1. ଚାକିରି

NPCIL ନିଯୁକ୍ତି ସୁଯୋଗ: ୨୭୯ ପଦ ଖାଲି

ନ୍ୟାସନାଲ ପାୱର କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ ତରଫରୁ ୨୭୯ଟି ପଦ ପୂରଣ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ

Tanushree Mahapatra
Tanushree Mahapatra
npcil notification to fill up posts, image source - pexels

npcil notification to fill up posts, image source - pexels

ବିଭିନ୍ନ ବିଭାଗ ପାଇଁ ପଦ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଉଛି ଅଶାୟୀଙ୍କୁ l ଅନେକ ଆଶାୟୀ ଚାକିରୀ ସନ୍ଧାନରେ ବିଭିନ୍ନ ପ୍ରକାର ପରୀକ୍ଷା ଦେଉଛନ୍ତି l କିଛି ପିଲା ଚାକିରୀ ପାଉଥିବାବେଳେ ଅନ୍ୟ କିଛି ପିଲାଙ୍କୁ ଚାକିରୀ ମିଳିପାରୁନି l ତେବେ ସେହିଭଳି ଅଶାୟୀଙ୍କ ପାଇଁ ଆସିଛି ଏକ ବଡ ଖବର l କାରଣ, ଚାକିରି ସନ୍ଧାନରେ ରହିଥିବା ପ୍ରାର୍ଥୀଙ୍କ ପାଇଁ ଏକ ବଡ଼ ଖୁସି ଖବର ।

ନ୍ୟାସନାଲ ପାୱର କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ ତରଫରୁ ୨୭୯ଟି ପଦ ପୂରଣ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ପ୍ରାର୍ଥୀଙ୍କୁ କ୍ୟାଟେଗୋରୀ-୨ ଷ୍ଟାଇପେଣ୍ଡାରୀ ଟ୍ରେନି ଅପରେଟର ଏବଂ  କ୍ୟାଟେଗୋରୀ-୨ ଷ୍ଟାଇପେଣ୍ଡାରୀ ଟ୍ରେନିଂ ମେଣ୍ଟେନର ପଦବୀରେ ନିଯୁକ୍ତି ପ୍ରଦାନ କରାଯିବ । ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଶେଷରେ ଦିଆଯାଇଥିବା ଲିଙ୍କକୁ ଯାଇ ସମସ୍ତ ତଥ୍ୟ ପାଇବା ସହିତ ଆବେଦନ ମଧ୍ୟ କରିପାରିବେ ।

ତେବେ ବିଭିନ୍ନ ପରୀକ୍ଷା ପାଇଁ କିଛି ଦେୟ ଦେବାକୁ ପଡିଥାଏ l ବେଳେବେଳେ ଏହି ଦେୟ ପରିମାଣ ଅଧିକ ଥିବାବେଳେ କେବେକେବେ ଏହା ଖୁବ ଅଳ୍ପ ହୋଇଥାଏ l ଅଧିକ ଦେୟ ଥିବା ପରୀକ୍ଷା ପାଇଁ ଆଶାୟୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୁଅନ୍ତୁ l କିନ୍ତୁ ଏହି ପଦ ପାଇଁ ପ୍ରାର୍ଥୀଙ୍କୁ ମାତ୍ର ୧୦୦ ଟଙ୍କାର ଆବେଦନ ଫିସ୍ ଦାଖଲ କରିବାକୁ ହେବ ।

ତେବେ ପିଡବ୍ଲ୍ୟୁବିଡି, ଏକ୍ସସର୍ଭିସମେନ, ମହିଳା,ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଏନପିସିଆଲ କର୍ମଚାରୀଙ୍କ ପାଇଁ ଆବେଦନ ଫିସ୍ ମଧ୍ୟ ଛାଡ଼ କରାଯାଇଛି । ଯାହା ଅଶାୟୀଙ୍କ ପାଇଁ ନିହାତି ଏକ ବଡ ଖବର l ଅନ୍ୟପଟେ ଏଥିପାଇଁ ଅଗଷ୍ଟ ୨୨ ତାରିଖରୁ ଅନଲାଇନ୍ ମାଧ୍ୟମରେ ଆବେଦନ ଆରମ୍ଭ ହୋଇ ସେପ୍ଟେମ୍ବର ୧୧ ତାରିଖରେ ଏହା ସମାପ୍ତ ହେବ । ଚଳିତ ବର୍ଷ ସେପ୍ଟେମ୍ବର ମାସ ୧୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ସୀମା ୧୮ କିମ୍ବା ସର୍ବାଧିକ ବୟସ ୨୪ ବର୍ଷ ହୋଇଥିବା ଆବଶ୍ୟକ ରହିଛି ।

ଏଥିପାଇଁ ଅଶାୟୀଙ୍କୁ ଦଶମ ଏବଂ ଯୁକ୍ତଦୁଇ ପାସ୍ କରିଥିବା ଆବଶ୍ୟକ । କ୍ୟାଟେଗୋରୀ-୨ ଷ୍ଟାଇପେଣ୍ଡାରୀ ଟ୍ରେନି ଅପରେଟର ପାଇଁ ୧୫୩ଟି ପଦ ଖାଲି ରହିଛି l କ୍ୟାଟେଗୋରୀ-୨ ଷ୍ଟାଇପେଣ୍ଡାରୀ ଟ୍ରେନିଂ ମେଣ୍ଟେନର ପାଇଁ ୧୨୬ଟି ପଦ ପୂରଣ ହେବ । ତେବେ ଅଶାୟୀଙ୍କୁ ଆବେଦନ କରବିା ପୂର୍ବରୁ ପ୍ରକାଶିତ ବିଜ୍ଞପ୍ତିକୁ ଭଲ ଭାବେ ପଢ଼ିବାକୁ ହେବ l

ଅଧିକ ପଢ଼ନ୍ତୁ

HEAVY RAIN ALERT: ୩ ଦିନ ପ୍ରବଳ ବର୍ଷା!

BSKY କୁ ନେଇ କାହିଁକି ଏମିତି କହିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ !

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ