1. ଚାକିରି

IBPS କ୍ଲର୍କ ନିଯୁକ୍ତି: ଆରମ୍ଭ ହେଲା ଅନଲାଇନ୍ ଆବେଦନ

ବିଭିନ୍ନ ରାଜ୍ୟ ପାଇଁ ପଦ ସଂଖ୍ୟା ଅଲଗା ଅଲଗା ରହିଛି । ତେବେ ଏହା ଓଡ଼ିଶା ପାଇଁ ୧୦୭ଟି ପଦ ଖାଲି ରହିଛି ।

Tanushree Mahapatra
Tanushree Mahapatra
ibps clerk post notification update, image source - pexels

ibps clerk post notification update, image source - pexels

ଯେଉଁ ଆଶାୟୀମାନେ ବ୍ୟାଙ୍କରେ ଚାକିରୀ କରିବା ନେଇ ଆଶା ରଖିଛନ୍ତି ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି । ବ୍ୟାଙ୍କରେ ଚାକିରୀ କରିବାକୁ ସମସ୍ତଙ୍କ ଇଛା ଏବଂ ଆଶା ରହିଥାଏ l ଅନେକ ଆଶାୟୀ ଏଥିପାଇଁ ଅନେକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଅନେକ ଚେଷ୍ଟା ମଧ୍ୟ କରିଥାନ୍ତି l ତେବେ ଏବେ ସେହି ଅଶାୟୀଙ୍କ ପାଇଁ ଆସିଛି ଏକ ସୁଯୋଗ l

ଇନଷ୍ଟିଚ୍ୟୁଟ ଅଫ୍ ବ୍ୟାଙ୍କିଂ ପର୍ସୋନେଲ ସିଲେକ୍ସନ ତରଫରୁ ମୋଟୀ ୬୧୨୮ଟି କ୍ଲର୍କ ପାଇଁ ନିଯୁକ୍ତି ସୁଯୋଗ ଆସିଛି l ଏହି ପଦ ପୂରଣ ପାଇଁ ନୋଟିଫିକେସନ ଜାରି କରାଯାଇଛି । ଆଜିଠାରୁ ଅନଲାଇନ୍ ମାଧ୍ୟମରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଚି l ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ଏହି ଅବଧି ମଧ୍ୟରେ ପ୍ରାର୍ଥୀମାନେ ସେମାନଙ୍କର ପେମେଣ୍ଟ ମଧ୍ୟ ଦାଖଲ କରିପାରିବେ । ଅଗଷ୍ଟ ମାସରେ ପ୍ରିଲିମିନାରୀ ପରୀକ୍ଷା ଆୟୋଜିତ କରାଯିବ । ଅନ୍ୟପଟେ ସେପ୍ଟେମ୍ବର ମାସରେ ରେଜଲ୍ଟ ଘୋଷଣା ହେବ l  ଅକ୍ଟୋବର ମାସରେ ମୁଖ୍ୟ ପରୀକ୍ଷା ଅର୍ଥାତ ମେନ ପରୀକ୍ଷା ଅନୁଷ୍ଠିତ ହେବ ।

ତେବେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପିଡବ୍ଲ୍ୟୁବିଡି, ଇଏସଏମ, ଡିଇଏସଏମ ପ୍ରାର୍ଥୀମାନଙ୍କ ପାଇଁ ପାଇଁ ଆବେଦନ ଫିସ୍ ମାତ୍ର ୧୭୫ ଟଙ୍କା ରହିଛି l ଯାହା ଅନ୍ୟ ପ୍ରାର୍ଥୀଙ୍କ ପାଇଁ ୮୫୦ ଟଙ୍କା ରହିଛି । ପେମେଣ୍ଟ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ଇଣ୍ଟରନେଟ ବ୍ୟାଙ୍କିଂ ମାଧ୍ୟମରେ ଅନଲାଇନ୍ ମୋଡ଼ରେ ଗ୍ରହଣ କରାଯିବ ।

ପ୍ରାର୍ଥୀଙ୍କ ବୟସ ସୀମା ୨୦ ରୁ ୨୮ ବର୍ଷ ମଧ୍ୟରେ ରହିଥିବା ଦରକାର । ଆବଶ୍ୟକ ଅନୁଯାୟୀ ବୟସ କୋହଳ ନିୟମ ଆଧାରରେ ଧାର୍ଯ୍ୟ ହେବ । ବୟସ ହିସାବ ଚଳିତ ବର୍ଷ ଜୁଲାଇ ମାସ ପହିଲା ସୁଦ୍ଧା ହିସାବକୁ କରାଯିବ। ବିଭିନ୍ନ ରାଜ୍ୟ ପାଇଁ ପଦ ସଂଖ୍ୟା ଅଲଗା ଅଲଗା ରହିଛି । ତେବେ ଏହା ଓଡ଼ିଶା ପାଇଁ ୧୦୭ଟି ପଦ ଖାଲି ରହିଛି ।

ଅଧିକ ପଢ଼ନ୍ତୁ

କିପରି କରିବେ ସ୍ପିରୁଲିନା ଚାଷ ? ଜାଣନ୍ତୁ ବ୍ୟବସାୟିକ ମଡେଲ.....

PM KISAN: ପ୍ରକାଶ ପାଇଲା କିସାନ ସମ୍ମାନ ନିଧି ଯୋଜନା ଲିଷ୍ଟ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ