1. ଚାକିରି

Anganwadi Job: ଅନଲାଇନ୍‌ ଆବେଦନ ଆରମ୍ଭ

ମହିଳା ଅଙ୍ଗନବାଡ଼ି କର୍ମୀଙ୍କୁ ନିକଟରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ଖାଲି ଥିବା ପଦବୀ ସମ୍ପର୍କରେ ଜାଣିବାକୁ ହେବ ।

Tanushree Mahapatra
Tanushree Mahapatra
anganwadi recruitement notification out, image source - pexels

anganwadi recruitement notification out, image source - pexels

ମହିଳାଙ୍କ ପାଇଁ ଆସିଛି ଏକ ଖୁସି ଖବର l ଅଙ୍ଗନବାଡ଼ିରେ ଖାଲି ପଡ଼ିଥିବା ପଦବୀ ପାଇଁ  ନିଯୁକ୍ତି ଆବେଦନ ଆରମ୍ଭ ହୋଇଛି । ମୌଳିକ ଶିକ୍ଷା ଆଧାର ଅନୁଯାୟୀ ଏହି ନିଯୁକ୍ତି ପ୍ରଦାନ କରାଯାଉଛି । ଏହି ଚାକିରୀରେ  ଭଲ ରୋଜଗାର କରି ପାରିବେ ମହିଳା । ନିଜ ଯୋଗ୍ୟତା ଅନୁଯାୟୀ ମିହିଳାମାନେ ଚାକିରି ପାଇ ପାରିବେ । ଅଙ୍ଗନବାଡ଼ିରେ ଚାକିରି ପାଇଁ ବହୁ ପୂର୍ବରୁ ନୋଟିଫିକେଶନ ପ୍ରକାଶ କରାଯାଇଥିଲା। ଏହି ଆବେଦନ ପ୍ରକ୍ରିୟା ପାଇଁ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇଛି l

ମହିଳା ଅଙ୍ଗନବାଡ଼ି କର୍ମୀଙ୍କୁ ନିକଟରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ଖାଲି ଥିବା ପଦବୀ ସମ୍ପର୍କରେ ଜାଣିବାକୁ ହେବ । ବର୍ତ୍ତମାନ ୨୩,୭୫୩ ପୋଷ୍ଟ ପାଇଁ ଆବେଦନ କରିବାକୁ ନୋଟିଫିକେସନ ଦିଆଯାଇଥିଲା । କାରଣ ଗତ କିଛିଦିନ ହେବ ଅଙ୍ଗନବାଡ଼ି ଚାକିରୀରେ ଅନେକ ପୋଷ୍ଟ ଖାଲି ରହିଛି । ନିଜ ଯୋଗ୍ୟତା ଅନୁଯାୟୀ ଜଣେ ମହିଳା ରହିଥିବା ମାର୍କ ଅନୁଯାୟୀ ଏହି ପୋଷ୍ଟରେ ଚାକିରି ପ୍ରଦାନ କେଇପାରିବେ । ଏଥିପାଇଁ କୌଣସି ପରୀକ୍ଷା ଦେବାକୁ ପଡ଼ିବ ନାହିଁ l

ମହିଳା ଏବଂ ବାଲ ମନ୍ତ୍ରଣାଳୟ ପକ୍ଷରୁ ଏହି ଅଙ୍ଗନବାଡ଼ି ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଗତ ମାର୍ଚ୍ଚ ମାସ ୧୮ ତାରିଖରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ତେବେ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ଆବେଦନ କରି ପାରିବେ । ଏହି ସମୟ ପରେ ଆଉ କୌଣସି ଆବେଦନ ଗ୍ରହଣ ହେବନାହିଁ । ପ୍ରତ୍ୟେକ ରାଜ୍ୟର ମହିଳା ଅଙ୍ଗନବାଡ଼ି କର୍ମୀ ଚାକିରି ପାଇଁ ଆବେଦନ କରିପାରିବେ । ଅଙ୍ଗନବାଡ଼ିରେ ଅଧିକାଂଶ ପୋଷ୍ଟ ପାଇଁ କେବଳ ଦଶମ/ ଦ୍ୱାଦଶ ପାସ୍‌ ହୋଇଥିବା ଆଶାୟୀଙ୍କୁ ପ୍ରଥମ ପ୍ରାଥମିକତା ଦିଆଯିବ ।

ଅଙ୍ଗନବାଡ଼ି ସୁପରଭାଇଜର ପୋଷ୍ଟ ପାଇଁ ଆପଣ ସ୍ନାତକ ହାସଲ କରିଥିବା ଆବଶ୍ୟକ । ଏଥିପାଇଁ ଆବେଦନକାରୀଙ୍କୁ ସମସ୍ତ ଶିକ୍ଷାଗତ ଯୋଗ୍ୟତା ଅନ୍‌ଲାଇନ୍‌ ମାଧ୍ୟମରେ ୱେବସାଇଟରେ ଅପଲୋଡ୍‌ କରିବାକୁ ହେବ । ୧୮ ରୁ ୩୫ ବର୍ଷ ବୟସ ଆଶାୟୀ ଏଥିପାଇଁ ଆବେଦନ କରି ପାରିବେ । ଏହି ନିଯୁକ୍ତିରେ ଆଧାରକାର୍ଡ, ପାନ୍‌ କାର୍ଡ, ଦଶମ ବୋର୍ଡ ସାର୍ଟିଫିକେଟ୍‌, ଦ୍ବାଦଶ ବୋର୍ଡ ସାର୍ଟିଫିକେଟ, ଆୟ ପ୍ରମାଣପତ୍ର, ବାସ କରିଥିବା ଆବାସ ପ୍ରମାଣପତ୍ର ସହିତ ଜାତି ପ୍ରମାଣ ପତ୍ର ଏବଂ ମୋବାଇଲ ନମ୍ବର, ଫଟୋ ପ୍ରଦାନ କରିବାକୁ ହେବ l

ଅଧିକ ପଢ଼ନ୍ତୁ

ODISHA GOVT: ଭତ୍ତା ୩୦୦୦ ଟଙ୍କାକୁ ବୃଦ୍ଧି!

ପଞ୍ଜାବରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ