1. କୃଷି ଖବର

ASO ପାଇଁ ଖାଲି ପଡିଛି ୭୯୬ ପୋଷ୍ଟ୍‌, ଜଲଦୀ କରନ୍ତୁ ଆବେଦନ

ଓଡ଼ିଶା ସଚିବାଳୟର ଗ୍ରୁପ୍-ବିରେ ASO ପଦବୀରେ ନିଯୁକ୍ତି ପାଇଁ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା । ମୋଟ ୭୯୬ ପୋଷ୍ଟ୍‌ ପୂରଣ ହେବ ।

Sudesna Nayak
Sudesna Nayak
opsc aso hiring update registration fee payment deadline for 796 group-b posts

opsc aso hiring update registration fee payment deadline for 796 group-b posts

ଓଡ଼ିଶା ସଚିବାଳୟର ଗ୍ରୁପ୍-ବିରେ ASO ପଦବୀରେ ନିଯୁକ୍ତି ପାଇଁ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା । ମୋଟ ୭୯୬ ପୋଷ୍ଟ୍‌ ପୂରଣ ହେବ । ପ୍ରାର୍ଥୀ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବେ ଓ ତାଙ୍କର କମ୍ପ୍ୟୁଟର ଆପ୍ଲିକେସନରେ ଯଥେଷ୍ଟ ଜ୍ଞାନ ଥିବା ଆବଶ୍ୟାକ ।

ଓଡିଶା ଜନସେବା ଆୟୋଗର ଅଫିସିଆଲ୍ ୱେବ୍‌ସାଇଟ୍ ମାଧ୍ୟମରେ ଓଡ଼ିଶା ସଚିବାଳୟର ଗ୍ରୁପ୍-ବିରେ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର୍ (ASO) ପଦବୀରେ ନିଯୁକ୍ତି ପାଇଁ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଚାଲିଛି । ପୋଷ୍ଟ୍‌ ଗୁଡିକ ସ୍ଥାୟୀ ବୋଲି କୁହାଯାଇଛି ।

୨୦୨୨ ଜାନୁୟାରୀ ୨୦ ଆରମ୍ଭ ହୋଇଥିବା ପଞ୍ଜୀକରଣ / ପୁନଃ ପଞ୍ଜୀକରଣ ଓ ପରୀକ୍ଷା ଫିସ୍‌ ଦେୟର ଲିଙ୍କ୍ ଆଜି ଅଥାତ୍ ଶନିବାର ଫେବୃଆରୀ ୧୯, ସକାଳ ୧୧.୫୯ ଶେଷ ହେବାକୁ ଯାଉଛି ।

ତେବେ ଅଫିସିଆଲ୍ ୱେବ୍‌ସାଇଟ୍ ମାଧ୍ୟମରେ ଅନ୍‌ଲାଇନ୍ ପଞ୍ଜୀକୃତ ଆବେଦନ ଦାଖଲ ଫେବୃଆରୀ ୨୫ ରାତି ୧୧.୫୯ ପର୍ଯ୍ୟନ୍ତ କରାଯାଇପାରିବ ।

ମେଗା ନିଯୁକ୍ତି ଡ୍ରାଇଭ୍‌ ମାଧ୍ୟମରେ ASO ର ମୋଟ ୭୯୬ ପୋଷ୍ଟ୍‌ ପୂରଣ ହେବ । ୟୁଜୁଆଲ୍ ଡିଅର୍‌ନେସ୍ ଓ ଅନ୍ୟାନ୍ୟ ଭତ୍ତା ସହିତ ORSP ନିୟମାବଳୀ, ୨୦୧୭ ଅନୁଯାୟୀ ପ୍ରଦାନ କରାଯାଇଥିବା ପେ ମ୍ୟାଟ୍ରିକ୍ସ ଅନୁଯାୟୀ ASO ଲେବଲ୍ ୯, ସେଲ୍ ୧ ରେ ୩୫,୪୦୦ ଟଙ୍କା ମାସିକ ବେତନ ପାଇବେ ।

ନିଯୁକ୍ତି ଡ୍ରାଇଭ୍ ପରିଚାଳନା କରୁଥିବା OPSC ପୂର୍ବରୁ ୩୨ ବର୍ଷରୁ ୩୮ ବର୍ଷ ପର୍ଯ୍ୟନ୍ତ ଚାକିରି ପାଇଁ ଆବେଦନକାରୀଙ୍କ ବୟସ ସୀମାକୁ ବୃଦ୍ଧି କରି ଏକ କରିଗେଣ୍ଡମ୍ ଜାରି କରିଥିଲା । ତିନି ବର୍ଷ ଅର୍ଥାତ ୨୦୨୧, ୨୦୨୨ ଏବଂ ୨୦୨୩ ପାଇଁ ବୟସ ସୀମାକୁ ୩୮ ବର୍ଷକୁ ବୃଦ୍ଧି କରିବାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଥିଲା ।

ଏହି ପଦଦୀ ପାଇଁ ପ୍ରାର୍ଥୀ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବେ ଓ ତାଙ୍କର କମ୍ପ୍ୟୁଟର ଆପ୍ଲିକେସନରେ ଯଥେଷ୍ଟ ଜ୍ଞାନ ଥିବା ଆବଶ୍ୟାକ ।

ପ୍ରକାଶ ଥାଉ ଯେ,ଖାଲି ସ୍ଥାନ, ଚୟନ ପ୍ରକ୍ରିୟା ଏବଂ ପରୀକ୍ଷା ବିଷୟରେ ଅଧିକ ସୂଚନା ପାଇଁ ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍‌ସାଇଟ୍‌ରେ ଉପଲବ୍ଧ ବିସ୍ତୃତ ବିଜ୍ଞାପନକୁ ଦେଖି ପାରିବେ ।

+2 ପାସ୍ କରିଥିଲେ Oil Indiaରେ କରନ୍ତୁ ଚାକିରି, ଶୀଘ୍ର କରନ୍ତୁ ଆବେଦନ

IRELରେ ଖାଲିପଡିଛି ପଦବୀ, ଶୀଘ୍ର କରନ୍ତୁ ଆବେଦନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments