1. ଚାକିରି

India Post: ଦଶମ ପାସ୍‌ଙ୍କ ପାଇଁ ପୋଷ୍ଟ ଅଫିସରେ ଚାକିରୀ

ସରକାରୀ ଚାକିରି ପାଇଁ ଆଶାୟୀ ଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ବଡ ସୁଯୋଗ । ଭାରତ ସରକାରଙ୍କ ଅଧିନରେ ଆସୁଥିବା ଡାକ ବିଭାଗ କିଛି ପଦବୀରେ ନିଯୁକ୍ତି କରିବାକୁ ବିଜ୍ଞାପନ ପ୍ରଦାନ କରିଛି ।

Tanushree Mahapatra
Tanushree Mahapatra
postal recruitment 2024 for matric pass student , image source - pexels.com

postal recruitment 2024 for matric pass student , image source - pexels.com

ନିଜ ଇଛା ମୁତାବକ ପାଠ ପଢି ସାରିବା ପରେ ସମସ୍ତଙ୍କୁ ଆବଶ୍ୟକ ଚାକିରୀ  l ଆଉ ଏହି ଚାକିରୀ ପାଇବା ପାଇଁ ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା l ବିଭିନ ପରୀକ୍ଷାରେ ନିଜକୁ ସାମିଲ କରୁଛନ୍ତି ଚାକିରୀ ପାଇଁ l ସରକାରୀ ହେଉ କିମ୍ବା ବେସରକାରୀ ହେଉ ଚାକିରୀ ପାଇଁ ଆବେଦନ କରୁଛନ୍ତି ଯୁବପିଢ଼ି l  ତେବେ ସେହି ଯୁବପିଢିଙ୍କ ପାଇଁ ଏକ ନୂଆ ଖବର l ଡାକ ବିଭାଗରେ ଚାକିରି ପାଇଁ ଆସିଛି ନୂଆ ସୁବର୍ଣ୍ଣ ସୁଯୋଗ ।

ସେଥିପାଇଁ ଆବେଦନ ପ୍ରକ୍ରିୟାର ସମସ୍ତ ତଥ୍ୟ ଏହି ଆର୍ଟିକଲରେ ପ୍ରଦାନ କରାଯାଇଛି l ସରକାରୀ ଚାକିରି ପାଇଁ ଆଶାୟୀ ଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ବଡ ସୁଯୋଗ । ଭାରତ ସରକାରଙ୍କ ଅଧିନରେ ଆସୁଥିବା ଡାକ ବିଭାଗ କିଛି ପଦବୀରେ ନିଯୁକ୍ତି କରିବାକୁ ବିଜ୍ଞାପନ ପ୍ରଦାନ କରିଛି ।

ବିଭିନ୍ନ ପ୍ରକାର ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି l ଏହା ମଧ୍ୟରେ ରହିଛି ଡାକ ବିଭାଗର ଷ୍ଟାଫ୍ କାର୍ ଡ୍ରାଇଭର ପଦବୀରେ । ଯାହାପାଇଁ ନିଯୁକ୍ତି ପ୍ରକାଶ ପାଇଛି ବିଜ୍ଞପ୍ତିରେ l ଏଥିପାଇଁ ଯୋଗ୍ୟତା ମଧ୍ୟ ଖୁବ କମ୍‌ ରଖିଛି ବିଭାଗ । ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀ ଭାରତୀୟ ଡାକ ବିଭାଗର ଅଫିସିଆଲ୍ ୱେବସାଇଟ୍ https://www.indiapost.gov.in/ କୁ ଯାଇ ଆପଣ ଆବେଦନ କରିପାରିବେ । ପ୍ରକାଶ ହୋଇଥିବା ବିଜ୍ଞପ୍ତି ବାବଦରେ ଅଧିକ ଜାଣିବାକୁ ଚାହୁଁଥିବା ଆପଣ ନିକଟସ୍ଥ ଡାକ ବିଭାଗକୁ ଯାଇ ଯାଞ୍ଚ କରିପାରିବେ ନଚେତ ପ୍ରଦତ୍ତ ନୋଟିଫିକେସନ୍‌ ଉପରେ କ୍ଲିକ୍ କରି ସଂପୂର୍ଣ୍ଣ ତଥ୍ୟ ଜାଣିପାରିବେ l

ଆଶାୟୀ ତଥା ଇଚ୍ଛୁକ ଥିବା ପ୍ରାର୍ଥୀ ସରକାରୀ ସ୍ବୀକୃତିପ୍ରାପ୍ତ ବିଦ୍ୟାଳୟରୁ ଦଶମ ପାସ୍ କରିଥିବା ନିହାତି ଆବଶ୍ୟକ । ଏହା ସହିତ ପ୍ରାର୍ଥୀଙ୍କ ପାଖରେ ସ୍ବୀକୃତିପ୍ରାପ୍ତ RTOରୁ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ଥିବା ଆବଶ୍ୟକ। କେବଳ ସେତିକି ନୁହେଁ ୩ ବର୍ଷର ଡ୍ରାଇଭିଂ ଅଭିଜ୍ଞତା ମଧ୍ୟ ରହିଥିବା ଦରକାର । ତେବେ ଏଥିପାଇଁ  ଆବେଦନ ତାରିଖ – ୦୬ ଜାନୁୟାରୀ ୨୦୨୪ ରୁ ଶେଷ ତାରିଖ – ୧୬ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ରହିଛି l ଏହି ଚାକିରୀ କରିବା ପାଇଁ ବୟସ ସୀମା ରହିଛି ସର୍ବନିମ୍ନ ବୟସ- ୧୮ ବର୍ଷ ଏବଂ ସର୍ବାଧିକ ବୟସ- ୨୭ ବର୍ଷ l ଏଥିପାଇଁ ଜାତିଗତ ସାର୍ଟିଫିକେଟ ମଧ୍ୟ ଆବଶ୍ୟକ ଏବଂ ଜାତିଗତ ପ୍ରମାଣପତ୍ର ଥିଲେ OBC – ୦୩ ବର୍ଷ କୋହଳ ଏବଂ ST / SC – ୦୫ ବର୍ଷ ପର୍ଯ୍ୟନ୍ତ କୋହଳ କରାଯିବ l ଏହି ଚାକିରୀ ପାଇଁ ଆପଣଙ୍କୁ ଲିଖିତ ପରୀକ୍ଷା, ଡ୍ରାଇଭିଂ ପରୀକ୍ଷା, ଆପଣଙ୍କ ଡକ୍ୟୁମେଣ୍ଟ୍ ଯାଞ୍ଚ, ଡାକ୍ତରୀ ପରୀକ୍ଷା ମଧ୍ୟ ଦେବାକୁ ପଡ଼ିବ l ଆପଣଙ୍କୁ ଏଥିପାଇଁ ସର୍ବନିମ୍ନ ଦରମା – ୧୯,୯୦୦ ଟଙ୍କା ଏବଂ ସର୍ବାଧିକ ମାସିକ ଦରମା – ୬୩, ୨୦୦ ଟଙ୍କା ପ୍ରଦାନ କରାଯିବ l

ତେବେ ତାରିଖ ଶେଷ ହେବା ପୂର୍ବରୁ ଆପଣମାନେ ଏଥିପାଇଁ ଆବେଦନ କରନ୍ତୁ l ତେବେ ଆଜି ହିଁ ଆବେଦନ କରନ୍ତୁ ଏହି ପଦବୀ ପାଇଁ l ତେବେ ସରକାରୀ ଚାକିରୀ ପାଇବା ପାଇଁ ସମସ୍ତେ ଖୁବ ଚିନ୍ତିତ l ଦେଖିବାକୁଗଲେ ଭାରତରେ ପ୍ରତ୍ୟେକ ଦୁଇ ଜଣ ଯୁବକରେ ଜଣେ ଯୁବକଙ୍କ ଇଚ୍ଛା ସରକାରୀ ଚାକିରୀ କରିବାକୁ । ପ୍ରତ୍ୟେକ ବର୍ଷ କୋଟି କୋଟି ଆଶାୟୀ ପ୍ରାର୍ଥୀ ସରକାରୀ ଚାକିରୀ ପାଇଁ ହୋଇଥିବା ପରୀକ୍ଷାରେ ଭାଗ ନେଉଛନ୍ତି ।

ଆଉ କିଛି ଜଣ ୫ରୁ ୧୦ ବର୍ଷ ପର୍ଯ୍ୟନ୍ତ ସରକାରୀ ଚାକିରୀ ପାଇଁ ପ୍ରସ୍ତୁତି କରିବାରେ ବିତାଇଦେଉଛନ୍ତି । କାରଣ ସରକାରୀ ଚାକିରୀକୁ ସୁରକ୍ଷିତ ମନାଯାଇଥାଏ ଏବଂ ଏହାର ଅଧିକ ମୂଲ୍ୟ ଥିବା ସମସ୍ତେ ଭାବିଥାନ୍ତି । ସରକାରୀ କର୍ମଚାରୀ  ସହଜରେ ଚାକିରୀରୁ ବାହାର କରାଯାଇପାରିବେ ନାହିଁ । ସରକାରୀ କର୍ମଚାରୀଙ୍କ କାମ କରିବାର ସମୟ ସର୍ବଦା ନିର୍ଘଣ୍ଟ ହୋଇଥାଏ । ଏହି କାମରେ କୌଣସି ପ୍ରକାର ଚାପ ନଥାଏ କର୍ମଚାରୀଙ୍କ ପାଇଁ । ଏହା ଛଡା ନିୟମିତ ଭାବେ ପ୍ରତ୍ୟେକଟି ଛୁଟି ସହ ସମସ୍ତ ପ୍ରକାର ଉତ୍ସବ ଏବଂ ଅନ୍ୟ ଛୁଟି ମଧ୍ୟ ପ୍ରଦାନ କରାଯାଇଥାଏ । ସରକାରୀ କର୍ମଚାରୀ ଅବସରରେ ପେନସନ ମଧ୍ୟ ପାଇଥାନ୍ତି । ଏହା ଛଡା ପିଏଫ ସମେତ ଅନ୍ୟାନ୍ୟ ପ୍ରକାରର ଅବସରକାଳୀନ ସୁବିଧା ମଧ୍ୟ ପାଇଥାନ୍ତି । ସବୁଠାରୁ ବଡ କଥାହେଲା ସରକାରୀ କର୍ମଚାରୀଙ୍କ ଦରମା ମଧ୍ୟ ଭଲ ରହିଥାଏ ।

 

 

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments