
Vacany in indian post tenth pass apply, pic source - @pm_modi
ଅନେକ ଅସହାୟ ପ୍ରାଥୀଙ୍କ ପାଇଁ ଖାଲି ପଡିଛି ଅନେକ ପଦ ପଦବୀ l ସରକାରୀ ହେଉ କି ବେସରକାରୀ ହେଉ ସମସ୍ତ ପଦ ପାଇଁ ଆଶାୟୀ ଆବେଦନ ମଧ୍ୟ କରୁଛନ୍ତି l ସଫଳତା ହାସଲ ମଧ୍ୟ କରୁଛନ୍ତି l ଦେଶରେ ମଧ୍ୟ କମିଛି ବେକାରୀ ସମସ୍ୟା l ପ୍ରତିଦିନ ଅନେକ ବ୍ୟାଙ୍କରେ ମଧ୍ୟ ଅନେକ ପଦ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି ଖାଲି ସ୍ଥାନ ପାଇଁ l
ନିକଟରେ ଅନେକ ବ୍ୟାଙ୍କରେ ଆଶାୟୀ ନିଯୁକ୍ତି ପାଇଛନ୍ତି l ଏବେ ଆଉ ବ୍ୟାଙ୍କ ନିଜ ଖାଲି ଥିବା ପଦ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ କରିଛି l ପ୍ରାୟ ୩୦ ହଜାର ଉପରକରୁ ଖାଲି ପଡିଛି ଏହା l ତେବେ ଡେରି ନ କରି ଆଜି ହିଁ ଆବେଦନ କରନ୍ତୁ l
ଏବେ ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଇଣ୍ଡିଆନ ପୋଷ୍ଟାଲ ସର୍କଲ ପକ୍ଷରୁ ୩୦ ହଜାରରୁ ଅଧିକ ପଦ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ କରାଯାଇଛି । ତେବେ ପ୍ରାର୍ଥୀଙ୍କୁ ଗ୍ରାମୀଣ ଡାକ ସେବକ (ଜିଡିଏସ) – ବ୍ରାଞ୍ଚ ପୋଷ୍ଟ ମାଷ୍ଟର (ବିପିଏମ) , ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟ ମାଷ୍ଟର (ଏବିପିଏମ) , ଡାକ ସେବକ ପଦରେ ନିଯୁକ୍ତି ଦିଆଯିବ ବୋଲି ପ୍ରକାଶ ପାଇଥିବା ବିଜ୍ଞାପନରେ ସୂଚନା ରହିଛି । ଇଚ୍ଛୁକ ଥିବା ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ସମସ୍ତ ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ । ତେବେ ସମ୍ପୂର୍ଣ୍ଣ ତଥ୍ୟ ପାଇବା ପରେ ହିଁ ଆବେଦନ କରନ୍ତୁ ଏବଂ କୌଣସି ଠକାମିର ଶିକାର ହେବାରୁ ନିଜକୁ ସୁରକ୍ଷିତ ରଖନ୍ତୁ l
ତେବେ ସୂଚନା ଅନୁଯାୟୀ ଅଗଷ୍ଟ ମାସ ୩ ତାରିଖରୁ ଅନଲାଇନ ଆବେଦନ ଜରିଆରେ ଏହା ଆରମ୍ଭ ହୋଇ ପେମେଣ୍ଟ ପଇଠ ପ୍ରକ୍ରିୟା ଏହି ମାସ ୨୩ ତାରିଖରେ ସମାପ୍ତ ହେବ ବୋଲି କୁହାଯାଇଛି ।ଯଦି କୌଣସି ଅଶାୟୀଙ୍କର ତ୍ରୁଟି ରହିଯାଏ ଏହି ପ୍ରକ୍ରିୟାରେ ତେବେ ସେମାନେ ଅଗଷ୍ଟ ମାସ ୨୪ ତାରିଖରୁ ୨୬ ତାରିଖ ମଧ୍ୟରେ ସେମାନଙ୍କର ଆପ୍ଲିକେସନ ଫର୍ମକୁ ସଂଶୋଧନ କରିପାରିବାର ସୁବିଧା ମଧ୍ୟ ରହିଛି । କିନ୍ତୁ ଏହି ପଦବୀଗୁଡ଼ିକ ପାଇଁ ଚଳିତ ବର୍ଷ ଅଗଷ୍ଟ ମାସ ୨୩ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ବର୍ଷ ହୋଇଥିବାବେଳେ ସର୍ବାଧିକ ବୟସ ୪୦ ବର୍ଷ ହୋଇଥିବା ଆବଶ୍ୟକ ରହିଛି । ସେହିପରି ପ୍ରାର୍ଥୀ ଦଶମ ପାସ୍ କରିଥିବା ନିହାତି ଆବଶ୍ୟକ ।
ତେବେ ଏହି ବିଜ୍ଞାପନ ବିଭିନ୍ନ ରାଜ୍ୟ ପାଇଁ ଖାଲି ଥିବା ପଦବୀ ସଂଖ୍ୟା ଭିନ୍ନ ଭିନ୍ନ ରହିଛି । ସେହିପରି ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ୧୨୭୯ଟି ପଦ ଖାଲି ପଡିଛି । ଏହି ସମସ୍ତ ପଦ ପାଇଁ ଦରମା ହାର ମଧ୍ୟ ଅଲଗା ଅଲଗା ରହିଛି । ତେବେ ଏହି ଆବେଦନ ପାଇଁ ୟୁଆର / ଓବିସି / ଇଡବ୍ଲ୍ୟୁଏସ ପୁରୁଷ ପ୍ରାର୍ଥୀଙ୍କୁ ୧୦୦ ଟଙ୍କାର ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ତେବେ ଏହା ମହିଳାଙ୍କ କ୍ଷେତ୍ରରେ, ଏସସି / ଏସଟି, ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କୁ କୌଣସି ଦେୟ ପ୍ରଦାନ କିରବାକୁ ପଡ଼ିବ ନାହିଁ । ସେହିପରି ଆଶାୟୀ ପ୍ରାର୍ଥୀ ପେମେଣ୍ଟ କ୍ରେଡିଟ କାର୍ଡ , ଡେବିଟ କାର୍ଡ ଓ ନେଟ ବ୍ୟାଙ୍କିଂ ଜରିଆରେ ଦେୟ ଦେଇ ପାରିବେ । ତେବେ ତଳେ ଦିଆଯାଇଥିବା ଲିଙ୍କ ଗୁଡିକୁ ଯାଇ ଆପଣ ଅଧିକ ତଥ୍ୟ ପାଇ ପାରିବେ l
ଅନଲାଇନ୍ ଆବେଦନ ଲିଙ୍କ: https://indiapostgdsonline.in/ref_validation.aspx
ନୋଟିଫିକେସନ ଲିଙ୍କ: https://indiapostgdsonline.cept.gov.in/Notifications/Model_Notification.pdf
ଅଫିସିଆଲ ୱେବସାଇଟ୍ ଲିଙ୍କ: https://indiapostgdsonline.gov.in/
Share your comments