1. ଚାକିରି

ଆସିଲା ବଡ଼ ନିଯୁକ୍ତି ସୁଯୋଗ: ଶୀଘ୍ର କରନ୍ତୁ ଆବେଦନ

ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଖାଲି ପଡିଛି ଅନେକ ପଦବୀ l ଯେଉଁଥିପାଇଁ ପ୍ରକାଶ ପାଇଛି ବିଜ୍ଞାପନ l ମୋଟ ୪୬୬ଟି ପଦ ପଦବୀ ପାଇଁ ବିଜ୍ଞାପନ ଜାରୀ କରାଯାଇଛି ।

Tanushree Mahapatra
Tanushree Mahapatra
Job opportunity for candidates, image source - pexels.com

Job opportunity for candidates, image source - pexels.com

ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଖାଲି ପଡିଛି ଅନେକ ପଦବୀ l ଯେଉଁଥିପାଇଁ ପ୍ରକାଶ ପାଇଛି ବିଜ୍ଞାପନ l ମୋଟ ୪୬୬ଟି ପଦ ପଦବୀ ପାଇଁ ବିଜ୍ଞାପନ ଜାରୀ କରାଯାଇଛି । ଏବେ ଆଶାୟୀ ପ୍ରାର୍ଥୀ ଏଥିପାଇଁ ଆବେଦନ କରିପାରିବେ l

ତେବେ ଏଥିପାଇଁ ଅଷ୍ଟମ, ଦଶମ ଓ ଆଇଟିଆଇ ପାସ୍ କରିଥିବା ପ୍ରାର୍ଥୀମାନେ ହିଁ ଏଥିରେ ଆବେଦନ କରିପାରିବେ । ଏହି ଚାକିରୀ ପାଇଁ ପ୍ରାର୍ଥୀଙ୍କୁ ଡ୍ରାଫ୍ଟସମ୍ୟାନ, ଇଲେକ୍ଟ୍ରିସିଆନ, ଫିଟର ପଦବୀ ସହିତ ପାଇପ୍ ଫିଟର, ଷ୍ଟ୍ରକଚରାଲ ଫିଟର ଓ ୱେଲଡର, କୋପା, କାର୍ପେଣ୍ଟର, ରିଗର ଆଦି ପଦରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି । ତେବେ ଏହି ପଦବୀ ପାଇଁ ଆପଣଙ୍କ ନିକଟରେ ଏକ ମାସ ସମୟ ରହିଛି l

ଏଥିପାଇଁ ଆପଣ ଜୁଲାଇ ମାସ ୫ ତାରିଖରୁ ଆରମ୍ଭ ହୋଇଥିବା ଅନଲାଇନ୍ ଆବେଦନ ପ୍ରକ୍ରିୟା ଆସନ୍ତା ୨୬ ତାରିଖରେ ସମାପ୍ତ ହେବ । ଏହାପରେ ଅଗଷ୍ଟ ମାସରେ ଏଠି ପଦବୀ ପାଇଁ ଯୋଗ୍ୟ ଓ ଅଯୋଗ୍ୟ ପ୍ରାର୍ଥୀଙ୍କର ଲିଷ୍ଟ ଜାରି କରାଯିବ ବିଜ୍ଞାପନ ଅନୁଯାୟୀ । ଏହାପରେ ଅନଲାଇନ୍ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ବା ହଲ୍ ଟିକେଟ୍ ଡାଉନଲୋଡ୍ କରି ପାରିବେ ପ୍ରାଥୀ । ଏହା ପରେ ଅନଲାଇନରେ ପରୀକ୍ଷା ଆୟୋଜିତ ହେବ ପରୀକ୍ଷାର୍ଥୀଙ୍କ ପାଇଁ । ଏହି ପରୀକ୍ଷା ପାଇଁ ଜେନେରାଲ, ଓବିସି, ଇଡବ୍ଲ୍ୟୁଏସ ଓ ଏଏଫସି ବର୍ଗର ପ୍ରାର୍ଥୀମାନଙ୍କୁ ନିଜ ବ୍ୟାଙ୍କ ଚାର୍ଜ ସହିତ ୧୦୦ ଟଙ୍କା ଆବେଦନ ଫିସ୍ ଦାଖଲ କରିବାକୁ ପଡିବ  । ସେହିପରି ଏସସି, ଏସଟି, ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ଏହି ଫିସ୍ ଛାଡ଼ କରାଯାଇଥିବା ଜଣାପଡିଛି ।

ବିଭିନ୍ନ ପଦ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ବୟସର ଯୋଗ୍ୟତା ମଧ୍ୟ ଅଲଗା ଅଲଗା ରଖା ଯାଇଛି । ଗ୍ରୁପ -ଏ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଦଶମ ଶ୍ରେଣୀ ସହିତ ସାଧାରଣ ବିଜ୍ଞାନ ଓ ଗଣିତ ବିଷୟ ରହିବା ଆବଶ୍ୟକ କରାଯାଇଛି । ସେହିପରି ଗ୍ରୁପ-ବି ପଦ ପାଇଁ ପ୍ରାର୍ଥୀ ପ୍ରାସଙ୍ଗିକ ବିଷୟରେ ଆଇଟିଆଇ ପାସ୍ କରିଥିବା ଆବଶ୍ୟକ । ଗ୍ରୁପ-ସି ପଦ ପାଇଁ ପ୍ରାର୍ଥୀ ଅଷ୍ଟମ ପାସ୍ କରିବା ସହିତ ବିଜ୍ଞାନ ଓ ଗଣିତ ବିଷୟ ଆବଶ୍ୟକ ଅନୁଯାୟୀ ମାର୍କ ରଖିଥିବା ଜରୁରୀ ।

ଲାଭଦାୟକ ଏହି 3ଟି ବ୍ୟବସାୟ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments