"ଗାରବେଜ ଇନ ଗାରବେଜ ଆଉଟ ";ଅର୍ଥାତ ଯେତିକି ପରିଶ୍ରମ କରିବେ ସେହିପରି ଧାନର ଅମଳ ବୃଦ୍ଧି ହୋଇ ଚIଳିବ …..ବୈଜ୍ଞାନିକ ମାର୍ଟିନ ଗୁମ୍ମେର୍ଟ

Monday, 19 November 2018 05:31 PM

ଧାନ ଅମଳ ର ପରବର୍ତ୍ତୀ ସମସ୍ୟା ଓ ତାର ସମାଧାନ ଉପରେ ଗବେଷଣା କରୁଥିବା ଜଣେ ବିଶେଷଜ୍ଞନ ;ଆଇ.ଆର .ଆର .ଆଇ (ଫିଲିପାଇଁସ) ର ଜଣେ ପ୍ରମୁଖ ବୈଜ୍ଞାନିକ ,ମାର୍ଟିନ ଗୁମ୍ମେର୍ଟ ଙ୍କ ସହ କୃଷି ଜାଗରଣ ର ଏକ ବିଶେଷ ଆଲୋଚନା |

କୃଷି ଜାଗରଣ :ଆପଣ ବିଶେଷ ଭାବେ କେବଳ ଧାନ ଉପରେ ଗବେଷଣା କରୁଛନ୍ତି |ତେବେ ଭାରତ ରେ ଧାନ ଚାଷ ପ୍ରଣାଳୀ ରେ କଣ ଏମିତି ତ୍ରୁଟି ରହୁଛି ଯାହା ଦ୍ୱାରା ଅମଳ ହ୍ରାସ ପାଉଛି ?

ମାର୍ଟିନ ଗୁମ୍ମେର୍ଟ:ମୋ ମତରେ ଚାଷୀ ମାନଙ୍କର କୌଣସି ଭୁଲ ନାହିଁ |ସେମାନେ ଯଥା ସମ୍ଭବ ଅମଳ ବୁଦ୍ଧି ଅଧିକତମ ଲାଭ ପାଇଁ  ଚେଷ୍ଟା କରିଥାନ୍ତି ମାତ୍ର ଭୁଲ ଅଛି ସୂଚନା ସମ୍ପର୍କରେ |ଯଦି ଆମେ ଉଚିତ ଭାବେ ଚାଷୀ ମାନଙ୍କୁ ପ୍ରଶିକ୍ଷଣ ଦେଇପାରିବ ଏବଂ ସମସ୍ତ ଉପକରଣ  ତଥା  ନୂତନ ଉଦ୍ଭାବନ ବିଷୟରେ ସେମାନଙ୍କୁ ସୂଚନା ଦେଇପାରିବ ତେବେ ସେମାନେ ନିଶ୍ଚିନ୍ତ ସଚେତନ ହେବେ ଏବଂ ଏପରି ସମସ୍ୟା ଦେଖିବାକୁ ମିଳିବ ନାହିଁ |ଏହା ବ୍ୟତୀତ ଆମେ  ଟ୍ରାକଟର ,ହାର୍ଭେଷ୍ଟର ପରି ବହୁମୂଲ୍ୟ କୃଷି ଉପକରଣ କୁ ଚାଷୀ ମାନଙ୍କୁ ଭଡା ରେ ଯୋଗାଇବା ସହ ସବସିଡି ରେ ଦେଲେ ସେମାନେ ବ୍ୟବହାର କରିବାକୁ  ଅଧିକ ଆଗ୍ରହୀ ହେବେ ଫଳରେ ଅମଳ ବୃଦ୍ଧି ହେବେ |

 

କୃଷି ଜାଗରଣ :ଆପଣଙ୍କ ମତରେ ଧାନ ଫସଲ  ମହତ୍ଵପୁର୍ଣ ଭାବେ କେଉଁ ସମୟରେ ଅଧିକ ଯତ୍ନ ଲୋଡିଥାଏ ବା କେଉଁ ସମୟରେ ଧାନ ଅଧିକ ଯତ୍ନ ନେଲେ ଅମଳ ବୁଦ୍ଧି ହେବାର ସମ୍ଭାବନା ଥାଏ ?

ମାର୍ଟିନ ଗୁମ୍ମେର୍ଟ :ଦେଖନ୍ତୁ କହିବାକୁ ଗଲେ ଜମି ହଳ କରିବାକ ଠାରୁ ଆରମ୍ଭ କରି ଅମଳ କରିବା ପର୍ଯ୍ୟନ୍ତ ସମସ୍ତ ଷ୍ଟେଜ ଗୁରୁତ୍ୱପୂର୍ଣ |ଭଲ ଭାବରେ ଜମି ହଳ କରିବା ,ଧାନ ରୋଇବା,ଖାଦ୍ୟ ପରିଚାଳନା ,ରୋଗ ପୋକ ନିୟନ୍ତ୍ରଣ ଏପରିକି ଉଚିତ ଅବସ୍ଥା ରେ ଅମଳ କରିବା ମଧ୍ୟ ଅତି ଆବଶ୍ୟକ |କୌଣସି କ୍ଷେତ୍ର ରେ ତ୍ରୁଟି ରହିଲେ ଅମଳ ହ୍ରାସ ପାଇବାର ସମ୍ଭାବନା ଥାଏ |ଯେପରିକି ଅମଳ ପରେ ଧାନ କୁ ଭଲ ଭାବରେ ଶୁଖାଇଲେ ଚାଉଳ ଭାଙ୍ଗିଯିବାର ସମ୍ଭାବନା ଥାଏ ଏବଂ ଶତକଡା ୧୪ ଭାଗ ରୁ ଅଧିକ ଆଦ୍ରତା ରହିଲେ ପୋକ ଫିମ୍ପି ଲାଗିବାର ସମସ୍ୟା ମଧ୍ୟ ଦେଖିବାକୁ ମିଳେ |ଏହାକୁ ଆମେ "ଗାରବେଜ ଇନ ଗାରବେଜ ଆଉଟ "ବୋଲି କହିଥାଉ ଅର୍ଥାତ ଯେତିକି ପରିଶ୍ରମ କରିବେ ସେହିପରି ଅମଳ ବୃଦ୍ଧି ହୋଇ ଚIଳିବ |

 

କୃଷି ଜାଗରଣ :କେଉଁ ସବୁ ସମସ୍ୟା ଲାଗି ଧାନ  ରୁ ଚାଉଳ ଅମଳ ବା ମାତ୍ରା କମ ଆସିଥାଏ ?

ମାର୍ଟିନ ଗୁମ୍ମେର୍ଟ : ସେମିତି କୌଣସି ଗୋଟେ ସମସ୍ୟା ଉଲେଖ କରିବା ଅନୁଚିତ କାରଣ ଯେମିତି ମୁ ଆଗରୁ କହିଥିଲି ସବୁ ଷ୍ଟେଜ ଗୁରୁତ୍ୱପୂର୍ଣ |ମାତ୍ର ଚାଉଳ   ସବୁଠାରୁ ଅଧିକ ଅମଳ ହ୍ରାସ ପାଇବା କାରଣ ହେଉଛି ଧାନ ଶୁଖାଇବାରେ ତ୍ରୁଟି |ଏହା ବ୍ୟତୀତ ଧାନକୁ ଉଚିତ ସମୟରେ ଅମଳ କଲେ ମଧ୍ୟ ଏପରି ସମସ୍ୟା ଦେଖିବାକୁ ମିଳେ |ତେବେ ଧାନ ଆଦ୍ରତା କୁ ଶତକଡା ୧୪ ଭାଗ ମଧ୍ୟରେ ରଖିଲେ ଏହା ଦୀର୍ଘଦିନ ଯାଏ ନଷ୍ଟ ହୁଏ ନାହିଁ |

କୃଷି ଜାଗରଣ : ଆଜି ଆପଣଙ୍କ ନେତୃତ୍ୱ ରେ ପରିଚାଳିତ ସୋଲାର ବବଳ ଡ୍ରାୟର କୃଷି ବିଜ୍ଞାନ କେନ୍ଦ୍ର ଖୋର୍ଦ୍ଦା ଠାରେ ଡେମୋନଷ୍ଟ୍ରେଟ କରାଗଲା |ସେ ବିଷୟରେ କଣ କହିବାକୁ ଚାହିଁବେ ?କେମିତି କାମ କରେ ସୋଲାର ବବଳ ଡ୍ରାୟର ?

ମାର୍ଟିନ ଗୁମ୍ମେର୍ଟ : ଏହା ସମ୍ପୂର୍ଣ ଭାବେ ସୌରଶକ୍ତି ପରିଚାଳିତ ଧାନ ଶୁଖା ଯନ୍ତ୍ର |ଏଥିରେ କୌଣସି ଇନ୍ଧନ ବ୍ୟବହାର କରାଯାଇ ନାହିଁ |ଏହା ହାଲୁକା ଏବଂ ଏହାର ନିର୍ମାଣ ଖୁବ ସରଳ ତେଣୁ ପରିବହନ ରେ ମଧ୍ୟ ସମସ୍ୟା ଦେଖିବାକୁ ମିଳେ ନାହିଁ |ପୂର୍ବରୁ ଥିବା ଡ୍ରାୟରମାନେ ବେଶ ବ୍ୟୟବହୁଳ ଓଜନିଆ ଥିଲେ ତେଣୁ ଚାଷୀ ମାନେ ରାସ୍ତା ବା ଅଗଣାରେ ଧାନ ଶୁଖାଇବାରେ ଅଧିକ ଆଗ୍ରହୀ ଥିଲେ |ତେବେ ସୋଲାର ବବଳ ଡ୍ରାୟରଦ୍ୱାରା ଏହି କାମ ଅତି ସହଜରେ ହେଇପାରିବ |ଏଥିରେ ପ୍ରତି ଘଣ୍ଟା କୁ ଶତକଡା . ଭାଗ ଆଦ୍ରତା ହ୍ରାସ ପାଇଥାଏ |ସୌର ଶକ୍ତି ରେ ପରିଚାଳିତ ଫ୍ୟାନ ଦ୍ୱାରା ଗରମ ପବନ ଡ୍ରାୟରରୂପକ ସୁଡ଼ଙ୍ଗ ବା ଟନେଲ ଭିତରକୁ ପରିଚାଳିତ ହୁଏ ଫଳରେ ଧାନ ଶୀଘ୍ର ଶୁଖିଥାଏ |ଏହା ବ୍ୟତୀତେ ଏଥିରେ ଲାଗିଥିବା କଲା ରଙ୍ଗ ପଲିଥିନ ପବନ କୁ ବହୁ ସମୟ ଯାଏ ଗରମ ରଖିଥାଏ ଏବଂ ସୋଲାର ସେଲ ଦ୍ୱାରା ପରିଚାଳିତ ରଚାର୍ଜଏବୁଲ ବେଟେରି ସାହାଯ୍ୟରେ ଏହା ରାତିରେ ମଧ୍ୟ କାମ କରିପାରିବ |

 

କୃଷି ଜାଗରଣ :ସୋଲାର ବବଳ ଡ୍ରାୟର ଏକ ଖୁବ ସରଳ ସୁନ୍ଦର ନିର୍ମାଣ ?ତେବେ ଏହାକୁ ନିର୍ମାଣ କରିବାର  ଉପାୟ ପ୍ରଥମେ କେମିତି ଉପୁଜିଲା ?

ମାର୍ଟିନ ଗୁମ୍ମେର୍ଟ :ଦେଖନ୍ତୁ ମୁ ୧୯୯୦ ରୁ ବିଶେଷ କରି ଧାନ ଶୁଖେଇବା ଉପରେ କାମ କରୁଛି ମାତ୍ର କେବେ ଉଚିତ ସମାଧାନ ପାଇ ନାହିଁ |ତେବେ ଏହି ଡ୍ରାୟର କୁ ପ୍ରଥମେ ଆମେ ଗ୍ରୀନ ହାଉସ ପରି ରଡ଼ ସାହାଯ୍ୟ ରେ ନିର୍ମାଣ କରିବାକୁ ମନସ୍ତ କରିଥିଲୁ ମାତ୍ର ଏହା କେବଳ ପ୍ରକଳ୍ପ କୁ ଅଧିକ ମହଙ୍ଗା କରିବାରେ ସହାୟକ ହୋଇଥାନ୍ତା |ତେଣୁ ଆମେ ଫ୍ୟାନ ସାହାଯ୍ୟରେ ଏହାକୁ ବବଳ ପରି ଫୁଲାଇବାର ବ୍ୟବସ୍ତା କଲୁ |ଏହା ବ୍ୟତୀତ ଆମେ ବହୁତ ଥର ଏହାକୁ ପରୀକ୍ଷା କରିଛୁ |ଜର୍ମାନୀ   ହୋନହାମ ବିଶ୍ୱବିଦ୍ୟାଳୟ ଦ୍ୱାରା ଏହାର କମ୍ପୁଟର ମଡେଲିଂ କରାଯାଇଥିଲା |ମୁଁ  ଏହି  ପ୍ରକଳ୍ପ ମୁଖ୍ୟ ଥିଲି ମାତ୍ର ଏହା ସମଗ୍ର ଟିମ ମିଳିତ ଦକ୍ଷତା ଦ୍ୱାରା ସମ୍ଭବ ହୋଇପାରିଛି |ଆମେ ପ୍ରଥମେ ଟି ଉପାୟ  ବା ପ୍ରୋଟୋଟାଇପ ତିଆରି କରିଥିଲୁ ଏବଂ ବହୁ ଗବେଷଣା ପରେ ଏହାକୁ ଚୟନ କଲୁ |

କୃଷି ଜାଗରଣ :ଆମେ ଆଇ.ଆର .ଆର .ଆଇ (ଫିଲିପାଇଁସ) ଠାରୁ ଆଗାମୀ ଦିନରେ ଚାଷୀ ମାନଙ୍କ ଲାଗି ଅଧିକ କଣ ଆଶା ରଖିପାରିବ ?କେଉଁ ସବୁ ନୂତନ ପ୍ରକଳ୍ପ ଉପଲବ୍ଧ ହେବ ବୋଲି ଭାବିବା ?

ମାର୍ଟିନ ଗୁମ୍ମେର୍ଟ :ଆଇ.ଆର .ଆର .ଆଇ (ଫିଲିପାଇଁସ) ବିଶ୍ଵବ୍ୟାପୀ ଧାନ ଚାଷୀଙ୍କ ଲାଗି ସର୍ବଦା କାର୍ଯ୍ୟବଧ ତେଣୁ ଆମ ଅନୁଷ୍ଠାନ ସମୁଦ୍ର କୁ ବୁନ୍ଦେ ପରି ଏକୁଟିଆ ଅଗଣିତ ଚାଷୀମାନଙ୍କୁ ସାହାଯ୍ୟ କରିପାରିବ ବୋଲି ଆଶା କରିବା ବୃଥା ତେବେ ଆମେ ସବୁ ରାଷ୍ଟ୍ର ପ୍ରତିନିଧିଙ୍କ ସାହାଯ୍ୟ ରେ ତଥା ଅନ୍ୟାନ୍ୟ  ଷ୍ଟେକ ହୋଲଡର ଙ୍କୁ ନେଇ କାର୍ଯ୍ୟ କରିଥାଉ |ଧାନ ଫସଲ କୁ ଅଧିକ ଲାଭଦାୟକ କରିବା ଲାଗି ଆମେ ସବୁବେଳେ ଗବେଷଣା କରିଚାଲିଛୁ ତେବେ ମୁ କେବଳ ଗୋଟିଏ ବିଭାଗ (ଧାନ ଅମଳ ପରବର୍ତ୍ତୀ ସମସ୍ୟା ତାର ସମାଧାନ)ରେ କାର୍ଯ୍ୟ କରେ |ବର୍ତ୍ତମାନ ଆସାମ ରେ ଏବେ ଏକ ନୂତନ ପ୍ରକଳ୍ପ ପରିଚାଳିତ ହେଉଅଛି | ଆମେ ଏବେ ଚେଷ୍ଟା କରୁଛୁ ଏପରି ଏକ ଯନ୍ତ୍ର ନିର୍ମାଣ କରିବାକୁ ଯାହା ଧାନ ଶୁଖାଇବା ସାଙ୍ଗରେ ,ପର୍ଯ୍ୟାପ୍ତ ତାପମାତ୍ରା ରେ ତାକୁ ସଂଚିତ କରି ଦୀର୍ଘଦିନ ଯାଏ ରଖିପାରିବ |ଅନ୍ୟାନ୍ୟ ବିଭାଗ ମଧ୍ୟ ଧାନ ଫସଲ ;ଯଥା ରୋଗ ପୋକ ନିୟନ୍ତ୍ରଣ ,ଖାଦ୍ୟ  ପରିଚାଳନା ଇତ୍ୟାଦି ଉପରେ ବେଶ ଗବେଷଣା କରୁଛନ୍ତି |ନିଶ୍ଚିତ  ଭବିଷ୍ୟତରେ ଆମେ ଧାନ ଲାଗି ବହୁ ନୂତନ ପ୍ରକଳ୍ପ ଚାଷୀ ଭାଈଙ୍କୁ ଭେଟିଦେବା ବୋଲି ଆଶା ରଖିଛୁ |

 

Share your comments