1. ଚାକିରି

ରାଜ୍ୟ କୃଷି ବିଭାଗରେ ନିଯୁକ୍ତି: ବିଜ୍ଞପ୍ତି ପ୍ରକାଶ କଲା OPSC

ପ୍ରାର୍ଥୀ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ କିମ୍ବା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଇଂରାଜୀ ଷ୍ଟାଣ୍ଡାର୍ଡରେ ଓଡ଼ିଆ ପରୀକ୍ଷା ପାସ୍ କରିଥିବା ଆବଶ୍ୟକ ।

Tanushree Mahapatra
Tanushree Mahapatra
officer posts vacany in state agriculture department

officer posts vacany in state agriculture department

ଅନେକ ଆଶାୟୀ ଚାକିରୀ ଅପେକ୍ଷାରେ ରହିଛନ୍ତି l ଓଡିଶା ରାଜ୍ୟରେ ସରକାର ପରିବର୍ତ୍ତନ ପରେ ଚାକିରୀ ବିଷୟକୁ ନେଇ ଅନେକ ଆଶାୟୀ ଚିନ୍ତିତ ମଧ୍ୟ l ନୂଆ ପଦ ପଦବୀ ନିଯୁକ୍ତି ପାଇଁ ଅପେକ୍ଷା କରିଛନ୍ତି ସମସ୍ତେ l ତେବେ ସେହି ଆଶାୟୀଙ୍କ ପାଇଁ ଖୁସି ଖବର l ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନରେ ସହକାରୀ ମୃତ୍ତିକା ସଂରକ୍ଷଣ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି l ଅଧିକାରୀଙ୍କୁ କ୍ଲାସ-୨ରେ ନିଯୁକ୍ତି ଦିଆଯିବ ।

ଏନେଇ ଓଡ଼ିଶା ଲୋକସେବା ଆୟୋଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଅନ୍ୟପଟେ ଜୁଲାଇ ୧୬ ରୁ ଅଗଷ୍ଟ ୧୬ ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରିବାକୁ ହେବ । ଇଛୁକ ପ୍ରାର୍ଥୀମାନେ ଓପିଏସସିର ଅଫିସିଆଲ ୱେବସାଇଟକୁ ଯାଇ ପରିଦର୍ଶନ କରି ଏହି ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ସବିଶେଷ ତଥ୍ୟ ପାଇ ପାରିବେ ।

ଏଥିପାଇଁ ମୋଟ ୮୧ ଟି ପଦ ଖାଲି ରହିଛି l ସେଥିମଧ୍ୟରୁ ୨୭ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି  । ଅଣସଂରକ୍ଷିତଙ୍କ ପାଇଁ ୪୫ଟି ପଦ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ମୋଟ ୧୧ଟି ପଦ , ଅନୁସୂଚିତ ଜାତିଙ୍କ ପାଇଁ ୮ଟି ପଦ , ଅନୁସୂଚିତ ଜନଜାତିଙ୍କ ପାଇଁ ୧୭ଟି ପଦ ସଂରକ୍ଷିତ କରାଯାଇଛି । ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ବ୍ୟାଚେଲର ଅଫ୍ ସାଇନ୍ସ ଡିଗ୍ରୀ ଇନ୍ ଏଗ୍ରୀକଲଚର , ବ୍ୟାଚେଲର ଅଫ୍ ସାଇନ୍ସ ଡିଗ୍ରୀ ଇନ ହର୍ଟିକଲଚର , ବ୍ୟାଚେଲର ଡିଗ୍ରୀ ଇନ ଏଗ୍ରୀକଲଚର ଇଞ୍ଜିନିୟରିଂ , ଏବଂ ବ୍ୟାଚେଲର ଇନ୍ ସାଇନ୍ସ ଇନ୍ ଫରେଷ୍ଟ୍ରି ଡିଗ୍ରୀ ହାସଲ କରିଥିବା ଆବଶ୍ୟକ l

ସବୁଠାରୁ ବଡ଼ ବିଷୟ ହେଉଛି ଏଥିପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କୁ କୌଣସି ଫିସ୍ ଜମା କରିବାକୁ ପଡ଼ିବ ନାହିଁ । ପ୍ରାର୍ଥୀ ଜଣେ ଭାରତୀୟ ନାଗରିକ ହେବା ସହ ଓଡ଼ିଆ ଭାଷାରେ ଲେଖିବା, ପଢ଼ିବା ଓ କଥା କହିବା ଜାଣିଥିବା ଆବଶ୍ୟକ । ପ୍ରାର୍ଥୀ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ କିମ୍ବା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଇଂରାଜୀ ଷ୍ଟାଣ୍ଡାର୍ଡରେ ଓଡ଼ିଆ ପରୀକ୍ଷା ପାସ୍ କରିଥିବା ଆବଶ୍ୟକ ।

ଅଧିକ ପଢ଼ନ୍ତୁ

Business Idea: ୧ ଏକରରେ ଚାଷୀଙ୍କୁ ୧୦ ଲକ୍ଷ ଫାଇଦା !

EPFO UPDATE: ବଢିଲା PF ସୀମା...!

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ