1. ଚାକିରି

DRDO ରେ ବାହାରିଲା ନିଯୁକ୍ତି ସୁଯୋଗ

ବର୍ତ୍ତମାନ ଦେଶର ଲୋକ ସଂଖ୍ୟା କ୍ରମାଗତ ଭାବରେ ବଢ଼ିବାରୁ ଚାକରି କ୍ଷେତ୍ରରେ ଅନେକ ଅଭାବ ଦେଖାଦେଇଛି l ସରକାରୀ ଚାକିରୀରେ ଏବେ ବହୁଲୋକ ଆବେଦନ କରୁଥିବାରୁ ସରକାରୀ ଚାକିରୀ ପାଇଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ମଧ୍ୟ ଦେଖିବାକୁ ମିଳୁଛି l

Tanushree Mahapatra
Tanushree Mahapatra
Drdo recruitment 2023, apply now, image source - @drdo

Drdo recruitment 2023, apply now, image source - @drdo

ବର୍ତ୍ତମାନ ଦେଶର ଲୋକ ସଂଖ୍ୟା କ୍ରମାଗତ ଭାବରେ ବଢ଼ିବାରୁ ଚାକରି କ୍ଷେତ୍ରରେ ଅନେକ ଅଭାବ ଦେଖାଦେଇଛି l ସରକାରୀ ଚାକିରୀରେ ଏବେ ବହୁଲୋକ ଆବେଦନ କରୁଥିବାରୁ ସରକାରୀ ଚାକିରୀ ପାଇଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ମଧ୍ୟ ଦେଖିବାକୁ ମିଳୁଛି l କରୋନା ପରେ ଅନେକ ଯୁବକ ଯୁବତୀଙ୍କର ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ଚାକିରୀ ସେମାନଙ୍କୁ ହଇରାଣ ହେବାକୁ ପଡୁଛି l

କିଛି ବେସରକାରୀ କମ୍ପାନୀ ଏବେ ଛଟେଇ ମଧ୍ୟ ଆରମ୍ଭ କରିଦେଲେଣି କର୍ମଚାରୀଙ୍କର l  ଏଭଳି ପରିସ୍ଥିତିରେ କେତେବେଳେ ସରକାର ନିଯୁକ୍ତି ଦେଉଛନ୍ତି ତ ଆଉ କେତେବେଳେ ଅନ୍ୟ ବେସରକାରୀ କମ୍ପାନୀ ଚାକିରୀ ପାଇଁ ନିଯୁକ୍ତି ସୁଯଗ ପ୍ରଦାନ କରୁଛନ୍ତି l ତେବେ ଏ ଭଳି ସ୍ଥିତିରେ କୌଣସି ସ୍ଥାନରେ ଚାକିରୀ ପାଇଁ ନିଯୁକ୍ତି ସୁଯୋଗ ମିଳୁଛି ତେବେ ଶୀଘ୍ର ଆବେଦନ କରନ୍ତୁ l ଏହାରି ଭିତରେ ଅନେକ ନିଯୁକ୍ତି ସୁଯୋଗ ବାହାରିଛି ସେ ସରକାରୀ ହେଉ କି ବେସରକାରୀ l

ଏବେ ଆସିଛି ନିଯୁକ୍ତି କ୍ଷେତ୍ରରେ ଏକ ଖୁସି ଖବର । ଡିଆରଡିଓରେ ବାହାରିଛି ନିଯୁକ୍ତି ସୁଯୋଗ  ଏବଂ ଆବେଦନର ତାରିଖ ମଧ୍ୟ ଘୋଷଣା କରିଛି ବିଭାଗ । ଡିଆରଡିଓରେ ପ୍ରୋଜେକ୍ଟ ଇଞ୍ଜିନିୟର ପଦବୀ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିବା ସୂଚନା ରହିଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ବର୍ତ୍ତମାନ ମଧ୍ୟ ଚାହିଁଲେ ଏଥିପାଇଁ ଆବେଦନ କରିପାରିବେ ଆପଣ । ତେବେ ଆଗାମୀ ମାସ ସେପ୍ଟେମ୍ବର ୮ ତାରିଖ ଯାଏଁ ଏହି ଆବେଦନ ପ୍ରକ୍ରିୟା ଚାଲୁ ରହିବ ବୋଲି ସୂଚନା ଦେଇଛି  । ଯଦି ଆବେଦନ କରିବା ପାଇଁ ଇଛୁକ ତେବେ ଏହାର ଅଫିସିଆଲ୍ ୱେବ୍‌ସାଇଟ୍‌ www.ada.gov.in. କୁ ଯାଇ ଚାକିରି ପାଇଁ ଆବେଦନ କରିପାରିବେ ଆପଣ । 

ଏଠାରେ ଏରୋନଟିକାଲ ଡେଭଲପ୍‌ମେଣ୍ଟ ଏଜେନ୍ସି ଅଧିନରେ ଥିବା ଡିଆରଡିଓ ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଥିବା ଜଣାପଡିଛି । ତେବେ ଏଥିରେ ପ୍ରୋଜେକ୍ଟ ଇଞ୍ଜିନିୟର ପଦବୀ ପାଇଁ ଖାଲି ପଡ଼ିଥିବା ପ୍ରାୟ ୫୩ ଟି ପଦ ପଦବୀ ପାଇଁ ଆପଣ ଆବେଦନ କରିପାରିବେ । ସେହିପରି ପ୍ରୋଜେକ୍ଟ ଇଞ୍ଜିନିୟର- ୧ ପାଇଁ ୪୦ଟି  ପଦବୀ ରହିଛି ଏବଂ ପ୍ରୋଜେକ୍ଟ ଇଞ୍ଜିନିୟର-୨  ପାଇଁ ୯ଟି  ପଦବୀ ରହିଛି ଓ ପ୍ରୋଜେକ୍ଟ ଇଞ୍ଜିନିୟର-୩  ପାଇଁ ୪ଟି ପଦବୀ ଖାଲି ରହିଛି । ତେବେ ଏହି ସବୁକୁ ମିଶାଇଲେ ସର୍ବମୋଟ ୫୩ ଟି ପଦବୀ ରହିଥିବା ସୂଚନା ଦିଆଯାଇଛି ।

ତେବେ ଏଥିପାଇଁ ଥିବା ୱେବସାଇଟ ହୋମପେଜ୍‌ରେ ଆପଣ ଲାଟେଷ୍ଟ ନ୍ୟୁଜ୍‌ ଟ୍ୟାବ୍‌ ତଳେ ଥିବା ଆପ୍ଲିକେସନ୍‌ ଫର୍ ଦ ପ୍ରୋଜେକ୍ଟ ଇଞ୍ଜିନିଅର ଉପରେ କ୍ଲିକ୍‌ କରନ୍ତୁ ଏବଂ ସମସ୍ତ ତଥ୍ୟ ସଂଗ୍ରହ କରନ୍ତୁ । ଆବେଦନ କରିବାକୁ ଚାହୁଁଥିଲେ  ସେଠାରେ ଥିବା ଆପ୍‌ଲିକେସନ୍‌ ଫର୍ମ ମାଧ୍ୟମରେ ରେଜିଷ୍ଟର କରିବାକୁ ପଡିବ । ଆପ୍ଲିକେସନ୍‌ରେ ଆବଶ୍ୟକ ଥିବା ଚାକିରୀ ସହିତ ଜଡିତ ସମସ୍ତ ଡକ୍ୟୁମେଣ୍ଟ ମଧ୍ୟ ସେଠାରେ ଅପ୍‌ଲୋଡ୍‌ କରନ୍ତୁ ଆଉ ସବ୍‌ମିଟ୍‌ କ୍ଲିକ କରନ୍ତୁ । ଶେଷରେ ସମସ୍ତ ପ୍ରକ୍ରିୟା ପରେ ଆପ୍ଲିକେସନ୍‌ର ପ୍ରିଣ୍ଟଆଉଟ୍ ବାହାର କରି ରଖନ୍ତୁ । ଭବିଷ୍ୟତରେ ଆପଣଙ୍କ ଆବଶ୍ୟକ ପଡ଼ିପାରେ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments