1. ଚାକିରି

HCL ରେ ଖାଲି ପଡିଛି ୭୭ଟି ପଦବୀ , ଶୀଘ୍ର କରନ୍ତୁ ଆବେଦନ

ହିନ୍ଦୁସ୍ତାନ କପର ଲିମିଟେଡ(HCL)ରେ ଖାଲିପଡିଛି ପଦବୀ l ଏହି କମ୍ପାନୀରେ ୭୭ଟି ଟ୍ରେଡ ଆପରେଣ୍ଟିସ ପଦବୀ ଖାଲି ପଡିଛି । ଏହି କମ୍ପାନୀରେ ଚାକିରୀ କରିବା ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ ।

Tanushree Mahapatra
Tanushree Mahapatra
Hcl has 77 vacancies interested candidates apply , image source - twitter

Hcl has 77 vacancies interested candidates apply , image source - twitter

ହିନ୍ଦୁସ୍ତାନ କପର ଲିମିଟେଡ(HCL)ରେ ଖାଲିପଡିଛି ପଦବୀ l ଏହି କମ୍ପାନୀରେ ୭୭ଟି ଟ୍ରେଡ ଆପରେଣ୍ଟିସ ପଦବୀ ଖାଲି ପଡିଛି । ଏହି କମ୍ପାନୀରେ ଚାକିରୀ କରିବା ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ । ଏବେ ରାଜ୍ୟରେ ଅନେକ ପ୍ରାର୍ଥୀ ଚାକିରୀ ଖୋଜରେ ରହିଛନ୍ତି l ଅନେକ ଚେଷ୍ଟା ପରେ ମଧ୍ୟ ବିଫଳ ହେଉଥିବା ଦେଖିବାକୁ ମିଳୁଛି  l

ତେବେ ଏହା ଏକ ବଡ ଅଫର ଏହି କମ୍ପାନୀ ତରଫରୁ ସେହି ଇଚ୍ଛୁକ ପ୍ରାର୍ଥୀଙ୍କୁ l ତେବେ ଡେରି ନ କରି ଶୀଘ୍ର ଆବେଦନ କରନ୍ତୁ କାରଣ ଏହାର ଶେଷ ତାରିଖ ଅଗଷ୍ଟ ୫,୨୦୨୩ ପର୍ଯ୍ୟନ୍ତ ରହିଛି । ଯେଉଁ ପ୍ରାର୍ଥୀ ଇଛୁକ ସେମାନେ ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟ www.hindustancopper.com କୁ ଯାଇ ଜରୁରୀ କାଗଜପତ୍ର ସହିତ ଅନଲାଇନରେ ଆବେଦନ କରି ପାରିବେ । ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କ ଲିଷ୍ଟ ଅଗଷ୍ଟ ୧୯,  ୨୦୨୩ ରେ ଜାରି କରାଯିବ । ଏହା ପରେ ଯୋଗ୍ୟତା ଅନୁଯାୟୀ ପ୍ରାର୍ଥୀ ଚୟନ କରାଯିବ l

ଖାଲି ପଡିଛି ୭୭ ପଦବୀ l ତେବେ ଆବେଦନ କରିବାର ଶେଷ ତାରଖ ଅଗଷ୍ଟ ୫,୨୦୨୩ ରହିଛି । ତେବେ ଏହି ଚାକିରୀ କରିବା ପାଇଁ ଯୋଗ୍ୟତା ମଧ୍ୟ ବିଜ୍ଞାପନରେ ପ୍ରକାଶ କରାଯାଇଛି l ଇଚ୍ଛୁକ ଥିବା ପ୍ରାର୍ଥୀ ଯୁକ୍ତ ଦୁଇ ପାସ କରିଥିବା ଜରୁରୀ । ଏହା ସହିତ ଟ୍ରେଡ ମେଟ ଏବଂ ବ୍ଲାଷ୍ଟରରେ ସାର୍ଟିଫିକେଟ ଥିବା ଜରୁରୀ ଅଟେ  l ଆଇଟିଆଇ କରିଥିବା ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ କାରଣ ସେମାନଙ୍କ ଯୋଗ୍ୟତା ଏହି କମ୍ପାନୀ ପାଇଁ ଆବଶ୍ୟକ ।

ଇଚ୍ଛୁକ ଥିବା ପ୍ରାର୍ଥୀ ସରକାରଙ୍କ ଆପରେଣ୍ଡିସ ୱେବସାଇଟ www.apprenticeship.gov.in କୁ ଯାଇ ରେଜିଷ୍ଟ୍ରେସନ କରି ପାରିବେ ନିଜ ଯୋଗ୍ୟତା ଅନୁଯାୟୀ । ହିନ୍ଦୁସ୍ତାନ କପର ଲିମିଟେଡ ଆପରେଣ୍ଡିସ ପାଇଁ ଇଛୁକ ଥିବା ପ୍ରାର୍ଥୀ ଏଷ୍ଟାବ୍ଲିସମେଣ୍ଟ ସର୍ଚ୍ଚ କମ୍ପାନୀ ନାମରେ ସର୍ଚ୍ଚ କରିବାକୁ ହେବ ଅନଲାଇନରେ । ଏହାପରେ ଖାଲି ଥିବା ଏଚସିଏଲ ପାଇଁ ଆବେଦନ ଫର୍ମରେ ସବମିଟ କରିବାକୁ ହେବ ନିଜ ସମସ୍ତ କାଗଜପତ୍ରକୁ ।

ସମସ୍ତେ ଶିକ୍ଷା ହେଉ କି ଚାକିରୀ କ୍ଷେତ୍ର ସବୁଠି ଆଗରେ ରହିବା ପାଇଁ ନିଜ ନିଜ ଚେଷ୍ଟା ଜାରି ରଖିଛନ୍ତି l ତେବେ ଶିକ୍ଷା କ୍ଷେତ୍ରକୁ ସହଜ କରୁଛନ୍ତି ଶିକ୍ଷା ବିଭାଗ l ଶିକ୍ଷା ସହଜ ହେଉଥିବାବେଳେ ପ୍ରତିଯୋଗିତା ମଧ୍ୟ ବଢିଛି ଏହାରି ଭିତରେ l କେନ୍ଦ୍ର ହେଉ କି ରାଜ୍ୟ ଶିକ୍ଷା ବିଭାଗ ଚାକିରୀ କ୍ଷେତ୍ରରେ ନୂଆ ନୂଆ ସୁଯୋଗ ସୃଷ୍ଟି କରୁଛନ୍ତି ଯାହାପାଇଁ ବେକାରୀ ସଂଖ୍ୟା ବି କମିବାରେ ଲାଗିଛି ଦେଶରେ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments