1. ଚାକିରି

BANK JOB: 676 ପଦବୀ ପାଇଁ ବାହାରିଲା ନିଯୁକ୍ତି !

ଏହି ନିଯୁକ୍ତି ପାଇଁ ଆବେଦନ କରିବାକୁ ଅନଲାଇନ୍ ପ୍ରକ୍ରିୟା ରହିଛି ଯାହାକି ୮ ମଇ ୨୦୨୫ ରୁ ଆରମ୍ଭ ହୋଇଛି, ଏବଂ ଆବେଦନର ଶେଷ ତାରିଖ ରହିଛି ୨୦ ମଇ ୨୦୨୫ ।

Tanushree Mahapatra
Tanushree Mahapatra
apply for bumper bank job posts, image source - pexels

apply for bumper bank job posts, image source - pexels

ବ୍ୟାଙ୍କରେ ଚାକିରୀ କରିବା ସମସ୍ତଙ୍କର ଇଛା l ତେବେ ଏହିପରି କିଛି ପ୍ରାର୍ଥୀଙ୍କ ପାଇଁ ଖୁସି ଖବର l ଯଦି ଆପଣ ବି ବ୍ୟାଙ୍କରେ ସରକାରୀ ଚାକିରି ଖୋଜୁଛନ୍ତି, ତେବେ ଏହି ଖବର ଆପଣଙ୍କ ମଧ୍ୟ ଖାସ୍ । କାରଣ IDBI ବ୍ୟାଙ୍କ ଜୁନିଅର ଆସିଷ୍ଟାଣ୍ଟ ମ୍ୟାନେଜର (JAM) ପୋଷ୍ଟ ପାଇଁ ବମ୍ପର ପଦବୀରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହି ନିଯୁକ୍ତି ପାଇଁ ଆବେଦନ କରିବାକୁ ଅନଲାଇନ୍ ପ୍ରକ୍ରିୟା ରହିଛି ଯାହାକି  ୮ ମଇ ୨୦୨୫ ରୁ ଆରମ୍ଭ ହୋଇଛି, ଏବଂ ଆବେଦନର ଶେଷ ତାରିଖ ରହିଛି ୨୦ ମଇ ୨୦୨୫ ।

ଏହି ନିଯୁକ୍ତି ଅଭିଯାନରେ ସର୍ବମୋଟ ୬୭୬ ଟି ପଦବୀ ପୂରଣ କରାଯିବ । ଏହି ପଦବୀଗୁଡ଼ିକ ଜୁନିଅର ଆସିଷ୍ଟାଣ୍ଟ ମ୍ୟାନେଜର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି  ।

ଏହି ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କର ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।

ଅନ୍ୟପଟେ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ସୀମା ୨୦ ବର୍ଷ ଏବଂ ସର୍ବାଧିକ ବୟସ ୨୫ ବର୍ଷ ଧାର୍ଯ୍ୟ କରାଯାଇଛି । ସରକାରୀ ନିୟମ ଅନୁସାରେ ସଂରକ୍ଷିତ ବର୍ଗର ପ୍ରାର୍ଥୀ ବୟସ ଛାଡ଼ର ସୁବିଧା ମଧ୍ୟ ପାଇବେ ।

ଏହି ନୁଯୁକ୍ତି ପାଇଁ ଆଗ୍ରହୀ ଥିବା ପ୍ରାର୍ଥୀମାନେ IDBIର ଅଫିସିଆଲ୍ ୱେବସାଇଟ୍ www.idbibank.in କୁ ଯାଇ ସିଧାସଳଖ ଆବେଦନ କରିପାରିବେ ।

ଏହି ନିଯୁକ୍ତି ପାଇଁ ପ୍ରାର୍ଥୀମାନଙ୍କୁ ଫି ଦେବାକୁ ହେବ । ତେବେ ସାଧାରଣବର୍ଗ ,ଓବିସି,ଇଡବ୍ଲୁଏସ୍ ବର୍ଗ ପାଇଁ ଫିସ୍ ୧୦୫୦ ଟଙ୍କା ରହିଛି l ସେହିପରି ଅନୁସୂଚିତ ଜାତି ଓ ଅନୁସୂଚିତ ଜାତି କିମ୍ବାପିଡବ୍ଲୁଡି ବର୍ଗ ପାଇଁ ୨୫୦ ଟଙ୍କା  ଫି ରହିଛି । ତେବେ ଡେରି ନ କରି ଆଜି ହିଁ ଆବେଦନ କରନ୍ତୁ l

Read more

ଟୀକାକରଣ ଦ୍ୱାରା ଗୃହପାଳିତ ପଶୁଙ୍କ ଯତ୍ନ କିପରି ନେବେ ?

PKVY ଯୋଜନାରେ ଚାଷୀଙ୍କୁ ମିଳିବ ୩୧,୫୦୦ ଟଙ୍କା !

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ