News

10ମ ପାସ୍‌ ପିଲାଙ୍କୁ ଚାକିରି ଦେଉଛି ଡାକ ସେବା, ଜଲଦୀ ହିଁ ଆବେଦନ କରନ୍ତୁ...

ଭାରତୀୟ ଡାକସେବା ବିଭାଗ ପକ୍ଷରୁ ଷ୍ଟାଫ୍ କାର୍ ଡ୍ରାଇଭର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହି ପଦବୀ ପାଇଁ ଆବେଦନ ଆରମ୍ଭ ହୋଇଥିବାବେଳେ ଆଶୀୟୀ ପ୍ରାର୍ଥୀମାନେ 15 ମାର୍ଚ୍ଚ 2022 ପର୍ଯ୍ୟନ୍ତ ଆବେଦନ କରିପାରିବେ ।

24 February, 2022 2:11 PM IST By: Sudesna Nayak

ଭାରତୀୟ ଡାକସେବା ବିଭାଗ ପକ୍ଷରୁ ଷ୍ଟାଫ୍ କାର୍ ଡ୍ରାଇଭର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହି ପଦବୀ ପାଇଁ ଆବେଦନ ଆରମ୍ଭ ହୋଇଥିବାବେଳେ ଆଶୀୟୀ ପ୍ରାର୍ଥୀମାନେ 15 ମାର୍ଚ୍ଚ 2022 ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ସୂଚନା ଅନୁଯାୟୀ, ଷ୍ଟାଫ୍ କାର୍ ଡ୍ରାଇଭରର 29 ଟି ଖାଲି ପଦବୀ ରହିଛି । ଆଶାୟୀ ପ୍ରାର୍ଥୀମାନେ କେବଳ ପଞ୍ଜୀକୃତ ପୋଷ୍ଟ ମାଧ୍ୟମରେ ଏହି ପଦବୀ ପାଇଁ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା,ଜାଣନ୍ତୁ...

ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାସ୍ ହୋଇଥିବା ଆବଶ୍ୟକ । ଏହାସହ ପ୍ରାର୍ଥୀମାନଙ୍କ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ରହିବା ଆବଶ୍ୟକ ।

ବୟସ ସୀମା,ଜାଣନ୍ତୁ...

ଏହି ପଦବୀ ପାଇଁ ଆବେଦନ କରିବା ଇଚ୍ଛୁକ ପ୍ରାର୍ଥୀମାନଙ୍କୁ 18 ବର୍ଷରୁ 27 ବର୍ଷ ହୋଇଥିବା ଆବଶ୍ୟକ । ସେହିପରି ଓବିସି ପ୍ରାର୍ଥୀମାନଙ୍କ ବୟସ ସୀମାକୁ ୩ ବର୍ଷ କୋହଳ କରାଯାଇଥିବାବେଳେ ଏସସି ଏବଂ ଏସଟି ପ୍ରାର୍ଥୀମାନଙ୍କ ପାଇଁ 5 ବର୍ଷ କୋହଳ କରାଯାଇଛି ।

ଚୟନ ପ୍ରକ୍ରିୟା,ଜାଣନ୍ତୁ...

ପ୍ରକାଶ ଥାଉ ଯେ, ଏହି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ପରୀକ୍ଷା ମାଧ୍ୟମରେ ଚୟନ କରାଯିବ । ଏହି ନିଯୁକ୍ତି ସମ୍ବନ୍ଧୀୟ ଅଧିକ ସୂଚନା ପାଇବା ପାଇଁ ଡାକସେବା ବିଭାଗର ଅଫିସିଆଲ୍ ୱେବସାଇଟକୁ ଭିଜିଟ୍‌ କରିପାରିବେ ।

ଯୁକ୍ତ୨ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର:BECILରେ କରନ୍ତୁ ଚାକିରି,ମାସକୁ ଦରମା୨୫ହଜାର

ଏହି ସବୁ ପଦବୀରେ ନିଯୁକ୍ତି ଦେଉଛି DRDO,ଜଲଦି ହିଁ କରନ୍ତୁ ଆବେଦନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)