ନଦୀ ଉପରେ ଏକ ବାର୍ତ୍ତା !ରମଣ ଗୋଗୁଲା ଙ୍କ ସହ ଚାଏ ପେ ଚର୍ଚା

Wednesday, 19 February 2020 09:43 AM

କୃଷି ଜାଗରଣ:ବିଶ୍ଵ ର ସର୍ବବୃହଦ ପାୱାର ଟୁଲସ କମ୍ପାନୀ କାହିଁକି ସୌର ଶକ୍ତି ପରିକଳିତ ପମ୍ପ ନିର୍ମାଣରେ ଇଚ୍ଛା ପ୍ରକାଶ କରିଲେ ?


ଷ୍ଟାନଲେ ବ୍ଲାକ ଆଣ୍ଡ ଡେକର ଏକ ୧୪ ବିଲିଅନ ଡ଼ଲାର ରେଭେନ୍ୟୁ ବିଶିଷ୍ଟ କମ୍ପାନୀ |ବିଶ୍ୱବ୍ୟାପି ୬୦ ଟି ଦେଶ ରେ ଏହି କମ୍ପାନୀ ର ହାରାହାରି ୬୧୦୦୦ ରୁ ଅଧିକ କର୍ମଚାରୀ ସହ ଆମେ ବିଶ୍ଵ ର ସର୍ବବୃହଦ ଟୁଲସ ଓ ଷ୍ଟୋରେଜ ବ୍ୟବସାୟୀ ସହ ଦ୍ଵିତୀୟ ସର୍ବବୃହଦ ଏଲେକ୍ଟ୍ରୋନିକ ସେକୁରିଟୀ କମ୍ପାନୀ |ଏହା ବ୍ଯତୀତ ଆମେ ତୈଳ,ଗ୍ଯାସ ଓ ଇନ୍ଫ୍ରାସ୍ତ୍ରଚର ବ୍ୟବସାୟ ରେ ମଧ୍ୟ ନିଯୁକ୍ତ ଅଛୁ |
ସୌର ଶକ୍ତି ପରିକଳିତ ପଣି ପମ୍ପ ରେ ଆମେ କେତୋଟି ବିଶେଷ କାରଣ ଲାଗି ଅଧିକ ଇଚ୍ଛା ପ୍ରକାଶ କରିଥିଲୁ |ପ୍ରଥମଟି ହେଲା ଏହା ଦ୍ଵାରା ଅଧିକ କର୍ମଚାରୀ ନିଯୁକ୍ତି ପାଇପାରିବେ ,ଦ୍ଵିତୀୟ ରେ ଏହା ଦ୍ଵାରା ସୌର ଶକ୍ତି ର ଉପଯୁକ୍ତ ବ୍ୟବହାର ହେବା ସହ ବିଶ୍ଵ ରେ ଜଳସେଚନ ର ସମସ୍ଯା ଦୂର କରିହେବ |ଏହା ସହ ପରିବେଶ ସୁରକ୍ଷା ଏବଂ ପ୍ରଦୂଷଣ ମୁକ୍ତ ଶକ୍ତି ସମୀକ୍ଷା କରି ହେବ ଏବଂ ଏହା ସମ୍ପୂର୍ଣ ଭାବେ କାର୍ବୋନ ଉତ୍ପାଦନ ଉପରେ ରୋକ ଲଗାଇପାରିବ|
ଭରତ ରେ ହାରାହାରି ୩ କୋଟି କୂଅ ରେ ଲାଗିଥିବା ପମ୍ପ ମଧ୍ୟରୁ ୧.୫ କୋଟି ର ଦକ୍ଷତା ଖୁବ ନିମ୍ନଧରଣ ବୋଲି କହିଲେ ଭୁଲ ହେବ ନାହିଁ||ଏହା ବ୍ଯତୀତ ଏଥିରେ ଅଧିକ ସବସିଡି ମିଳୁଥିବାରୁ ଏହା ଦେଶର ର ଆର୍ଥିକ ସ୍ଥିତି ଉପରେ ମଧ୍ୟ ଏକ ବୋଝ ହୋଇ ରହିଛି |ତେଣୁ ଏହି ଦୃଷ୍ଟିରୁ ସୌର ଶକ୍ତି ରେ ପରିଚାଳିତ ପମ୍ପ ର ଉପଯୋଗ ଏବଂ ବ୍ୟବହାର ଅନିର୍ବାର୍ଜ୍ୟ |ନଦୀ ନାମକ ଏହି ସୌର ପରିକଳିତ ପମ୍ପ ଦେଶ ଏବଂ ଚାଷୀ ର ଆର୍ଥିକ ସ୍ଥିତି କୁ ନିଶ୍ଚିନ୍ତ ସୁଦୃଢ କରିବ ବୋଲି ଆମର ବିଶ୍ବାସ |

କୃଷି ଜାଗରଣ :କେଉଁ ପ୍ରଯୁକ୍ତି ଆପଣଙ୍କୁ ଅନ୍ୟ କମ୍ପାନୀ ଠାରୁ ଅଲଗା କରେ ?


ଷ୍ଟାନଲେ ବ୍ଲାକ ଆଣ୍ଡ ଡେକର:ଏହି ପମ୍ପ ରେ ବିଭିନ୍ନ ପ୍ରଯୁକ୍ତି ଏକକାଳୀନ ଖଞ୍ଜ ହୋଇ ରହିଛି |ଏଥିରୁ କେତେକ ପ୍ରଯୁକ୍ତ ଯେପରି ବେଶ ଅଧିକ ଦକ୍ଷତା ଯୁକ୍ତ ଏହାର ବ୍ରସ ବିଭିନ ଡିସି ମଟର ,ଯାହାକୁ ଆମେ ବହୁତ ଗୁଡେ ପ୍ରତିକୂଳ ପରିବେଶ ଏବଂ ପାଣିପାଗ ରେ ବହୁ ବାର ଯାଞ୍ଚ କରିଦେଖିଛୁ |ଏହା ବ୍ଯତୀତ ଏଥିରେ ଥିବା ଆଇ॰ଓ॰ଟି ଇଣ୍ଟରଫେସ ଦ୍ଵାରା ଏହା ଅନବରତ ପରିବେଶ ର ସମୀକ୍ଷା କରେ ଏବଂ ସେଇ ଅନୁଯାୟୀ ପମ୍ପ ର ସ୍ୱାସ୍ଥ୍ୟ କୁ ମଧ୍ୟ ପରିକଳିତ କରିଥାଏ |ନଦୀ କନେକ୍ଟ ଫିକର ଦ୍ଵାରା ଆପଣ ବିଶ୍ଵ ର ଯେ କୌଣସି କୋଣ ରେ ରହିଲେ ମଧ୍ୟ ଏହାର କରଜ୍ୟକାଳପ ଉପରେ ନଜର ରଖିପାରିବେ ଏବଂ ଆବଶ୍ୟକ ହେଲେ ଏହାକୁ ପରିଚାଳନା ମଧ୍ୟ କରିପାରିବେ |
ଭରତ ପରି ରାଜ୍ୟ ରେ ,ବିଭିନ୍ନ ପାଣିପାଗ ଏବଂ ଜମି ର ଅବସ୍ଥିତି କୁ ଦ୍ରୁଷ୍ଟି ରେ ରଖିଲେ ଆପଣ ଜାଣିପାରିବେ ଯେ ସେଠାରେ ଉପସ୍ଥିତ ରହି ଏହି ପମ୍ପ ର ପରିଚାଳନା କରିବା କାଠିକର ପାଠ,ତେଣୁ ଆମେ ନଦୀ କନେକ୍ଟ ଫିକର ର ବ୍ୟବହାର କରି ଏହି ପମ୍ପ କୁ ସହଜ ରେ ବ୍ୟବହାର କରିପାରିବା|

କୃଷି ଜାଗରଣ :କାହିଁକି ଏହି ପମ୍ପ ର ନାମ ନଦୀ ?


ଷ୍ଟାନଲେ ବ୍ଲାକ ଆଣ୍ଡ ଡେକର:ନଦୀ ବିଭିନ୍ନ ଭାଷା ରେ ତଟିନୀ ବା ନଦୀ କୁ ବୁଝାଏ ଯାହା ବହୁ ପ୍ରାଚୀନ କାଳ ରୁ କୃଷି ର ଆତ୍ମା ପରି କାର୍ଯ୍ୟ କରୁଛି |ପୂର୍ବ କାଳ ରେ ଯେଉଁଠି ନଦୀ ର ସ୍ରୋତ ରହୁଥିଲା ସେଇଠି ହିଁ ଚାଷ କରାଯାଉଥିଲା |ତେଣୁ ଆମେ ଏହି ପମ୍ପ ଦ୍ଵାରା ନଦୀ ର ସ୍ରୋତ ପରି ଜମି ରେ ଜଳସେଚନ ର ସୁବିଧା କରେଇବାର ଆଶା ରଖିଛୁ ତେଣୁ ଏହାର ନାମ ନଦୀ ରଖାଯାଇଛି |

କୃଷି ଜାଗରଣ :ଏହା ବୁନ୍ଦା ଜଳସେଚନ ରେ କାର୍ଯ୍ୟକାରୀ ହୋଇପାରିବ କି ?


ଷ୍ଟାନଲେ ବ୍ଲାକ ଆଣ୍ଡ ଡେକର:ଏହା ବୁନ୍ଦା ଏବଂ ଛିଞ୍ଚା ଜଳସେଚନ ରେ ବେଶ ଭଲ ଭାବେ କାର୍ଯ୍ୟକାରୀ କରାଯାଇପାରିବ | ଏହି ସ୍ମାର୍ଟ ସୌର ପରିକଳିତ ପମ୍ପ ବିଭିନ୍ନ ସେନ୍ସର ଯଥା ମୃତିକ ର ଅମ୍ଳତା ,ଜଳିଅ ଅଂଶ ଇତ୍ୟାଦି ଯାଞ୍ଚ କରିପାରୁଥିବା ସେନ୍ସର ସହ ଯୋଗ ଦେଇ ସେଇ ଅନୁଯାୟୀ ଜଳସେଚନ କରିପାରିବ |ଏହା ସହ କେତେ ଶକ୍ତି ଉତ୍ପାଦିତ ହେଲା ଏବଂ କେତେ ଜଳସେଚନ ହେଲା ତାହା ମଧ୍ୟ ଏହା ମାପି ପାରିବ |ଏହି ସବୁ କୁ ଦ୍ରୁଷ୍ଟି ରେ ରଖି ଚାଷୀ କୁ କେଉଁ କ୍ଷେତରେ କେତେ ଜଳସେଚନ କରିବା ଆବଶ୍ୟକ ସେନେଇ ଉପଦେଶ ଦେଇହେବ |
ଏହା ସହ ଏହାକୁ ବୁନ୍ଦା ଏବଂ ଛିଞ୍ଚା ଜଳସେଚନ ରେ କାର୍ଯ୍ୟକାରୀ କରିଲେ ଏହା ନିଜର ପ୍ରଯୁକ୍ତ ବଳରେ ଉପଯୁକ୍ତ ମାତ୍ରା ର ପଣି ଯୋଗାଇଥାଏ |
ଏହା ସହ ବାଳକ ସୌର ଶକ୍ତି ଯାହାକୁ ଜଳସେଚନ ରେ ବ୍ୟବହାର କରାଯାଇ ନାହିଁ,ସେହି ଶକ୍ତି କୁ ଏହା ଗ୍ରୀଡ ବା ଘର ର ଅନ୍ୟ ବିଦ୍ୟୁତ ବ୍ୟବହାର ଲାଗି କାର୍ଯ୍ୟକାରୀ କରାଇପାରିବ|
ଏହା ବ୍ଯତୀତ ଚାଷୀ ଏହି ପମ୍ପ ରେ ଜମି ର ଆକାର,ମୃତ୍ତିକା ର ପ୍ରକୃତି ଏବଂ ଫସଲ କୁ ଇନ୍ପୁଟ କରିଲେ କୁତ୍ରିମ ବୁଦ୍ଧିମତା ବଳରେ ଏହା ସ୍ଵୟଂ ପରିକଳିତ ଭାବେ ଜଳସେଚନ କରିଥାଏ |ତେଣୁ ଚାଷୀ କୁ ସେ ନେଇ ମଧ୍ୟ ବ୍ୟସ୍ତ ହେବାକୁ ପଡିବ ନାହିଁ

 

Share your comments