1. ଚାକିରି

Railway Job: ଆବେଦନ ପାଇଁ ଆଗ୍ରହୀ ତେବେ, ଜାଣନ୍ତୁ ଆବେଦନ ପ୍ରକ୍ରିୟା!

୫୦% ଏଗ୍ରିଗେଟ୍ ମାର୍କ ସହିତ ମ୍ୟାଟ୍ରିକ୍ ପାଶ୍ କରିଥିବା ଦରକାର ପ୍ରାର୍ଥୀ । ଅନ୍ୟପଟେ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ITI କରିଥିବା ମଧ୍ୟ ନିତାନ୍ତ ଆବଶ୍ଯକ ।

Tanushree Mahapatra
Tanushree Mahapatra
railway jobs vacancy update, image source - pexels

railway jobs vacancy update, image source - pexels

ନିଯୁକ୍ତି ସୁଯୋଗ ପ୍ରାର୍ଥୀଙ୍କ ପାଇଁ l ଭାରତୀୟ ରେଳବାଇରେ ପ୍ରାର୍ଥୀଙ୍କ ପାଇଁ ଆସିଛି ଖୁସି ଖବର । ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଉତ୍ତର-ପୂର୍ବ ସୀମାନ୍ତ ରେଳ ବିଭାଗରେ ନିଯୁକ୍ତି ସୁଯୋଗ l ଆପ୍ରେଣ୍ଟିସ୍ ଆକ୍ଟ, ୧୯୬୧ ଅନୁଯାୟୀ ଏହି ନିଯୁକ୍ତି ହେବା ନେଇ ସୂଚନା ରହିଛି । ଏନେଇ ବିଜ୍ଞପ୍ତି ମଧ୍ଯ ପ୍ରକାଶ କରାଯାଇଛି ଭାରତୀୟ  ରେଳ ବିଭାଗ ଦ୍ୱାରା । ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ଜାଣନ୍ତୁ ଆବେଦନ ପ୍ରକ୍ରିୟା । ଉତ୍ତର-ପୂର୍ବ ସୀମାନ୍ତ ରେଳରେ ଆପ୍ରେଣ୍ଟିସ୍ ପଦବୀ ପୂରଣ କରାଯିବା ପାଇଁ ନିଯୁକ୍ତି ସୁଯୋଗ। ଏନେଇ ପ୍ରାର୍ଥୀ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବେ l

ଏହି ନିଯୁକ୍ତି ପାଇଁ ପୁରୁଷ ଓ ମହିଳା ଉଭୟ ଆବେଦନ କରିପାରିବେ। ଏନେଇ ୫,୬୦୦ରୁ ଅଧିକ ପଦବୀ ପୂରଣ ପାଇଁ ସୂଚନା ରହିଛି। ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍‌ସାଇଟ୍‌ nfr.indianrailways.gov.in କୁ ଯାଇ ନିଜେ ଆବେଦନ କରିପାରିବେ।  ୦୩ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ପ୍ରାର୍ଥୀ ଆବେଦନ କରିପାରିବେ ।

୫୦% ଏଗ୍ରିଗେଟ୍ ମାର୍କ ସହିତ ମ୍ୟାଟ୍ରିକ୍ ପାଶ୍ କରିଥିବା ଦରକାର ପ୍ରାର୍ଥୀ । ଅନ୍ୟପଟେ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ITI କରିଥିବା ମଧ୍ୟ ନିତାନ୍ତ ଆବଶ୍ଯକ । ସେହିପରି ଲାବୋରେଟୋରୀ ଟେକ୍ନିସିଆନ୍ ପାଥୋଲୋଜି ଓ ରେଡିଓଲୋଜି ଆବେଦନ କରୁଥିବା ପ୍ରାର୍ଥୀ ଆବଶ୍ୟକ l ଏ ନେଇ ITI ସାର୍ଟିଫିକେଟ୍ ସହିତ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଜୀବ ବିଜ୍ଞାନରେ ଦ୍ୱାଦଶ ଶ୍ରେଣୀ ଯୋଗ୍ୟତା ରହିଥିବା ଆବଶ୍ୟକ।  ସର୍ବନିମ୍ନ ବୟସ ସୀମା ୧୫ ବର୍ଷ କିମ୍ବା ସର୍ବାଧିକ ବୟସ ସୀମା - ୨୪ ବର୍ଷ ବୟସ ରହିଥିବା ଆବଶ୍ୟକ l

ତେବେ ଏହି ଆବେଦନ SC/ST /PWBD/EBC/ ମହିଳାଙ୍କ ପାଇଁ ସମ୍ପୂର୍ଣ୍ଣ ଦେୟମୁକ୍ତ l ବଳକା ଅନ୍ୟମାନେ ୧୦୦ ଟଙ୍କା ଆବେଦନ ରାଶି ଦେବାକୁ ପଡ଼ିବ l ଏଥିପାଇଁ ଅଫିସିଆଲ୍ ୱେବସାଇଟ୍ nfr.indianrailways.gov.in କୁ ଯାଇ ହୋମ୍‌ପେଜ୍‌ରେ, ସାଧାରଣ ସୂଚନା ଟ୍ୟାବକୁ ଯାଆନ୍ତୁ l ସେଠାରେ ରେଳବାଇ ନିଯୁକ୍ତି ସେଲ୍ GHY ଉପରେ କ୍ଲିକ୍ କରି ଆବେଦନ ଲିଙ୍କ୍‌ରେ କ୍ଲିକ୍ କରନ୍ତୁ l ଆବଶ୍ୟକ ଥିବା ସମସ୍ତ ତଥ୍ୟ ପୂରଣ କରିବା ପରେ ସବମିଟ ବଟନ ଉପରେ କ୍ଲିକ କରନ୍ତୁ l

ଅଧିକ ପଢ଼ନ୍ତୁ

ଭାରତକୁ ଆକର୍ଷଣୀୟ ବିକଳ୍ପରେ ପରିଣତ କରିଛି ପୋଷାକ ଶିଳ୍ପ !

MFOI 2024: ପ୍ରିମିୟର ପାର୍ଟନର ଭାବେ ଯୋଡ଼ି ହେଲା ଏହି କମ୍ପାନୀ !

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ