ବାତ୍ୟା ଫଣି ରେ ପ୍ରଭାବିତ ହୋଇଥିବା ସବୁଜିମା ,ଅଟ୍ଟାଳିକା ଓ ଦୈନଦିନ ଜୀବନ ମଧ୍ୟରୁ ବାତ ପଡ଼ିନାହିଁ ମାଟ୍ରିକ ଫଳ |ଛାତ୍ରଛାତ୍ରୀଙ୍କ ମନ ର ଉତକଂଠା କୁ ମଧ୍ୟ ପ୍ରଭାବିତ କରିଛି ବାତ୍ୟା ଫଣି |ଏନେଇ ଏବେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ଖାତା ମୂଲ୍ୟାୟନ ଶେଷ ପର୍ଯ୍ୟାୟ ରେ ପହଞ୍ଚିଥିଲା ବେଳେ ; ଫଳାଫଳ ଆସନ୍ତା ସପ୍ତାହ ପ୍ରକାଶ ପାଇବ ବୋଲି ବୋର୍ଡ ସମ୍ପାଦକ ରାମାଶିଷ ହାଜରା ଜରୁରୀ ସୂଚନା ଦେଇଛନ୍ତି |
ସମ୍ପାଦକ ଙ୍କ ସୂଚନାନୁସାରେ ,ବାତ୍ୟା ଫଣି ଦ୍ୱାରା ବଜ୍ରକବାଟି ରୋର୍ଡ ସ୍ଥିତ ବୋର୍ଡ ର ମୁଖ୍ୟାଳୟରେ ବିଦ୍ୟୁତ ସରବରାହ ଓ ଅନଲାଇନ ବ୍ୟବସ୍ଥା ବ୍ୟାହତ ହୋଇଯାଇଥିଲା ତେଣୁ ପ୍ରୋସେସିଂ ଫର୍ମ ସହ ଅନଲାଇନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା |୨୦୧୮ ଏ ମେ ୭ ରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା ବେଳେ ଚଳିତ ବର୍ଷ ସେହି ସମୟ ମଧ୍ୟରେ ଫଳ ପ୍ରକାଶ ପାଇବା ସମ୍ଭବ ହୋଇପାରିଲା ନାହିଁ |
ଫଳ ପ୍ରକାଶ ରେ କୌଣସି ବିଭ୍ରାଟ ନ ହେବା ସହ ନିର୍ଭୁଲ ଫଳ ଲାଗି ଖାତା ମୂଲ୍ୟାୟନ ପରେ ମାର୍କ ପୋଷ୍ଟିଙ୍ଗ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ କାର୍ଯ୍ୟ ଲାଗି ବେଶ ସତର୍କତା ଅବଲମ୍ବନ କରାଯାଇଛି |ପ୍ରତ୍ୟେକ ପର୍ଯ୍ୟାୟ କୁ ଭଲ ଭାବେ ଯାଞ୍ଚ କରି ତ୍ରୁଟି ସୁଧାରିବାକୁ ପ୍ରୟାସ କରାଯାଇଛି |ଏନେଇ ଏବେ ସମସ୍ତ ପ୍ରକ୍ରିୟା ଶେଷ ପର୍ଯ୍ୟାୟ ରେ ଥିବା ବେଳେ ମାଟ୍ରିକ ଫଳାଫଳ ଆସନ୍ତା ୭ ଦିନ ମଧ୍ୟରେ ପ୍ରକାଶ ପାଇବା ର ସୂଚନା ମିଳିଛି |
Share your comments