1. ଚାକିରି

ରାଜ୍ୟରେ ନିଯୁକ୍ତି ପାଇବେ ୩୦ ହଜାର ଶିକ୍ଷକ

ରାଜ୍ୟରେ ବଢିଚି ବିଦ୍ୟାଳୟ ସଂଖ୍ୟା l ସାଥିରେ ବଢିଛି ଶିକ୍ଷକ ନିଯୁକ୍ତି ମଧ୍ୟ l ଆଉ ଏବେ ଏଥିପାଇଁ ଜାତୀୟ ସ୍ତରରେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଛନ୍ତି ରାଜ୍ୟର ସମସ୍ତ ଛାତ୍ରଛାତ୍ରୀମାନେ । ସୁଦୃଢ଼ ହେଉଛି ରାଜ୍ୟର ଶୈକ୍ଷିକ ଭିତ୍ତିଭୂମିର ବିକାଶ ।

Tanushree Mahapatra
Tanushree Mahapatra
30,000 teachers will be recruited soon in odisha , image source - twitter

30,000 teachers will be recruited soon in odisha , image source - twitter

ରାଜ୍ୟରେ ବଢିଚି ବିଦ୍ୟାଳୟ ସଂଖ୍ୟା l ସାଥିରେ ବଢିଛି ଶିକ୍ଷକ ନିଯୁକ୍ତି ମଧ୍ୟ l ଆଉ ଏବେ ଏଥିପାଇଁ ଜାତୀୟ ସ୍ତରରେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଛନ୍ତି ରାଜ୍ୟର ସମସ୍ତ ଛାତ୍ରଛାତ୍ରୀମାନେ । ସୁଦୃଢ଼ ହେଉଛି ରାଜ୍ୟର ଶୈକ୍ଷିକ ଭିତ୍ତିଭୂମିର ବିକାଶ । ଓଡ଼ିଶା ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଜାତୀୟ ହାରକୁ ଅତିକ୍ରମ କରିଚି l ପ୍ରଦର୍ଶନ ଗ୍ରେଡିଂ ଇଣ୍ଡେକ୍ସ ସହିତ ନ୍ୟାସନାଲ ଆଚିଭମେଣ୍ଟ ସର୍ଭେରେ ଉଲ୍ଲେଖନୀୟ ପ୍ରଦର୍ଶନ ରହିଛି ରାଜ୍ୟର ଛାତ୍ରଛାତ୍ରୀଙ୍କର ।

ବିଗତ ୪ ବର୍ଷ ହେବ ରାଜ୍ୟ ସରକାର ଗଣଶିକ୍ଷା ବିଭାଗ ବଜେଟ୍‌‌କୁ ୫୫ପ୍ରତିଶତ ବୃଦ୍ଧି ମଧ୍ୟ କରିଛନ୍ତି । ମୋ ସ୍କୁଲ, ୫-ଟି ସ୍କୁଲ ରୂପାନ୍ତରଣ ଭଳି ଅନେକ ଯୋଜନା ରାଜ୍ୟର ଶିକ୍ଷା ଭିତ୍ତିଭୂମି ବିକାଶକୁ ଆଗକୁ ନେଇଛି । ଗତ ୪ ବର୍ଷ ମଧ୍ୟରେ ୧୪,୮୪୯ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ରାଜ୍ୟରେ l ଖୁବ୍‌‌ ଶୀଘ୍ର ଆଉ ୩୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି କିଛି  ନୂତନ ସୂଚନା ଦେଇଛନ୍ତି l  ରାଜ୍ୟସରକାର ଦେଇଥିବା ପ୍ରତିଶ୍ରୁତିକୁ ବିଭାଗ ସଫଳତାର ସହ ପୂରଣ କରିବାରେ ବଡ ସଫଳ ହାସଲ କରିଛି । ରାଜ୍ୟର ପ୍ରତି ଜିଲ୍ଲାରେ ସମସ୍ତ ବ୍ଲକରେ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହେବା ସହ ଉନ୍ନତ ଶିକ୍ଷାଦାନର ବ୍ୟବସ୍ଥା କରାଯାଉଛି ସରକାରଙ୍କ ଦ୍ୱାରା । ମୋ ସ୍କୁଲ ଓ ‘୫-ଟି’ ରୂପାନ୍ତରୀକରଣ ଯୋଜନାରେ ଶିକ୍ଷାନୁଷ୍ଠାନଗୁଡ଼ିକର ସରକାର ନବକଳେବର ସାଙ୍ଗକୁ ପ୍ରତ୍ୟେକ ହାଇ ସ୍କୁଲରେ ଆଇଟି ଲ୍ୟାବ୍‌‌ ପ୍ରତିଷ୍ଠା କରିବା ସହିତ  ଗୋଟିଏ ମଡେଲ୍‌‌ ସ୍କୁଲ ପ୍ରତିଷ୍ଠା କରିବା ଲକ୍ଷ୍ୟ ରଖିଛନ୍ତି ।

ଖାଲି ଏତିକି ନୁହେଁ ଏଥି ସହିତ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ଛାତ୍ରୀମାନଙ୍କୁ ମାଗଣା ଶିକ୍ଷା ସୁନିଶ୍ଚିତ କରାଯାଇଛି ଯାହାଦ୍ୱାରା ସେମାନେ ଉଚିତ ଭାବରେ ଶିକ୍ଷା ଗ୍ରହଣ କରିପାରୁଛନ୍ତି । ସେହିପରି ରାଜ୍ୟ ସରକାର ଗଣଶିକ୍ଷା ବିଭାଗକୁ ସୁଦୃଢ଼ କରିବା ପାଇଁ ବିଗତ ୪ ବର୍ଷ ହେବ ବଜେଟ ବ୍ୟୟ ବରାଦରେ ୫୫% ବୃଦ୍ଧି କରିଛନ୍ତି । ସେହିପରି ୨୦୧୮-୧୯ ମସିହାରେ ଗଣଶିକ୍ଷା ବାବଦକୁ ବ୍ୟୟବରାଦ ୧୪,୫୨,୬୯୯ କୋଟି ଟଙ୍କା l  ଆଉ ଏବେ ଏହା ୨୦୨୩-୨୪ରେ ବ୍ୟୟବରାଦ ୨୨,୫୨,୭୮୦କୋଟି ଟଙ୍କାରେ ପହଞ୍ଚିଛି । ସୂଚନା ଅନୁଯାୟୀ ଏ ପର୍ଯ୍ୟନ୍ତ  ୩  ରାଜ୍ୟର ୬,୧୨୩ ଟି ବିଦ୍ୟାଳୟର ରୂପାନ୍ତରଣ କରାଯାଇଛି l ଅନ୍ୟପଟେ ଏହି ବର୍ଷ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତରଣରେ ସାମିଲ୍‌‌ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି l ଏହି ଅବସରରେ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଆଉ ଏବେ ଗତକାଲି ସୂଚନା ଦେଇ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ  ୩୦ହଜାର ୨୭୯ଜଣ ଶିକ୍ଷକ ଓ ୧୭୯୯ଜଣ ଅଣଶିକ୍ଷକଙ୍କ ଚୟନ ପ୍ରକ୍ରିୟା ଜାରି ରହିଛି । ସେହିପରି ମାଟ୍ରିକ୍‌‌ ଓ ଦ୍ୱାଦଶ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା ଓ ବିଭାଗ ଅଧୀନରେ କାର୍ଯ୍ୟରତ କାର୍ମଚାରୀଙ୍କ ଅନୁକମ୍ପା ରାଶି ୨ଲକ୍ଷରୁ ୫ଲକ୍ଷ ଟଙ୍କା ବୃଦ୍ଧି ମଧ୍ୟ କରାଯାଇଛି । ତେବେ ଚଳିତ ବର୍ଷରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ସହ ନବମ ଓ ଦଶମ ଶ୍ରେଣୀ ପାଇଁ ମାଗଣା ପୋଷାକ ଅର୍ଥାତ ସ୍କୁଲ ପୋଷାକ ଯୋଜନା ଓ ନବମ ଶ୍ରେଣୀ ପିଲାଙ୍କୁ ସାଇକେଲ୍‌‌ କିଣିବା ବାବଦ ଅନୁଦାନ ରାଶିକୁ ୨୬ଶହ ରୁ ୩୫ଶହ ଟଙ୍କାକୁ ବୃଦ୍ଧି କରାଯାଇଥିବା ସେ କହିଛନ୍ତି  ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments