1. ଚାକିରି

ନିଯୁକ୍ତି ସୁଯୋଗ: NERରେ ଖାଲି ପଡିଛି 1104ଟି ପଦବୀ

ବର୍ତ୍ତମାନ ଦେଶର ଲୋକ ସଂଖ୍ୟା କ୍ରମାଗତ ଭାବରେ ବଢ଼ିବାରୁ ଚାକରି କ୍ଷେତ୍ରରେ ଅନେକ ଅଭାବ ଦେଖାଦେଇଛି l ସରକାରୀ ଚାକିରୀରେ ଏବେ ବହୁଲୋକ ଆବେଦନ କରୁଥିବାରୁ ସରକାରୀ ଚାକିରୀ ପାଇଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ମଧ୍ୟ ଦେଖିବାକୁ ମିଳୁଛି l

Tanushree Mahapatra
Tanushree Mahapatra
1104 vacancies in ner iti passed apply immediately, image source - pexels.com

1104 vacancies in ner iti passed apply immediately, image source - pexels.com

ବର୍ତ୍ତମାନ ଦେଶର ଲୋକ ସଂଖ୍ୟା କ୍ରମାଗତ ଭାବରେ ବଢ଼ିବାରୁ ଚାକରି କ୍ଷେତ୍ରରେ ଅନେକ ଅଭାବ ଦେଖାଦେଇଛି l ସରକାରୀ ଚାକିରୀରେ ଏବେ ବହୁଲୋକ ଆବେଦନ କରୁଥିବାରୁ ସରକାରୀ ଚାକିରୀ ପାଇଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ମଧ୍ୟ ଦେଖିବାକୁ ମିଳୁଛି l

ଯଦି ଆପଣ କେବଳ ଦଶମ ପାସ୍ ପରେ ITI କରିଛନ୍ତି ତେବେ ଚାକିରୀ ପାଇଁ ସୁଯୋଗ ଖୋଜୁଛନ୍ତି, ତେବେ ଚାକିରି ପାଇବା ପାଇଁ ଏହା ହେଉଛି ସୁବର୍ଣ୍ଣ ସୁଯୋଗ l ରେଳ ବିଭାଗରେ ଖାଲି ପଡିଛି ଅନେକ ପଦବୀ l ତେବେ ଶୀଘ୍ର ଆବେଦନ କରନ୍ତୁ l ଅଗଷ୍ଟ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଏହାର ଶେଷ ତାରିଖ ଘୋଷଣା କରିଛି ରେଳ ବିଭାଗ l

ଉତ୍ତର-ପୂର୍ବ ରେଳ ବିଭାଗରେ ଖାଲି ପଡିଛି ଅନେକ ପଦ ପଦବୀ । ଭାରତୀୟ ରେଳ ବିଭାଗ ଆପ୍ରେଣ୍ଡିସ ଅଧୀନରେ ୧୧୦୪ଟି ପଦବୀର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ପଦବୀ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ରେଳ ବିଭାଗର ୱେବସାଇଟ ner.indianrailways.gov.in କୁ ଯାଇ ଆବେଦନ କରି ପାରିବେ । ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ଅଗଷ୍ଟ ୨, ୨୦୨୩ ପର୍ଯ୍ୟନ୍ତ । 

କିନ୍ତୁ ଏଥିପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଉତ୍ତର-ପୂର୍ବ ରେଳ ଆପ୍ରେଣ୍ଡିସ ନିଯୁକ୍ତି ପାଇବା ପାଇଁ ଏକ ବର୍ଷ  ଆପ୍ରେଣ୍ଡିସ ଟ୍ରେନିଂ ନେବାକୁ ପଡିବ । ଏହା ସାରିବା ପରେ ତାଙ୍କୁ ନିୟମ ଅନୁଯାୟୀ ଦରମା ଦିଆଯିବ । ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀମାନଙ୍କୁ ଆପ୍ରେଣ୍ଡିସ ଇଣ୍ଡିଆର ଅଫିସିଆଲ ପେଜ ବା ୱେବସାଇଟ apprenticeshipindia.gov.inରେ ରେଜିଷ୍ଟ୍ରସନ କରିବାକୁ ହେବ ।

ଏହି ପଦବୀ ପାଇଁ ପ୍ରାର୍ଥୀର ଯୋଗ୍ୟତା ସର୍ବନିମ୍ନ 50% ମାର୍କ ସହ ଦଶମ ପାସ କରିଥିବା ଜରୁରୀ । ଏହା ସହିତ ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ITIରେ ଶ୍ରେଷ୍ଠ ନମ୍ବର ରଖି ପାସ ହୋଇଥିବା ଆବଶ୍ୟକ । ତେବେ ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ସୀମା ୧୫ ରୁ ୨୪ ବର୍ଷ ହୋଇଥିବା ଆବଶ୍ୟକ । ପ୍ରାର୍ଥୀ ଉଭୟ ମ୍ୟାଟ୍ରିକ ଏବଂ ଆଇଟିଆଇ ପାଠ୍ୟକ୍ରମରେ  ହାରାହାରି ଶତକଡ଼ା ୫୦ ପ୍ରତିଶତ ମାର୍କରେ ଉତ୍ତୀର୍ଣ ହୋଇଥିବା ଆବଶ୍ୟକ । ସେହିପରି ପ୍ରାର୍ଥୀ ବୟସ ପ୍ରମାଣ ପତ୍ର ସହିତ ଏକ ଫଟୋ କପି ଅପଲୋଡ଼ କରି ଏହି ପଦବୀ ପାଇଁ ଫର୍ମ ପୁରଣ କରନ୍ତୁ । ଏହାକୁ ୱେବସାଇଟରେ ସବମିଟ କରିବା ପରେ, ରେଫେରେନ୍ସ ପାଇଁ ନିଜ କନଫର୍ମେଶନ ପେଜ ଡାଉନଲୋଡ କରନ୍ତୁ । ତେବେ ଏଥିପାଇଁ ଆବଶ୍ୟକ ଥିବା ସମସ୍ତ ସଠିକ କାଗଜ ସହିତ ଆପଣ ଶୀଘ୍ର ଆବେଦନ କରନ୍ତୁ ଏହି ପଦବୀ ପାଇଁ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments