ଧାନ ଅମଳ ର ପରବର୍ତ୍ତୀ ସମସ୍ୟା ଓ ତାର ସମାଧାନ ଉପରେ ଗବେଷଣା କରୁଥିବା ଜଣେ ବିଶେଷଜ୍ଞନ ;ଆଇ.ଆର .ଆର .ଆଇ (ଫିଲିପାଇଁସ) ର ଜଣେ ପ୍ରମୁଖ ବୈଜ୍ଞାନିକ ,ମାର୍ଟିନ ଗୁମ୍ମେର୍ଟ ଙ୍କ ସହ କୃଷି ଜାଗରଣ ର ଏକ ବିଶେଷ ଆଲୋଚନା |
କୃଷି ଜାଗରଣ :ଆପଣ ବିଶେଷ ଭାବେ କେବଳ ଧାନ ଉପରେ ଗବେଷଣା କରୁଛନ୍ତି |ତେବେ ଭାରତ ରେ ଧାନ ଚାଷ ପ୍ରଣାଳୀ ରେ କଣ ଏମିତି ତ୍ରୁଟି ରହୁଛି ଯାହା ଦ୍ୱାରା ଅମଳ ହ୍ରାସ ପାଉଛି ?
ମାର୍ଟିନ ଗୁମ୍ମେର୍ଟ:ମୋ ମତରେ ଚାଷୀ ମାନଙ୍କର କୌଣସି ଭୁଲ ନାହିଁ |ସେମାନେ ଯଥା ସମ୍ଭବ ଅମଳ ବୁଦ୍ଧି ଓ ଅଧିକତମ ଲାଭ ପାଇଁ ଚେଷ୍ଟା କରିଥାନ୍ତି ମାତ୍ର ଭୁଲ ଅଛି ସୂଚନା ଓ ସମ୍ପର୍କରେ |ଯଦି ଆମେ ଉଚିତ ଭାବେ ଚାଷୀ ମାନଙ୍କୁ ପ୍ରଶିକ୍ଷଣ ଦେଇପାରିବ ଏବଂ ସମସ୍ତ ଉପକରଣ ତଥା ନୂତନ ଉଦ୍ଭାବନ ବିଷୟରେ ସେମାନଙ୍କୁ ସୂଚନା ଦେଇପାରିବ ତେବେ ସେମାନେ ନିଶ୍ଚିନ୍ତ ସଚେତନ ହେବେ ଏବଂ ଏପରି ସମସ୍ୟା ଦେଖିବାକୁ ମିଳିବ ନାହିଁ |ଏହା ବ୍ୟତୀତ ଆମେ ଟ୍ରାକଟର ,ହାର୍ଭେଷ୍ଟର ପରି ବହୁମୂଲ୍ୟ କୃଷି ଉପକରଣ କୁ ଚାଷୀ ମାନଙ୍କୁ ଭଡା ରେ ଯୋଗାଇବା ସହ ସବସିଡି ରେ ଦେଲେ ସେମାନେ ବ୍ୟବହାର କରିବାକୁ ଅଧିକ ଆଗ୍ରହୀ ହେବେ ଫଳରେ ଅମଳ ବୃଦ୍ଧି ହେବେ |
କୃଷି ଜାଗରଣ :ଆପଣଙ୍କ ମତରେ ଧାନ ଫସଲ ମହତ୍ଵପୁର୍ଣ ଭାବେ କେଉଁ ସମୟରେ ଅଧିକ ଯତ୍ନ ଲୋଡିଥାଏ ବା କେଉଁ ସମୟରେ ଧାନ ର ଅଧିକ ଯତ୍ନ ନେଲେ ଅମଳ ବୁଦ୍ଧି ହେବାର ସମ୍ଭାବନା ଥାଏ ?
ମାର୍ଟିନ ଗୁମ୍ମେର୍ଟ :ଦେଖନ୍ତୁ କହିବାକୁ ଗଲେ ଜମି ହଳ କରିବାକ ଠାରୁ ଆରମ୍ଭ କରି ଅମଳ କରିବା ପର୍ଯ୍ୟନ୍ତ ସମସ୍ତ ଷ୍ଟେଜ ଗୁରୁତ୍ୱପୂର୍ଣ |ଭଲ ଭାବରେ ଜମି ହଳ କରିବା ,ଧାନ ରୋଇବା,ଖାଦ୍ୟ ପରିଚାଳନା ,ରୋଗ ପୋକ ନିୟନ୍ତ୍ରଣ ଏପରିକି ଉଚିତ ଅବସ୍ଥା ରେ ଅମଳ କରିବା ମଧ୍ୟ ଅତି ଆବଶ୍ୟକ |କୌଣସି କ୍ଷେତ୍ର ରେ ତ୍ରୁଟି ରହିଲେ ଅମଳ ହ୍ରାସ ପାଇବାର ସମ୍ଭାବନା ଥାଏ |ଯେପରିକି ଅମଳ ପରେ ଧାନ କୁ ଭଲ ଭାବରେ ନ ଶୁଖାଇଲେ ଚାଉଳ ଭାଙ୍ଗିଯିବାର ସମ୍ଭାବନା ଥାଏ ଏବଂ ଶତକଡା ୧୪ ଭାଗ ରୁ ଅଧିକ ଆଦ୍ରତା ରହିଲେ ପୋକ ଓ ଫିମ୍ପି ଲାଗିବାର ସମସ୍ୟା ମଧ୍ୟ ଦେଖିବାକୁ ମିଳେ |ଏହାକୁ ଆମେ "ଗାରବେଜ ଇନ ଗାରବେଜ ଆଉଟ "ବୋଲି କହିଥାଉ ଅର୍ଥାତ ଯେତିକି ପରିଶ୍ରମ କରିବେ ସେହିପରି ଅମଳ ବୃଦ୍ଧି ହୋଇ ଚIଳିବ |
କୃଷି ଜାଗରଣ :କେଉଁ ସବୁ ସମସ୍ୟା ଲାଗି ଧାନ ରୁ ଚାଉଳ ର ଅମଳ ବା ମାତ୍ରା କମ ଆସିଥାଏ ?
ମାର୍ଟିନ ଗୁମ୍ମେର୍ଟ : ସେମିତି କୌଣସି ଗୋଟେ ସମସ୍ୟା ଉଲେଖ କରିବା ଅନୁଚିତ କାରଣ ଯେମିତି ମୁ ଆଗରୁ କହିଥିଲି ସବୁ ଷ୍ଟେଜ ଗୁରୁତ୍ୱପୂର୍ଣ |ମାତ୍ର ଚାଉଳ ର ସବୁଠାରୁ ଅଧିକ ଅମଳ ହ୍ରାସ ପାଇବା ର କାରଣ ହେଉଛି ଧାନ ଶୁଖାଇବାରେ ତ୍ରୁଟି |ଏହା ବ୍ୟତୀତ ଧାନକୁ ଉଚିତ ସମୟରେ ଅମଳ ନ କଲେ ମଧ୍ୟ ଏପରି ସମସ୍ୟା ଦେଖିବାକୁ ମିଳେ |ତେବେ ଧାନ ର ଆଦ୍ରତା କୁ ଶତକଡା ୧୪ ଭାଗ ମଧ୍ୟରେ ରଖିଲେ ଏହା ଦୀର୍ଘଦିନ ଯାଏ ନଷ୍ଟ ହୁଏ ନାହିଁ |
କୃଷି ଜାଗରଣ : ଆଜି ଆପଣଙ୍କ ନେତୃତ୍ୱ ରେ ପରିଚାଳିତ ସୋଲାର ବବଳ ଡ୍ରାୟର କୃଷି ବିଜ୍ଞାନ କେନ୍ଦ୍ର ଖୋର୍ଦ୍ଦା ଠାରେ ଡେମୋନଷ୍ଟ୍ରେଟ କରାଗଲା |ସେ ବିଷୟରେ କଣ କହିବାକୁ ଚାହିଁବେ ?କେମିତି କାମ କରେ ସୋଲାର ବବଳ ଡ୍ରାୟର ?
ମାର୍ଟିନ ଗୁମ୍ମେର୍ଟ : ଏହା ସମ୍ପୂର୍ଣ ଭାବେ ସୌରଶକ୍ତି ପରିଚାଳିତ ଧାନ ଶୁଖା ଯନ୍ତ୍ର |ଏଥିରେ କୌଣସି ଇନ୍ଧନ ର ବ୍ୟବହାର କରାଯାଇ ନାହିଁ |ଏହା ହାଲୁକା ଏବଂ ଏହାର ନିର୍ମାଣ ଖୁବ ସରଳ ତେଣୁ ପରିବହନ ରେ ମଧ୍ୟ ସମସ୍ୟା ଦେଖିବାକୁ ମିଳେ ନାହିଁ |ପୂର୍ବରୁ ଥିବା ଡ୍ରାୟରମାନେ ବେଶ ବ୍ୟୟବହୁଳ ଓ ଓଜନିଆ ଥିଲେ ତେଣୁ ଚାଷୀ ମାନେ ରାସ୍ତା ବା ଅଗଣାରେ ଧାନ ଶୁଖାଇବାରେ ଅଧିକ ଆଗ୍ରହୀ ଥିଲେ |ତେବେ ସୋଲାର ବବଳ ଡ୍ରାୟରଦ୍ୱାରା ଏହି କାମ ଅତି ସହଜରେ ହେଇପାରିବ |ଏଥିରେ ପ୍ରତି ଘଣ୍ଟା କୁ ଶତକଡା ୦.୫ ଭାଗ ଆଦ୍ରତା ହ୍ରାସ ପାଇଥାଏ |ସୌର ଶକ୍ତି ରେ ପରିଚାଳିତ ଫ୍ୟାନ ଦ୍ୱାରା ଗରମ ପବନ ଡ୍ରାୟରରୂପକ ସୁଡ଼ଙ୍ଗ ବା ଟନେଲ ଭିତରକୁ ପରିଚାଳିତ ହୁଏ ଫଳରେ ଧାନ ଶୀଘ୍ର ଶୁଖିଥାଏ |ଏହା ବ୍ୟତୀତେ ଏଥିରେ ଲାଗିଥିବା କଲା ରଙ୍ଗ ର ପଲିଥିନ ପବନ କୁ ବହୁ ସମୟ ଯାଏ ଗରମ ରଖିଥାଏ ଏବଂ ସୋଲାର ସେଲ ଦ୍ୱାରା ପରିଚାଳିତ ରଚାର୍ଜଏବୁଲ ବେଟେରି ସାହାଯ୍ୟରେ ଏହା ରାତିରେ ମଧ୍ୟ କାମ କରିପାରିବ |
କୃଷି ଜାଗରଣ :ସୋଲାର ବବଳ ଡ୍ରାୟର ଏକ ଖୁବ ସରଳ ଓ ସୁନ୍ଦର ନିର୍ମାଣ ?ତେବେ ଏହାକୁ ନିର୍ମାଣ କରିବାର ଉପାୟ ପ୍ରଥମେ କେମିତି ଉପୁଜିଲା ?
ମାର୍ଟିନ ଗୁମ୍ମେର୍ଟ :ଦେଖନ୍ତୁ ମୁ ୧୯୯୦ ରୁ ବିଶେଷ କରି ଧାନ ଶୁଖେଇବା ଉପରେ କାମ କରୁଛି ମାତ୍ର କେବେ ଉଚିତ ସମାଧାନ ପାଇ ନାହିଁ |ତେବେ ଏହି ଡ୍ରାୟର କୁ ପ୍ରଥମେ ଆମେ ଗ୍ରୀନ ହାଉସ ପରି ରଡ଼ ସାହାଯ୍ୟ ରେ ନିର୍ମାଣ କରିବାକୁ ମନସ୍ତ କରିଥିଲୁ ମାତ୍ର ଏହା କେବଳ ପ୍ରକଳ୍ପ କୁ ଅଧିକ ମହଙ୍ଗା କରିବାରେ ସହାୟକ ହୋଇଥାନ୍ତା |ତେଣୁ ଆମେ ଫ୍ୟାନ ସାହାଯ୍ୟରେ ଏହାକୁ ବବଳ ପରି ଫୁଲାଇବାର ବ୍ୟବସ୍ତା କଲୁ |ଏହା ବ୍ୟତୀତ ଆମେ ବହୁତ ଥର ଏହାକୁ ପରୀକ୍ଷା କରିଛୁ |ଜର୍ମାନୀ ର ହୋନହାମ ବିଶ୍ୱବିଦ୍ୟାଳୟ ଦ୍ୱାରା ଏହାର କମ୍ପୁଟର ମଡେଲିଂ କରାଯାଇଥିଲା |ମୁଁ ଏହି ପ୍ରକଳ୍ପ ର ମୁଖ୍ୟ ଥିଲି ମାତ୍ର ଏହା ସମଗ୍ର ଟିମ ର ମିଳିତ ଦକ୍ଷତା ଦ୍ୱାରା ସମ୍ଭବ ହୋଇପାରିଛି |ଆମେ ପ୍ରଥମେ ୮ ଟି ଉପାୟ ବା ପ୍ରୋଟୋଟାଇପ ତିଆରି କରିଥିଲୁ ଏବଂ ବହୁ ଗବେଷଣା ପରେ ଏହାକୁ ଚୟନ କଲୁ |
କୃଷି ଜାଗରଣ :ଆମେ ଆଇ.ଆର .ଆର .ଆଇ (ଫିଲିପାଇଁସ) ଠାରୁ ଆଗାମୀ ଦିନରେ ଚାଷୀ ମାନଙ୍କ ଲାଗି ଅଧିକ କଣ ଆଶା ରଖିପାରିବ ?କେଉଁ ସବୁ ନୂତନ ପ୍ରକଳ୍ପ ଉପଲବ୍ଧ ହେବ ବୋଲି ଭାବିବା ?
ମାର୍ଟିନ ଗୁମ୍ମେର୍ଟ :ଆଇ.ଆର .ଆର .ଆଇ (ଫିଲିପାଇଁସ) ବିଶ୍ଵବ୍ୟାପୀ ଧାନ ଚାଷୀଙ୍କ ଲାଗି ସର୍ବଦା କାର୍ଯ୍ୟବଧ ତେଣୁ ଆମ ଅନୁଷ୍ଠାନ ସମୁଦ୍ର କୁ ବୁନ୍ଦେ ପରି ଏକୁଟିଆ ଅଗଣିତ ଚାଷୀମାନଙ୍କୁ ସାହାଯ୍ୟ କରିପାରିବ ବୋଲି ଆଶା କରିବା ବୃଥା ତେବେ ଆମେ ସବୁ ରାଷ୍ଟ୍ର ର ପ୍ରତିନିଧିଙ୍କ ସାହାଯ୍ୟ ରେ ତଥା ଅନ୍ୟାନ୍ୟ ଷ୍ଟେକ ହୋଲଡର ଙ୍କୁ ନେଇ କାର୍ଯ୍ୟ କରିଥାଉ |ଧାନ ଫସଲ କୁ ଅଧିକ ଲାଭଦାୟକ କରିବା ଲାଗି ଆମେ ସବୁବେଳେ ଗବେଷଣା କରିଚାଲିଛୁ ତେବେ ମୁ କେବଳ ଗୋଟିଏ ବିଭାଗ (ଧାନ ଅମଳ ର ପରବର୍ତ୍ତୀ ସମସ୍ୟା ଓ ତାର ସମାଧାନ)ରେ କାର୍ଯ୍ୟ କରେ |ବର୍ତ୍ତମାନ ଆସାମ ରେ ଏବେ ଏକ ନୂତନ ପ୍ରକଳ୍ପ ପରିଚାଳିତ ହେଉଅଛି | ଆମେ ଏବେ ଚେଷ୍ଟା କରୁଛୁ ଏପରି ଏକ ଯନ୍ତ୍ର ର ନିର୍ମାଣ କରିବାକୁ ଯାହା ଧାନ ଶୁଖାଇବା ସାଙ୍ଗରେ ,ପର୍ଯ୍ୟାପ୍ତ ତାପମାତ୍ରା ରେ ତାକୁ ସଂଚିତ କରି ଦୀର୍ଘଦିନ ଯାଏ ରଖିପାରିବ |ଅନ୍ୟାନ୍ୟ ବିଭାଗ ମଧ୍ୟ ଧାନ ଫସଲ ର ;ଯଥା ରୋଗ ପୋକ ନିୟନ୍ତ୍ରଣ ,ଖାଦ୍ୟ ପରିଚାଳନା ଇତ୍ୟାଦି ଉପରେ ବେଶ ଗବେଷଣା କରୁଛନ୍ତି |ନିଶ୍ଚିତ ଭବିଷ୍ୟତରେ ଆମେ ଧାନ ଲାଗି ବହୁ ନୂତନ ପ୍ରକଳ୍ପ ଚାଷୀ ଭାଈଙ୍କୁ ଭେଟିଦେବା ବୋଲି ଆଶା ରଖିଛୁ |