ପ୍ରଗତି ମାର୍ଗ ରେ "ପ୍ରଗତି "

Wednesday, 23 October 2019 04:49 PM

କୃଷି କ୍ଷେତ୍ର ରେ ଉଦ୍ୟୋଗ କରି ନିଜର ଜୀବିକା ବହନ କରିବା ହୁଏତ ସହଜ ଲାଗିବାରେ କିନ୍ତୁ ବାସ୍ତବ ରେ ଏଥିରେ ନିଷ୍ଠା ଏବଂ ଅଗାଢ ଇଚ୍ଛାଶକ୍ତି ର ଆବଶ୍ୟକତା ରହିଥାଏ |ପୁର୍ଣ ଆତ୍ମବିଶ୍ୱାସ ,ଉଚ୍ଚ ଆକାଂକ୍ଷା ଏବଂ ଶେଷ ରେ ଧାର୍ଯ୍ୟ ର ମିଶ୍ରଣ ରେ ଗଢି ଉଠେ ଏକ ସଫଳ ଉଦ୍ୟୋଗ |ଏହାର ଏକ ପ୍ରକୃତ ଉଦ୍ଧାରଣ "ପ୍ରଗତି "ର ପ୍ରତିଷ୍ଠାତା ;ଶ୍ରୀଯୁକ୍ତ ପ୍ରଦୋଷ କୁମାର ରାଉତ |
୨୦୦୮ ରେ ପ୍ରଥମ ଥର ଲାଗି ରେଜିଷ୍ଟର ହୋଇଥିବା ପ୍ରଗତି ବ୍ରାଣ୍ଡ ର ପ୍ରତିଷ୍ଠାତା ଏହାକୁ ପ୍ରଥମ ଥର ଲାଗି ଆରମ୍ଭ କରିଲା ବେଳେ ମନରେ କେବଳ ଗୋଟେ ହିଁ ଆକାଂକ୍ଷା ରଖିଥିଲେ ଯେ ଓଡିଶା ର ଦୁଗ୍ଧ ଉତ୍ପାଦନ କ୍ଷମତା କୁ ଏକ ନୂତନ ଦିଶା ଦିଆଯାଉ|ସଂଖ୍ୟାଧିକ ମାତ୍ରା ରେ ଚାଷୀ ଯେଉଁମାନେ ଗୋପାଳନ କରି ନିଜର ଜୀବିକା ବହନ କରୁଛନ୍ତି ସେମାଙ୍କୁ ଏଠି ଲାଗି ଉଚିତ ପୁରସ୍କାର ମିଳୁ ଏବଂ ଏହାକୁ ଭିନ୍ନ ଏକ ସ୍ୱତନ୍ତ୍ର ନାମ ବା ବ୍ରାଣ୍ଡ ମିଳୁ |

ସେ କହିଛନ୍ତି ଯେ ,"ଏହି ବ୍ରାଣ୍ଡ ଆରମ୍ଭ କରିବା ପୂର୍ବରୁ ମୁ କେବଳ ଓଡିଶା ର ଶତକଡା ୨୦ ଭାଗ ର ଦୁଗ୍ଧ ଉତ୍ପାଦନ କ୍ଷମତା ବ୍ୟବହାର ହେଉଥିବାର ଦେଖିଥିଲି ;ଆହୁରି ୮୦ ଭାଗ ର ଉତ୍ପାଦନ କୁ କୌଣସି ସମୀକ୍ଷା ମିଳୁ ନଥିଲା ଏବଂ ଏହା ମୋ ଲାଗି ଏକ ପ୍ରେରଣା ଥିଲା "|
ସେହି ବର୍ଷ ପ୍ରଗତି ର ଆରମ୍ଭ ପରେ ସେ ନିଜର ଗାଁ ରୁ ଗୋପାଳନ କରୁଥିବା ଚାଷୀ ମାନଙ୍କ ଠାରୁ ଦୁଗ୍ଧ ସଂଗ୍ରହ କରି ତାକୁ ଭଲ ଭାବେ ଏକ ସଫା ଟାଙ୍କି ରେ ପ୍ରକ୍ରିୟାକରଣ ଲାଗି କାରଖାନା କୁ ନେଇଥିଲେ ଏବଂ ପରେ ଏହାକୁ ପାଶ୍ଚରାଇଜ କରି ପ୍ୟାକେଟ ରେ ଓଜନ କରି ବଜାରରେ ବିକ୍ରି କରୁଥିଲେ |ଏଥିରୁ ସର୍ବାଧିକ ଗାଈ କ୍ଷୀର ଥିଲା ବେଳେ ମଇଁଷି କ୍ଷୀର ମାତ୍ର ୧୫ % ରହିଥିଲା |

"ଏହି ବ୍ରାଣ୍ଡ ଆରମ୍ଭ କରିବା ପୂର୍ବରୁ ମୁ କେବଳ ଓଡିଶା ର ଶତକଡା ୨୦ ଭାଗ ର ଦୁଗ୍ଧ ଉତ୍ପାଦନ କ୍ଷମତା ବ୍ୟବହାର ହେଉଥିବାର ଦେଖିଥିଲି ;ଆହୁରି ୮୦ ଭାଗ ର ଉତ୍ପାଦନ କୁ କୌଣସି ସମୀକ୍ଷା ମିଳୁ ନଥିଲା ଏବଂ ଏହା ମୋ ଲାଗି ଏକ ପ୍ରେରଣା ଥିଲା "|

ଭାରତ ଦୁଗ୍ଧ ଉତ୍ପାଦନ ରେ ବିଶ୍ୱ ରେ ପ୍ରଥମ ସ୍ଥାନ ଗ୍ରହଣ କରିଥିଲା ବେଳେ ଅମୁଲ,ମଦର ଡ଼ାଏରୀ ,ହେରିଟେଜ ଇତ୍ୟାଦି ର ଦୁଗ୍ଧ ବିକ୍ରି କ୍ଷମତା ବେଶ ଅଧିକ ଥିଲା ବେଳେ ଅମୁଲ ସର୍ବାଧିକ ଦିନକୁ ୫୦୦୦୦୦୦ ଲିଟର ପରଜ୍ୟାଣ୍ଟ ଦୁଗ୍ଧ ବଜାରରେ ବିକ୍ରି କରିଥାଏ ମାତ୍ର ପ୍ରଗତି ଏ ତୁଳନାରେ ଏକ ଖୁବ ଛୋଟ ଉଦ୍ୟୋଗ |ଦିନକୁ ମାତ୍ର ୫୦୦୦ ଲିଟର ବିକ୍ରି କରିପାରୁଥିବା କ୍ଷମତା ସହ ଆରମ୍ଭ ହୋଇଥିବା ଏହି ଉଦ୍ୟୋଗ ବର୍ତମାନ ୨.୫ ଲକ୍ଷ ଲିଟର ପ୍ରତି ଦିନ ବିକ୍ରି କରୁଛି |
"ମୁଁ ମୋ ନିଜ ଜମା ପୁଞ୍ଜି ରୁ ୨ କୋଟି ଟଙ୍କା ବ୍ୟୟ କରିଥିଲି ଏବଂ ବଳକା ୪ କୋଟି ବ୍ୟାଙ୍କ ଠାରୁ ଋଣ ଆଣି ଏହି ଉଦ୍ୟୋଗ ର ଆରମ୍ଭ କରିଥିଲି ,"ବୋଲି ମତ ଦେଇଥିଲେ ପ୍ରତିଷ୍ଠାତା ଶ୍ରୀଯୁକ୍ତ ରାଉତ |ପରେ ଅନ୍ୟ କମ୍ପାନୀ ପରି ପ୍ରଗତି ର ଆଇସ କ୍ରିମ ,ପନିର ,ଘିଅ ,ଇତ୍ୟାଦି ମଧ୍ୟ ଉତ୍ପାଦନ ଆରମ୍ଭ ହୋଇଥିଲା |"ନିରନ୍ତର ପରିଶ୍ରମ ,ଅଗାଢ ନିଷ୍ଠା ଏବଂ ଉଚିତ ଯୋଜନା ଜରିଆରେ ଆମେ ବଜାରର ଚାହିଦା ସମୀକ୍ଷା କରି ଦୁଗ୍ଧ ପ୍ରକ୍ରିୟାକରଣ କରି ଅନ୍ୟ ଉତ୍ପାଦ ର ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଥିଲୁ |ଦୁଗ୍ଧ ବ୍ୟତୀତ ଏହି ସବୁ ଉତ୍ପାଦ ରୁ ଲାଭ ସର୍ବଦା ଅଧିକ ମିଳିଥାଏ ",ବୋଲି ସେ ଉଲ୍ଲେଖ କରିଥିଲେ |

ପ୍ରଗତି ବର୍ତମାନ ଦୁଗ୍ଧ ଉତ୍ପାଦନ ଓ ବିକ୍ରି ଉଦ୍ୟୋଗ ଭାବେ ବେଶ ସୁନାମ ଅର୍ଜନ କରିଛି |ଖୁବ କମ ଦିନରେ ସେ ବଜାରରେ ନିଜର ଚାହିଦା ବୃଦ୍ଧି କରିପାରିଛି |ମାତ୍ର ଏବେ ମଧ୍ୟ ଓଡିଶା ରେ ମୁଣ୍ଡ ପିଛା ଦୁଗ୍ଧ ଉପଲବ୍ଧି ଖୁବ କମ ରହିଛି ଯାହା ଦେଶ ରେ ମୁଣ୍ଡ ପିଛା ୩୦୭ ଗ୍ରାମ ପ୍ରତି ଦିନ ଥିଲା ବେଳେ ରାଜ୍ୟରେ ତାହା ମାତ୍ର ୧୧୭ ଗ୍ରାମ ପ୍ରତି ଦିନ ଉପଲବ୍ଧ କରାଯାଇପାରୁଛି ବୋଲି ଏନ.ଡି.ଡି.ବି ର ଦ୍ୱାରା ପ୍ରକାଶିତ ହୋଇଛି |
୬୦୦ କର୍ମଚାରୀ ବିଶିଷ୍ଟ ଏହି ଘରୋଇ ଉଦ୍ୟୋଗ ନିଜର ଦୁଗ୍ଧ ଉତ୍ପାଦନ କ୍ଷମତା ବୃଦ୍ଧି କରିବା ସହ ନିଜର ସ୍କିମଡ଼ ମିଲକ ପାୱଡର ପ୍ରସ୍ତୁତି ର ମଧ୍ୟ ଲକ୍ଷ ରଖିଛନ୍ତି |

Share your comments