1. ଚାକିରି

7th Pay Commission: ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଉପହାର!

ସରକାର ଖୁବ ଶୀଘ୍ର ବକେୟା ଆକାଉଣ୍ଟକୁ ସ୍ଥାନାନ୍ତର କରି ପାରନ୍ତି ...

Tanushree Mahapatra
Tanushree Mahapatra
good news for central employees, image source - pexels

good news for central employees, image source - pexels

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ବଡ ଖୁସି ଖବର l ଯେଉଁଥିପାଇଁ କେନ୍ଦ୍ର ସରକାରୀ କର୍ମଚାରୀ ଅନେକ ଦିନରୁ ଅପେକ୍ଷା କରି ରହିଛନ୍ତି l କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ DAରେ ୪ ପ୍ରତିଶତ ବୃଦ୍ଧି ହେବାକୁ ଯାଉଛି  l ଯାହା ଏକ ବଡ଼ ଉପହାର ପରି ହୋଇପାରେ କର୍ମଚାରୀଙ୍କ ପାଇଁ ।

ଏହା ବ୍ୟତୀତ ୧୮ ମାସର ବକେୟା ଅର୍ଥ ମଧ୍ୟ ଆକାଉଣ୍ଟରେ ଜମା କରିବାକୁ ଯୋଜନା କରୁଛନ୍ତି । ଯଦି ଏଥିରେ ପରିବର୍ତ୍ତନ ହୁଏ ତେବେ ମୋଦୀଙ୍କ କାର୍ଯ୍ୟକାଳ କର୍ମଚାରୀଙ୍କ ପାଇଁ ଏହା ଏକ ଶୁଭ ସଙ୍କେତ ହୋଇପାରେ । ପ୍ରାୟ ଏକ କୋଟି ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ଏଥିରୁ ଉପକୃତ ହେବେ l ତେବେ ଏ ସମ୍ପର୍କରେ ଚର୍ଚ୍ଚା ହେଉଥିବାବେଳେ ଆନୁଷ୍ଠାନିକ ଭାବେ କୌଣସି ତଥ୍ୟ ପ୍ରକାଶ କରାଯାଇନାହିଁ l

ବକେୟା ଟଙ୍କା ଶୀଘ୍ର କର୍ମଚାରୀଙ୍କ ଆକାଉଣ୍ଟକୁ ଆସିବ । କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀମାନେ ଶୀଘ୍ର ବିଚାରାଧୀନ ଡିଏ ବକେୟା ଟଙ୍କା ପାଇପାରନ୍ତି l ଯାହା କର୍ମଚାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ସରକାର ଖୁବ ଶୀଘ୍ର ବକେୟା ଆକାଉଣ୍ଟକୁ ସ୍ଥାନାନ୍ତର କରି ପାରନ୍ତି l ଯାହା କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ l ଉଚ୍ଚ ସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଆକାଉଣ୍ଟରେ ପ୍ରାୟ ୨ ଲକ୍ଷ ୧୮ ହଜାର ଟଙ୍କା ଜମା ହେବ ବୋଲି ବିଶ୍ୱାସ କରାଯାଏ ଯଦି ଏପରି ହୁଏ ।

ସୂଚନା ଅନୁଯାୟୀ ୧ ଜାନୁୟାରୀ ୨୦୨୦ ରୁ ୩୦ ଜୁନ୍ ୨୦୨୧ ପର୍ଯ୍ୟନ୍ତ ଡିଏ ବକେୟା ଟଙ୍କା ମିଳିନାହିଁ କର୍ମଚାରୀଙ୍କୁ। ସେବେଠାରୁ କର୍ମଚାରୀମାନେଏ ନେଇ ଦାବି କରିଆସୁଛନ୍ତି l ଯଦି ଏହି ଟଙ୍କା ସମୟରେ ପ୍ରଦାନ କରାଯାଏ ତେବେ ଏହା ଏକ ବଡ ଉପହାର ପରି ପ୍ରମାଣିତ ହେବ । ଖୁବ୍ ଶୀଘ୍ର କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର । ଏହା ପରେ ଏହା ବୃଦ୍ଧି  ୫୪ ପ୍ରତିଶତକୁ ପହଞ୍ଚିବ l ଯାହା ମୂଳ ବେତନରେ ଏକ ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି । ଏ ପର୍ଯ୍ୟନ୍ତ କେନ୍ଦ୍ରୀୟ ସରକାରୀ କର୍ମଚାରୀମାନେ ୫୦ ପ୍ରତିଶତ DA ର ଲାଭ ପାଇଛନ୍ତି  । ଯଦି ଜଣେ କର୍ମଚାରୀ ୫୦,୦୦୦ ଟଙ୍କା ବେତନ ପାଉଛନ୍ତି, ଏହା ୪ ପ୍ରତିଶତ ହେବା ପରେ ପ୍ରତି ମାସରେ ୧,୬୦୦ ଟଙ୍କା ବୃଦ୍ଧି ହେବ l ସରକାର ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କୌଣସି ସୂଚନା ପ୍ରଦାନ କରି ନାହାନ୍ତି l

ଅଧିକ ପଢ଼ନ୍ତୁ

TRACTORS: ଏକ ଏମଏସଏମଇ ଏକ ଉତ୍ପାଦନ କାରଖାନା

LPG Cylinder Price: କମିଲା LPG ଗ୍ୟାସ୍ ଦର

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ