହା କାର୍ଗୋର ୯୦% ଅଟେ, ଏହା ଫ୍ରି ଟ୍ରେଡ଼ ଜୋନଗୁଡ଼ିକରେ ରହିଛି l ଅବଶ୍ୟ ଯେହେତୁ ସେଗୁଡ଼ିକ ଉପରେ କଟକଣା ରହିଛି ସେଗୁଡ଼ିକ ଫେରିବ ନାହିଁ ତେଣୁ ସେଗୁଡ଼ିକର ପୁନଃ-ରପ୍ତାନୀ ଦରକାର l ଠିକ ସେହିପରି ହରଡ଼ ଏବଂ କାନ୍ଦୁଲ ପାଇଁ ହେବ l

. ଏହା ହେଉଛି ଆମଦାନୀ ବିଷୟରେ l ଭାରତରେ ଯେପରି ଡାଲି ଜାତୀୟ ଫସଲ ଉତ୍ପାଦନ ବୃଦ୍ଧି ପାଉଛି ଆମେ ରପ୍ତାନୀ କରିବା ପାଇଁ ମଧ୍ୟ ନିଶ୍ଚିତ କିଛି ରଖିବା ଦରକାର ବୋଲି ଆପଣ ଭାବୁନାହାଁନ୍ତି କି ?

ଯେ ପର୍ଯ୍ୟନ୍ତ ସରକାର କୌଣସି ପ୍ରକାରର ପ୍ରୋତ୍ସାହନ ରାଶି ପ୍ରଦାନ ନ କରିଛି ଏହା ବହୁତ କଷ୍ଟକର ହେବ, କାରଣ ଆନ୍ତର୍ଜାତୀୟ ଦର ତୁଳନାରେ ଆମର MSP ବହୁତ ଉଚ୍ଚ ରହିଛି l ରପ୍ତାନୀ ସମାନତା ନିମନ୍ତେ ସରକାରଙ୍କ ଠାରୁ ଆମର କିଛି ପ୍ରୋତ୍ସାହନ ରାଶି ରହିବା ଦରକାର l

Interview Jitu Bheda Lottery for Urad Dal

Share your comments