ନଡ଼ିଆ ଗଛ ରେ ଫଳ ହେଉ ନାହିଁ କି

Thursday, 28 February 2019 03:37 PM
ଘରେ ଘରେ ଦେଖିବେ ନଡ଼ିଆ ଗଛ !ହେଲେ "ଗଛ ଫୁଲ ଧରୁଛି କିନ୍ତୁ ଫ୍ଲୁ ନାହିଁ"..ଏହି ପରି ସମସ୍ୟା ର ସମ୍ମୁଖୀନ ଆପଣ ନିଶ୍ଚିନ୍ତ ହେଉଥିବେ |ତେବେ ଏନେଇ ଆମେ ନାରିକେଳ ଉନ୍ନୟନ ବୋର୍ଡ ର ଉପଅଧ୍ୟକ୍ଷ ଡଃ ବିଶ୍ୱନାଥ ରଥ ଙ୍କ ସହିତ ଏକ ଆଲୋଚନା କରିଥିଲୁ !

କୃଷି ଜାଗରଣ :ଆପଣ ଏଠାରେ କୃଷି ଜାଗରଣ ତରଫରୁ ହେଇଥିବା ନଡ଼ିଆ ସ୍ପେସିଆଲ ଉଦ୍ଘାଟନୀ ରେ ଆସିଲା କେମିତି ଲାଗିଲା ?
ଡଃ ବିଶ୍ୱନାଥ :ବହୁତ ଭଲ ଲାଗିଲା ଆଜିର କାର୍ଯ୍ୟକ୍ରମ !ଏହା ଦ୍ୱାରା ଆମେ ନଡ଼ିଆ ର ଉନ୍ନତ ମନର ଚାଷ ଏବଂ ଅଧିକ ଯତ୍ନ ନେବା ବିଷୟରେ ଚାଷୀ ମାନଙ୍କୁ ସଚେତନ କରିପାରିବ |ଏହି ପରି କାର୍ଯ୍ୟକ୍ରମ ଦ୍ୱାରା ଉଭୟ ଓଡିଶା ସରକାର ଏବଂ ଭାରତ ସରକାର ଙ୍କ ମିଳିତ ଉଦ୍ୟମ ଦ୍ୱାରା ଆମେ ଓଡିଶା କୁ ନିଶ୍ଚିତ ନଡ଼ିଆ ଚାଷ ରେ ଓଡିଶା କୁ ଅଗ୍ରସର କରିପାରିବ |

କୃଷି ଜାଗରଣ :ନଡ଼ିଆ ଚାଷୀ ଙ୍କୁ ଅନେକ ସମୟ ରେ "ଫୁଲ ଧରୁଛି ହେଲେ ଭଲ ଫଳ ହେଉ ନାହିଁ" ସମସ୍ୟା ର ସମ୍ମୁଖୀନ ହେବାକୁ ପଡିଥାଏ ?ତେବେ ଏହାର କଣ କାରଣ ହୋଇପାରେ ?

ଡଃ ବିଶ୍ୱନାଥ :ଦେଖନ୍ତୁ ଆମର ଚାଷୀ ମୁଖ୍ୟତ ଗଛ ଲଗାଇବା ପରେ ତାର ଯତ୍ନ ନେଉନାହାନ୍ତି |ଯେ କୌଣସି ଜିନ୍ସ ର ଯତ୍ନ ନ ନେଲେ ତାହା ଭଲ ଫଳ ଦେବ ନାହିଁ |ତେବେ ନଡ଼ିଆ ଗଛ ବଡ ହେଲା ପରେ ତା ଛେରା ପାଖରେ ଖୋଡା ଖୋସା କରି ମାଟି କୁ ଓଲଟାଇ ଦିଅନ୍ତୁ ଫଳରେ ତାହା ମାଟିରୁ ଭଲ ଭାବେ ଖାଦ୍ୟ ସଂଗ୍ରହ କିରପାରିବ |ସମୟ ସମୟ ରେ ଏହାକୁ ପାଣି ଦେବ ଆବଶ୍ୟକ ଏବଂ ସାର ଖତ ଦେବ ଉଚିତ |

 

କୃଷି ଜାଗରଣ :ନଡ଼ିଆ ରେ ଗୋବର ପୋକ ଲାଗିବ ରୁ କେମିତି ଗଛ କୁ ସୁରକ୍ଷା ଦେଇ ହେବ ??
ଡଃ ବିଶ୍ୱନାଥ :ଲୋକ ମୁଖ୍ୟତ ନଡ଼ିଆ ଚାରା କୁ ଖତ ଗଦା ରେ ଲଗାଇବାକୁ ଭଲପାଆନ୍ତି |କିନ୍ତୁ ଏହି ଖତ ଗଦା ରୁ ହିଁ ଗୋବର ପୋକ ବାହାରି ଗଛ କୁ ଆକ୍ରମଣ କରିଥାନ୍ତି |ତେବେ ଏହା ଠାରୁ ରକ୍ଷା ପାଇବା ଲାଗି ବଳି ରେ ଓଷଧ ଗୋଳାଇ ନଡ଼ିଆ ର ମଝି କାଣ୍ଡ ରେ ଦେଲେ ସେଥିରେ ପୋକ ପଶି ପାରିବେ ନାହିଁ |ଏବଂ ଏହା ମାଙ୍କଡ ଦାଉ ରୁ ମଧ୍ୟ ରକ୍ଷା ଦେବ |

କୃଷି ଜାଗରଣ :ନଡ଼ିଆ ଚାଷୀଙ୍କ ଲାଗି କଣ କଣ ସ୍କିମ ଏବଂ ସରକାରୀ ସହାୟତା ରହିଛି ?

ଡଃ ବିଶ୍ୱନାଥ :ସରକାର ଙ୍କର ଏନେଇ ବହୁତ ସ୍କିମ ଅଛି !ଏବେ ନଡ଼ିଆ ଚାରା ର ଦାମ ସରକାର ୧୦ ତାଙ୍କର ରେ ନିର୍ଧାରିତ କରିଛନ୍ତି |ଏହା ବ୍ୟତୀତ ଆପଣ ସାର ଖତ ଜଳ ସେଚନ ବାବଦରେ ମଧ୍ୟ ବହୁ ସହଯୋଗ ପାଇବେ |ସବୁଠାରୁ ଭଲ ହେଉଛି ନଡ଼ିଆ ଅଛ ଚଢାଳି ଙ୍କ ର ପ୍ରଶିକ୍ଷଣ |ଏହି ପ୍ରଶିକ୍ଷଣ ପରେ ସେମାନଙ୍କୁ ମାଗଣାରେ ନଡ଼ିଆ ଚଢିବା ଯନ୍ତ୍ର ମଧ୍ୟ ମିଳିବ |

କୃଷି ଜାଗରଣ :ନଡ଼ିଆ ଚାଷୀଙ୍କ ଲାଗି କଣ କଣ ସ୍କିମ ଏବଂ ସରକାରୀ ସହାୟତା ରହିଛି ?

ଡଃ ବିଶ୍ୱନାଥ :ସରକାର ଙ୍କର ଏନେଇ ବହୁତ ସ୍କିମ ଅଛି !ଏବେ ନଡ଼ିଆ ଚାରା ର ଦାମ ସରକାର ୧୦ ତାଙ୍କର ରେ ନିର୍ଧାରିତ କରିଛନ୍ତି |ଏହା ବ୍ୟତୀତ ଆପଣ ସାର ଖତ ଜଳ ସେଚନ ବାବଦରେ ମଧ୍ୟ ବହୁ ସହଯୋଗ ପାଇବେ |ସବୁଠାରୁ ଭଲ ହେଉଛି ନଡ଼ିଆ ଅଛ ଚଢାଳି ଙ୍କ ର ପ୍ରଶିକ୍ଷଣ |ଏହି ପ୍ରଶିକ୍ଷଣ ପରେ ସେମାନଙ୍କୁ ମାଗଣାରେ ନଡ଼ିଆ ଚଢିବା ଯନ୍ତ୍ର ମଧ୍ୟ ମିଳିବ |

 

 

କୃଷି ଜାଗରଣ :ନଡ଼ିଆ ଚାଷୀ ଙ୍କ ଲାଗି ଆପଣ କଣ ବାର୍ତା ଦେବାକୁ ଚାହିଁବେ ?
ଡଃ ବିଶ୍ୱନାଥ :ଦେଖନ୍ତୁ ନଡ଼ିଆ ଚାଷ ବେଶ ଲାଭଜନକ|ଏହା ବ୍ୟତୀତ ଓଡିଶା ର ପାଣିପାଗ ରେ ଏହା ବହୁତ ଭଲ ଅମଳ ମଧ୍ୟ ଦେବ |ତେବେ ଚାଷୀ ମାନେ ଜାଣିପାରୁନାହାନ୍ତି ଯେ ଏହି ଗଛ ର ସମସ୍ତ ଭାଗ ଉପଯୋଗୀ |ଗୋଟେ ନଡ଼ିଆ ଗଛ କାଟିଲେ ଆପଣ ସେଥିରୁ ୧୦୦୦ ତାଙ୍କ ଲାଭ କରିପାରିବେ |ତେଣୁ ଏହି ଗଛ ଚାଷ କରନ୍ତୁ ଏବଂ ଭଲ ଭାବେ ଯତ୍ନ ନିୟନ୍ତୁ ଏହା ଆପଣଙ୍କୁ ବେଶ ଲାଭବାନ କରିବ|

Share your comments