1. କୃଷି ଖବର

ଯୁକ୍ତ୨ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର:BECILରେ କରନ୍ତୁ ଚାକିରି,ମାସକୁ ଦରମା୨୫ହଜାର

ବ୍ରଡକାଷ୍ଟ ଇଞ୍ଜିନିୟରିଂ କନ୍ସଲଟାଣ୍ଟସ୍ ଇଣ୍ଡିଆ ଲିମିଟେଡ୍ (BECIL)ପକ୍ଷରୁ ଦିଲ୍ଲୀ ଏନ୍‌ସିଆର୍‌ର ସରକାରୀ ହସ୍ପିଟାଲରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ଫେବୃଆରୀ ମାସ ୨୮ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ରେ ଆବେଦନ ଫର୍ମ ଦାଖଲ କରିପାରିବେ ।

Sudesna Nayak
Sudesna Nayak
BECIL recruitment 2022 class 12 pass out can apply

BECIL recruitment 2022 class 12 pass out can apply

ବ୍ରଡକାଷ୍ଟ ଇଞ୍ଜିନିୟରିଂ କନ୍ସଲଟାଣ୍ଟସ୍ ଇଣ୍ଡିଆ ଲିମିଟେଡ୍ (BECIL)ପକ୍ଷରୁ ଦିଲ୍ଲୀ ଏନ୍‌ସିଆର୍‌ର ସରକାରୀ ହସ୍ପିଟାଲରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ଫେବୃଆରୀ ମାସ ୨୮ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ରେ ଆବେଦନ ଫର୍ମ ଦାଖଲ କରିପାରିବେ ।

ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ BECIL-www.becil.com ର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ହିଁ ନିଜ ଆବେଦନ ଫର୍ମ ଦାଖଲ କରିପାରିବେ ।

BECILରେ ଖାଲିପଡିଥିବା ପଦବୀ,ଜାଣନ୍ତୁ...

-ମୋଟ ପଦବୀ ସଂଖ୍ୟା – ୯୬
-ରେଡିଓଗ୍ରାଫର ପଦବୀ ସଂଖ୍ୟା-୨୨
-ମେଡିକାଲ୍‌ ଲ୍ୟାବ୍‌ ଟେକ୍ନୋଲୋଜିଷ୍ଟ ସଂଖ୍ୟା - ୫୧
-ରୋଗୀ ସେବା ସହଯୋଗୀ ସଂଖ୍ୟା - ୮
-ଫ୍ଲେବୋଟୋମିଷ୍ଟ ସଂଖ୍ୟା - ୮
-ଲ୍ୟାବ୍‌ ଆଟେଣ୍ଡାଣ୍ଟ ସଂଖ୍ୟା -୧୪

ଶିକ୍ଷାଗତ ଯୋଗ୍ୟତା,ଜାଣନ୍ତୁ...

1. ରେଡିଓଗ୍ରାଫର ପଦବୀ- ରେଡିଓଗ୍ରାଫିରେ B.Sc (Hons.)ହାସଲ କରିଥିବା ଆବଶ୍ୟକ । କିମ୍ୱା B.Sc. Radiography ରେ ୩ ବର୍ଷୀୟ ଡିଗ୍ରୀ ହାସଲ କରିଥିବା ନିହାତି ଆବଶ୍ୟକ ।

2. ମେଡିକାଲ୍‌ ଲ୍ୟାବ୍‌ ଟେକ୍ନୋଲୋଜିଷ୍ଟ- B.Sc. (MLT) ହାସଲ କରିଥିବା ଆବଶ୍ୟକ ।

3. ରୋଗୀ ସେବା ସହଯୋଗୀ- ଲାଇଫ୍‌ ସାଇନ୍ସରେ ଡିଗ୍ରୀ ହାସଲ କରିଥିବା କିମ୍ୱା କୌଣସି ବିଭାଗରେ ମଧ୍ୟ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।

4. ଫ୍ଲେବୋଟୋମିଷ୍ଟ- Medical Laboratory Technologists/Medical Laboratory Science (Physics, Chemistry and Biology/Biotechnology)ରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।

5. ଲ୍ୟାବ୍‌ ଆଟେଣ୍ଡାଣ୍ଟ – ଦଶମ ଓ +2 ବିଜ୍ଞାନରେ ପାସ୍‌ କରିଥିବା ଆବଶ୍ୟକ ।

ମାସିକ ଦରମା,ଜାଣନ୍ତୁ...

-ରେଡିଓଗ୍ରାଫର ପଦବୀ ସଂଖ୍ୟା- ୨୫,୦୦୦ ଟଙ୍କା
-ମେଡିକାଲ୍‌ ଲ୍ୟାବ୍‌ ଟେକ୍ନୋଲୋଜିଷ୍ଟ- ୨୧,୯୭୦ ଟଙ୍କା
-ରୋଗୀ ସେବା ସହଯୋଗୀ- ୨୧, ୯୭୦ ଟଙ୍କା
-ଫ୍ଲେବୋଟୋମିଷ୍ଟ- ୨୧, ୯୭୦ ଟଙ୍କା
-ଲ୍ୟାବ୍‌ ଆଟେଣ୍ଡାଣ୍ଟ –୨୦,୨୦୨ ଟଙ୍କା

ଆବେଦନ ଶୁଳ୍କ,ଜାଣନ୍ତୁ...

General,OBC,ଏକ୍ସ ସର୍ଭିସ୍‌ମ୍ୟାନ୍‌ ଓ ମହିଳା ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ୭୫୦ ଟଙ୍କା ରହିଥିବା ବେଳେ SCST,EWS PH ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ୪୫୦ ଟଙ୍କା ହିଁ ଆବେଦନ ଶୁଳ୍କ ରହିଛି ।

କିପରି ଆବେଦନ କରିବେ,ଜାଣନ୍ତୁ...

ଆଶାୟୀ ପ୍ରାର୍ଥୀମାନେ BECIL ୱେବ୍‌ସାଇଟ୍‌ ତଥା www.becil.com or https://becilregistration.com ମାଧ୍ୟମରେ ଆବେଦନ ଫର୍ମ ଦାଖଲ କରିପାରିବେ ।

ଗୁରୁତ୍ୱପୂର୍ଣ୍ଣ ତାରିଖ,ଜାଣନ୍ତୁ...

-ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ ଫର୍ମ ଦାଖଲ କରିବାର ଆରମ୍ଭ ତାରିଖ ହେଉଛି 17 ଫେବୃଆରୀ 2022 ।
-ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ହେଉଛି 28 ଫେବୃଆରୀ 2022 ।

ଏହି ସବୁ ପଦବୀରେ ନିଯୁକ୍ତି ଦେଉଛି DRDO,ଜଲଦି ହିଁ କରନ୍ତୁ ଆବେଦନ

ASO ପାଇଁ ଖାଲି ପଡିଛି ୭୯୬ ପୋଷ୍ଟ୍‌, ଜଲଦୀ କରନ୍ତୁ ଆବେଦନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments