ନାରୀ ର କୃଷି ରେ ଭୂମିକା !...ଡଃ ସବିତା ମିଶ୍ର

Friday, 08 March 2019 06:43 PM


ମା ହାତରୁ ଖାଇବା କାହାକୁ ବା ଭଲ ନ ଲାଗେ !ତେବେ ଖାଦ୍ୟ ପ୍ରସ୍ତୁତି ଲାଗି ନାରୀ ପ୍ରକାରାନ୍ତରେ ସମସସ୍ତ ଦାୟିତ୍ୱ ବହନ କରିଥାଏ ;ହେଲେ ମା,ଭଉଣୀ ,ବାନ୍ଧବୀ ପୁଣି ଜୀବନ ସଙ୍ଗିନୀ ପରି ଅନେକ ଭୂମିକା ମଧ୍ୟରେ ହୁଏତ ଆପଣ ନାରୀ ର କୃଷି ବା ଖାଦ୍ୟ ଉତ୍ପାଦନ ରେ ଥିବା ଭୂମିକା ବିଷୟରେ ଜାଣିନଥିବେ !
ଏନେଇ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ କୃଷି ଜାଗରଣ ର ଏଇ ସି ଏ ଆର -ଚି .ଆଇ.ଡବ୍ଲୁ.ଏ ର ମୁଖ୍ୟ ବୈଜ୍ଞାନିକ ଡଃ ସବିତା ମିଶ୍ର ଙ୍କ ସହ ଏକ ଆଲୋଚନା ..

କୃଷି ଜାଗରଣ :ଭାରତୀୟ କୃଷି ରେ ମହିଳା ମାନଙ୍କର କିପରି ଭୂମିକା ରହିଛି ?
ଡଃ ସବିତା ମିଶ୍ର :ଦେଖନ୍ତୁ ଭାରତ ଏକ କୃଷି ପ୍ରଧାନ ଦେଶ ,ପ୍ରାୟେ ୭୦ % ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି ,ଏବଂ ତାଙ୍କ ମଧ୍ୟରୁ ୭୭ % ହେଉଛନ୍ତି କ୍ଷୁଦ୍ର ଏବଂ ନାମମନ୍ତ୍ର ଚାଷୀ |ଦିନକୁ ଦିନ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟ ଦ୍ୱାରା ଚାଷ ବହୁ ଭାବେ ପ୍ରଭାବିତ ହେଉଛି ଏବଂ ମୁଖ୍ୟତ ପୁରୁଷ ଲୋକ ଚାଷ କାମ ଛାଡି ସହରରେ ଚାକିରୀ କରିବାରେ ରୁଚି ରଖୁଛନ୍ତି ଏବଂ ଯୁବ ପିଢ଼ି ମଧ୍ୟ ଚାଷ କରି ଅଧିକ ଲାଭବାନ ହେବେନି ବୋଲି ଭାବି କୃଷି କାର୍ଯ୍ୟ ରେ ଅଂଶ ଗ୍ରହଣ କରୁନାହାନ୍ତି |ତେବେ ଏହି ପରିସ୍ତିଥି ରେ ଚାଷ ର ସମସ୍ତ ଦାୟିତ୍ୱ ମହିଳା ଙ୍କ ଉପରେ ରହୁଛି |ତେଣୁ ଭାରତୀୟ କୃଷି ରେ ମହିଳା ଙ୍କର ବହୁ ଭୂମିକା ରହିଛି |

କୃଷି ଜାଗରଣ :ତେବେ ଏହି କାମ ଲାଗି ଆମେ ଚାଷୀ ମହିଳାଙ୍କୁ କିପରି ପ୍ରୋତ୍ସାହନ ଦେଇପାରିବା ?
ଡଃ ସବିତା ମିଶ୍ର :କୃଷି ରେ ମହିଳା ମାନେ ବହୁ ଦାୟିତ୍ୱ ବହନ କରୁଛନ୍ତି ମାତ୍ର ଅଧିକ ପ୍ରୋତ୍ସାହନ ଲାଗି ଆମକୁ ଚାଷୀ ମହିଳାଙ୍କୁ ସମ୍ମାନ ଦେବା ,ତାଙ୍କୁ ପୁରସ୍କୃତ ଦେଇ ପ୍ରୋତ୍ସାହିତ କରିବା ନିହାତି ଆବଶ୍ୟକ|କାରଣ ପ୍ରାୟେ ୭୯ % ଚାଷ କାମରେ ଲିପ୍ତ ଅଛନ୍ତି ଯେଉଁଟି ମାତ୍ର ୬୩ % ର ପୁରୁଷ ଏହି କାମରେ ଲିପ୍ତ ରହୁଛନ୍ତି|ଏବଂ ସାରା ପୃଥିବୀ ରେ କୃଷି ଶ୍ରମୀକ ଦେଖିଲେ ସେଥିରୁ ମଧ୍ୟ ୪୩ % ମହିଳା କାମ କରୁଛନ୍ତି |ତାଙ୍କର ସମୟ ରୁ ୪୦-୫୦%ଭାଗ ସମୟ ତାଙ୍କର ଚାଷ କାମ କରି ଅତିବାହିତ ହେଉଛି |

 

କୃଷି ଜାଗରଣ :ମହିଳା ମାନେ ବିଶେଷ କରି କୃଷି ର କେଉଁ କ୍ଷେତ୍ର ରେ ଅଧିକ କାର୍ଯ୍ୟ କରିଥାନ୍ତି ?କେଉଁ ସବୁ ବିଭାଗରେ ତାଙ୍କର ଅବଦାନ ସବୁଠାରୁ ଅଧିକ ?
ଡଃ ସବିତା ମିଶ୍ର :ପରିବାର ପାଇଁ ୬୦-୮୦ ଭାଗ ଖାଦ୍ୟ ମହିଳା ମାନେ ଉତ୍ପାଦନ କରିଥାନ୍ତି |ଚାଷ କଲା ବେଳେ ମହିଳା ମାନଙ୍କ ଅବଦାନ ଶତକଡା ୭୦ ଭାଗ ଥିଲା ବେଳେ ଅମଳ ପରେ ପ୍ରକ୍ରିୟାକରଣ ରେ ତାଙ୍କର ଅବଦାନ ହାରାହାରି ଶତକଡା ୧୦୦ ଭାଗ ରହିଥାଏ |ପଶୁପାଳନ ଯେପରି କୁକୁଡ଼ା ବତକ ଛେଳି ମେଣ୍ଢା ପାଳନ ,ସେମାନଙ୍କୁ ଚରେଇବା ,ଗୁହାଳ ସଫା କରିବା,କ୍ଷୀର ଡୁଇଁବା ,ଗୋବର ଇତ୍ୟାଦି ରୁ ଘଷି ତିଆରି କରିବା ,ରେ କରିବା ରେ ତାଙ୍କର ବିଶେଷ ଅବଦାନ ରହିଛି |ସେହିପରି ଟସର ଚାଷ ଏବଂ ତନ୍ତୁ ବୁଣିବ ରେ ମଧ୍ୟ ଶତକଡା ୬୦ ଭାଗ ମହିଳା ମାନେ କାମ କରନ୍ତି |ଉଦ୍ୟାନ ବିଭାଗ ଫଳ, ପନି ପରିବା ଚାଷ ,ଏବଂ ସଂରକ୍ଷଣ ଯେପରି ଆଚାର , ଜାମ, ଜେଲି ପ୍ରତୁଟି କରିବା,ଏବଂ ଛତୁ ଚାଷ ,ଜିଆ ଖତ ଉତ୍ପାଦନ ,ତଳି ଉତ୍ପାଦନ ,ଔଷଧୀୟ ବୃକ୍ଷରେ ଚାଷ କରିବା ଏହି ପରି ବିଭିନ୍ନ ବିଭାଗ ରେ ତାଙ୍କର ବହୁ ଅବଦାନ ଅଛି |ମାଛ ଚାଷ ରେ ଦେଖିବେ ଯଦି ଭାରତ ରେ ୧,୬୦,୦୦୦ ମହିଳା ଚାଷୀ ଏଥିରେ ଲିପ୍ତ ଅଛନ୍ତି |ପୋଖରୀ ସଫା କରିବା ଠାରୁ ଆରମ୍ଭ କରି ଜାଆଁଳ ଛାଡିବା ଏବଂ ମାଛ ଧରିବା,ଶୁଖୁଆ ପ୍ରସ୍ତୁତି ତଥା ବଜାରରେ ମାଛ ବିକିବା ପରି ସବୁ କାମ କରିଥାନ୍ତି |ଆଦିବାସୀ ମହିଳା ଜଙ୍ଗଲ ଜାତୀୟ ଦ୍ରବ୍ୟ ଉପରେ ନିର୍ଭରଶୀଳ ଥିଲା ବେଳେ ସେହି ଦ୍ରବ୍ୟ ରୁ ସେମାନେ ଝୁଣା ,ମସିଣା ,ସପ,ଚାଙ୍ଗୁଡ଼ି,ଦୌଡ଼ି ,ଝାଡୁ ପ୍ରସ୍ତୁତି ଓ ବାଉଁଶ କାମ ଇତ୍ୟାଦି କରନ୍ତି |

କୃଷି ଜାଗରଣ :ଏହି ସବୁ ମଧ୍ୟରେ ମୁଖ୍ୟତ ଚାଷୀ ମହିଳା ମାନେ କିପରି ଅସୁବିଧା ର ସମ୍ମୁଖୀନ ହୋଇଥାନ୍ତି ?
ଡଃ ସବିତା ମିଶ୍ର :ଋଣ ଆଣିବାକୁ ଗଲା ବେଳେ ଜମି ପଟ୍ଟା ତା ନାଁରେ ନଥିବାରୁ ଋଣ ନେବାରୁ ସେମାନେ ବଂଚିତ ହେଉଛନ୍ତି |ସେହିପରି ସମସ୍ତ ଜ୍ଞାନ କୌଶଳ ତାଙ୍କ ପାଖରେ ରହୁ ନାହିଁ ଫଳରେ ସେମାନେ ପାରମ୍ପରିକ ଭାବେ କୃଷି କରୁଛନ୍ତି |ତାଲିମ ଶିକ୍ଷା ବା ପ୍ରଶିକ୍ଷଣ ରେ ମଧ୍ୟ ବିଭିନ୍ନ କାରଣ ଲାଗି ତାଙ୍କୁ ସାମିଲ କରା ଯାଉନାହିଁ |ମଜୁରୀ ମଧ୍ୟ ପୁରୁଷ ଠାରୁ ମହିଳା କୁ କାମ ହିଁ ମିଳିଥାଏ |ସରକାର ଙ୍କ ସମସ୍ତ ଯୋଜନା ତାଙ୍କ ଲାଗି ଆରମ୍ଭ ହୋଇଥିଲେ ମଧ୍ୟ ସଠିକ ଭାବେ କାର୍ଯ୍ୟକାରୀ ହେଉନାହିଁ|
କୌଣସି କାର୍ଯ୍ୟ ଆରମ୍ଭ କରିବା ର ନିର୍ଣ୍ଣୟ ନେବାର ଅଧିକାର ମଧ୍ୟ ବହୁବାର ପୁରୁଷ ହି ନେଇଥାଏ |ଏତେ ଅବଦାନ ଥାଇ ମଧ୍ୟ ଆମେ ତାକୁ "ଚାଷୀ "ନ କହି "ଚାଷୀ ର ସ୍ତ୍ରୀ "ସମ୍ବୋଧନ କରୁଛେ |

କୃଷି ଜାଗରଣ :ଚାଷୀ କାର୍ଯ୍ୟ ରେ ବ୍ୟବହାର ହେଉଥିବା ଉପକରଣ ସବୁ ମହିଳା ମାନେ ବ୍ୟବହାର କରିପାରିବେ କି ??ନା ମହିଳା ମାନଙ୍କ ଲାଗି ଉପକରଣ ରେ ପରିବର୍ତ୍ତନ ଆବଶ୍ୟକ ?
ଡଃ ସବିତା ମିଶ୍ର :ସମସ୍ତ ଉପକରଣ ମହିଳା ଉପଯୋଗୀ ନୁହେଁ |ମାତ୍ର ତାଙ୍କୁ ଉପଯୋଗୀ ହେଲା ଭଳିଆ ବହୁ ଉପକରଣ ଯେପରି ଧାନ ଉଁସା ଯନ୍ତ୍ର ,ତଳି ରୁଆ ଯନ୍ତ୍ର ,ନିର୍ମାଣ କରାଯାଇଛି |ସେ ସବୁ ର ତାଲିମ ଏବଂ ପ୍ରଶିକ୍ଷଣ ମଧ୍ୟ ଆମେ ଆମ ଅନୁଷ୍ଠାନ ରେ ସମୟ ସମୟ ରେ ଦେଇଥାଉ |

 


କୃଷି ଜାଗରଣ :କୃଷି ମହିଳା ଙ୍କ ଲାଗି କଣ ସବୁ ସରକାରି ଯୋଜନା ରହିଛି ?
ଡଃ ସବିତା ମିଶ୍ର :ସରକାର ଙ୍କର ବହୁ ଯୋଜନା ରହିଛି ତେବେ ସେ ଯୋଜନା କାର୍ଯ୍ୟକାରୀ ହେଉନାହିଁ |ମହିଳା ମାନେ ଜାଣିବା ଦରକାର ତାଙ୍କ ଲାଗି କେଉଁ ସବୁ ଯୋଜନା ରହିଛି ଏବଂ ଏହି ସୂଚନା ଲାଗି ସରକାର ଙ୍କୁ ଅଧିକ ତତ୍ପର ହେବ ଆବଶ୍ୟକ |

କୃଷି ଜାଗରଣ :ମହିଳା ଦିବସରେ ଚାଷୀ ମହିଳାଙ୍କୁ ଆପଣ ଶେଷରେ କଣ କହିବାକୁ ଚାହିଁବେ ?
ଡଃ ସବିତା ମିଶ୍ର:ଦେଖନ୍ତୁ ମୁ ଯେଉଁଠି କାର୍ଯ୍ୟରତ ଅଛି ,ଆଇ ସି ଏ ଆର -ଚି ଆଇ ଡବ୍ଲୁ ଏ ,ଏକ ମାତ୍ର ଅନୁଷ୍ଠାନ ଯାହା କୃଷି ମହିଳା ଙ୍କ ଅସୁବିଧା ,ସମସ୍ୟା କୁ ଦେଖି ନୂତନ ଜ୍ଞାନ କୌଶଳ ଲାଗି ଗବେଷଣା କରୁଛି |
ତାଙ୍କୁ ସ୍ୱତନ୍ତ୍ର ଭାବେ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥା ୨୨ ବର୍ଷ ହେଲା କାମ କରିଚାଲିଛି |ତେଣୁ କୃଷି କାର୍ଯ୍ୟ ରେ ମହିଳା ମାନେ କୌଣସି ପ୍ରକାର ଅସୁବିଧା ର ସମୁଖିନ୍ନ ହେଲେ ନିଶ୍ଚିନ୍ତ ଆମକୁ ଯୋଜଯୋଗୀ କରନ୍ତୁ |

icar ciwa

Share your comments