1. ଚାକିରି

SSC Recruitment: ଦରମା ଦେଢ଼ ଲକ୍ଷ !

କର୍ମଚାରୀ ଚୟନ ଆୟୋଗ ତଥା SSC କନିଷ୍ଠ ହିନ୍ଦି ଅନୁବାଦକ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ।

Tanushree Mahapatra
Tanushree Mahapatra
notification out 312 posts vacancy, image source - pexels

notification out 312 posts vacancy, image source - pexels

ଅଧିକାଂଶ ଯୁବବର୍ଗ ବର୍ତ୍ତମାନ ସମୟରେ ସରକାରୀ ଚାକିରି ଖଣ୍ଡିଏ କରିବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ସେମାନେ ଦିନରାତି ପରଶ୍ରମ କରୁଛନ୍ତି । ସେହିପରି କିଛି ଆଶାୟୀ ସେଥିମଧ୍ୟରୁ କୃତକାର୍ଯ୍ୟ ହେଉଛନ୍ତି ଏବଂ ଅନ୍ୟ କିଛି ଆଶାୟୀଙ୍କ ସ୍ବପ୍ୱ ପୂରଣ ହୋଇପାରୁନି ।

ତେବେ ଏଭଳି ଆଶାୟୀଙ୍କ ପାଇଁ ଆଉ ଏକ ସୁଯୋଗ । କର୍ମଚାରୀ ଚୟନ ଆୟୋଗ ତଥା SSC କନିଷ୍ଠ ହିନ୍ଦି ଅନୁବାଦକ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଏହି ବିଜ୍ଞପ୍ତି ଔଣଜୟୀ ଅନେକଗୁଡିଏ ପଦବୀ ପୂରଣ କରାଯିବ । ଆପଣ ଯଦି ସରକାରୀ ଚାକିରି କରିବାକୁ ଇଛା କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ନିହାତି ଏକ ଭଲ ଖବର l

ବିଭିନ୍ନ ସରକାରୀ ସ୍ତର ପାଇଁ କନିଷ୍ଠ ହିନ୍ଦୀ ଅନୁବାଦକ, ଜୁନିଅର ଅନୁବାଦ ଅଧିକାରୀ, ଜୁନିଅର ଅନୁବାଦକ, ସିନିୟର ହିନ୍ଦୀ ଅନୁବାଦକ ଏବଂ ସିନିୟର ଅନୁବାଦକ ଗ୍ରୁପ୍ ବି ଏବଂ ଅଣ-ଗେଜେଟେଡ୍ ପଦବୀ ଖାଲି ରହିଛି । ଯାହା ପୁରାଣ ହେବ l ତେବେ ଏଥିପାଇଁ ଆଶାୟୀଙ୍କୁ ଅନ୍‌ଲାଇନ୍‌ରେ ମାଧ୍ୟମରେ ଆବେଦନ କରିବାକୁ ହେବ ।  ଏହି ଚାକିରି ପାଇଁ ଉଭୟ ପୁରୁଷ ଏବଂ ମହିଳା ଆବେଦନ କରିପାରିବେ । ଏଥିପାଇଁ ସ୍ନାତ୍ତକୋତ୍ତର ହାସଲ କରିଥିବା ଆଶାୟୀଙ୍କୁ ଚାକିରି କରିବାର ସୁଯୋଗ ପ୍ରଦାନ କରାଯିବ । ଏଭଳି ନିଯୁକ୍ତି ପ୍ରକ୍ରିୟାରେ ୩୦୦ରୁ ଅଧିକ ପଦ ପଦବୀ ପୂରଣ କରାଯିବ ବୋଲି ସୂଚନା ରହିଛି । ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍‌ସାଇଟ୍‌ ssc.gov.in ରେ ସମସ୍ତ ତଥ୍ୟ ପାଇବେ l

ତେବେ ଏହି ପଦବୀ ପାଇଁ ଚଳିତ ମାସ ଅଗଷ୍ଟ ୨୨ ତାରିଖରୁ ଆଶାୟୀମାନେ ଆବେଦନ କରି ପାରିବେ । ଆବେଦନ କରିବାର ଶେଷ ତାରିଖ ହେଉଛି ଅଗଷ୍ଟ ୨୫ ତାରିଖ l ତେବେ ଅକ୍ଟୋବର ମାସରୁ ନଭେମ୍ବର ମାସ ମଧ୍ୟରେ ଏଥିପାଇଁ ପରୀକ୍ଷା ଆୟୋଜନ କରାଯିବ । ଅଧିକ ସୂଚନା ପାଇବାକୁ ୱେବ୍‌ସାଇଟ୍‌ରେ ଉପଲବ୍ଧ ରହିଛି ସମସ୍ତ ତଥ୍ୟ । ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ସର୍ବମୋଟ ୩୧୨ ପୋଷ୍ଟ ପୂରଣ ହେବ । ଏଥିପାଇଁ ଆଶାୟୀ ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ବିଶ୍ୱବିଦ୍ୟାଳୟରୁ ପ୍ରାସଙ୍ଗିକ ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ସବୁଠାରୁ ବଡ ବିଷୟ ହେଉଛି ଆବେଦନ କରିଥିବା ଆଶାୟୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ  ହେବା ଆବଶ୍ୟକ । ଏଥିପାଇଁ ସର୍ବାଧିକ ବୟସ ୩୦ ବର୍ଷ ହେବା ଆବଶ୍ୟକ ।

ଅଧିକ ପଢ଼ନ୍ତୁ

ଆନ୍ତର୍ଜାତିକ କୃଷି ଅର୍ଥନୀତିଜ୍ଞ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

PM Fasal Bima Yojana: ବଢ଼ିଲା ଆବେଦନ ତାରିଖ !

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ