କୃଷକ ର ବିକାଶ ହିଁ ଆମର ସର୍ବପ୍ରଥମ ଲକ୍ଷ : ଡଃ ଅରବିନ୍ଦ ଢ଼ାଲି

Sunday, 04 November 2018 09:07 PM
Dr. Arabinda Dhali

Dr. Arabinda Dhali

(ପୂର୍ବତନ ମନ୍ତ୍ରୀ ଡଃ.ଅରବିନ୍ଦ ଢ଼ାଲି ନିକଟରେ ଓଡିଶା ରାଜ୍ୟ ବିହନ ନିଗମର ଅଧକ୍ଷ ଦାଇତ୍ୱ  ବହନ କରିଛନ୍ତି |)ତାଙ୍କ ସହ କୃଷି ଜାଗରଣ ର ଏକ ଆଲୋଚନା |

କୃଷି ଜାଗରଣ :ଆପଣ ଦାଇତ୍ୱ ନେଲା ବେଳେ କୃଷକ ମାନେ ବିହନ ସଂଗ୍ରହ ସମସ୍ୟାରେ ଜଡିତ ଥିଲେ |ସେ ବିଷୟରେ ଆପଣଙ୍କ ମନ୍ତବ୍ୟ କଣ ?

 ଡଃ.ଅରବିନ୍ଦ ଢ଼ାଲି :ଆମ ରାଜ୍ୟର ଶତକଡା ୮୦ ଭାଗ ଲୋକ ମୁଖ୍ୟତ କୃଷି ଉପରେ ନିର୍ଭରଶୀଳ |ତେଣୁ ଚାଷୀଙ୍କୁ ସୁରକ୍ଷା  ଦେବା ଲାଗି ଉନ୍ନତ ମାନର ବିହନ ଯୋଗାଇ ଦେବାପାଇଁ ଆମେ ସମସ୍ତେ ବନ୍ଦୋବସ୍ତ କରିଛୁ |ଚଳିତ ବର୍ଷ ଖରିଫ ଋତୁରେ ବିଭିନ୍ନ ସ୍ଥାନରୁ ଆସିଥିବା  ଆବଶ୍ୟକତା ଅନୁସାରେ ଆମେ ଅଧିକ ୭୦୦ କଇଂଟାଲ ଧାନ ବିହନ ଯୋଗାଇ ଦେଇଚୁ |

 

କୃଷି ଜାଗରଣ :ବିହନ ଯୋଗାଣ କ୍ଷେତ୍ର ରେ ଆପଣଙ୍କର  ଆଗାମୀ ପଦକ୍ଷପ  କଣ ବୋଲି ଭାବିବା?

ଡଃ.ଅରବିନ୍ଦ ଢ଼ାଲି :ବିହନ ଚାହିଦା ସବୁବେଳେ ଚାଷୀଙ୍କୁ ପାଖରୁ ହିଁ ସୃଷ୍ଟି ହୋଇଥାଏ |ତେବେ ଜିଲ୍ଲାସ୍ଥରୀୟ ଓ ବ୍ଲକ ସ୍ଥରୀୟ କୃଷି କର୍ମଚାରୀମାନେ ନିଜ ନିଜ ଅଞ୍ଚଳରେ ବିହନ ଚାହିଦା କୁ ଉପସ୍ଥାପନା କରିଥାନ୍ତି |ଏବଂ ଏହି ଆଧାରରେ ନିଗମ ତାର କାର୍ଯ୍ୟପନ୍ଥା ସ୍ଥିର କରେ |

 

କୃଷି ଜାଗରଣ :ଚାଷୀଙ୍କୁ ସମସ୍ୟାର କିଭଳି ସମାଧାନ କରୁଛନ୍ତି ?

ଡଃ.ଅରବିନ୍ଦ ଢ଼ାଲି :ଚାଷୀଙ୍କୁ ସମସ୍ୟା କୁ ଆମେ ସବୁବେଳେ ଗୁରୁତ୍ୱ ଦେଇଥାଉ |ମୁଁ ସ୍ୱୟଂ ବିଭିନ୍ନ ସ୍ଥାନ ବୁଲି ଚାଷୀଙ୍କୁ ସହ ଆଲୋଚନା କରେ |ଏହା ବ୍ୟତୀତ ମୁଁ ସବୁବେଳେ ଟେଲିଫୋନ୍ରେ ଯୋଗାଯୋଗ ମଧ୍ୟ ରଖି ଥାଏ |ସମସ୍ୟା ସମ୍ପନ୍ନ ଫୋନେ ଆସିଲେ ମୁ ତାକୁ ତୁରନ୍ତ  ସମାଧାନ କରେ |

 

 

କୃଷି ଜାଗରଣ :କେନ୍ଦ୍ର ସରକାରଙ୍କ "କୃଷକଙ୍କ  ଆୟ ଦୁଇଗୁଣ "ଅଭିଯାନ ରେ ବିହନ ନିଗମ ର ଦାଇତ୍ୱ କଣ?

ଡଃ.ଅରବିନ୍ଦ ଢ଼ାଲି :ଚାଷୀଙ୍କୁ ନିକାଶ ନିମନ୍ତେ ସମସ୍ତ ପଦକ୍ଷପ ଆମ ପାଇଁ ସ୍ୱାଗତଯୋଗ୍ୟ |ଚାଷୀର ବିକାଶରେ ହିଁଦେଶର ବିକାଶ ,ଏକଥାକୁ ଆମେ ସବୁବେଳେ ଗୁରୁତ୍ୱ ଦେଇ ଆସୁଛୁ |

 

କୃଷି ଜାଗରଣ :କୃଷକଙ୍କ ସମସ୍ୟା ସମାଧାନ କିପରି ହୋଇପାରିବ ?

ଡଃ.ଅରବିନ୍ଦ ଢ଼ାଲି :ବିହନ ଯୋଗାଣ କ୍ଷେତ୍ର  କୌଣସି ସମସ୍ୟା ହେଲେ ତାହା ତୁରନ୍ତ ସମାଧାନ କରାଯିବ |ଆମେ ସବୁବେଳେ ସମୟ ଓ ଲୋକଙ୍କ ଚାହିଦାକୁ ଆଖି ଆଗରେ ରଖିଛୁ |ଏହା ବ୍ୟତୀତ ସମବାୟ ସଂସ୍ଥା ଜରିଆରେ ମଧ୍ୟ ସରକାର ବହୁବିଧି କାର୍ଯ୍ୟକ୍ରମ କରୁଛନ୍ତି ସୁଲଭ ଦରରେ ଋଣ ଦେବା ଠାରୁ ଆରମ୍ଭ କରି ଇନ୍ପୁଟ ଯୋଗାଣ ଓ ଅମଳ  ସଂଗ୍ରହ ଇତ୍ୟାଦି କାର୍ଯ୍ୟକୁ ସମବାୟ ସମିତି ମାନେ କୃଷିକ ହିତ ଲାଗି କାର୍ଯ୍ୟ କରୁଛନ୍ତି |

Share your comments