ସ୍ୱାଧୀନତା ଦିବସ ରେ ହୋଇପାରେ ଆକ୍ରମଣ 
ବେଙ୍ଗାଳୁରୁ ,ମୁମ୍ବାଇ ରେ ଘଟିପାରେ ବିସ୍ପୋରଣ 
ସୁଡ଼ଙ୍ଗ ,ସ୍ୱେରେଜ ,ଜଳପଥରେ ପ୍ରବେଶ ଉଦ୍ୟମ 
ଗୁଇନ୍ଦା ସୂଚନା ପରେ ସୁରକ୍ଷା ବ୍ୟବସ୍ତା କଡାକଡି
    
                            
    
ଧାରା ୩୭୦ ର ଉଛେଦ ର ଖୁସି ପାଳନ କରିଲା ମଧ୍ୟରେ ଏବେ ଦେଶବାସୀଙ୍କ ଲାଗି ପୁଣି ଏକ ଝଟକା |ସ୍ୱାଧୀନତା ଦିବସ ଦିନ ଦିଲ୍ଲୀ ମୁମ୍ବାଇ ବେଙ୍ଗାଳୁରୁ ପରି ବଡ ବଡ ସହରରେ ସମ୍ଭାବିୟ ବିସ୍ପୋରଣ ର ସତର୍କ ସୂଚନା ଗୁଇନ୍ଦା ବିଭାଗ ରୁ ମିଳିଛି |ବିଶେଷ କରି ଦିଲ୍ଲୀ ର ଲାଲକିଲ୍ଲା ରେ ବଡ ଧାରଣ ର ଆକ୍ରମଣ କୁ ନେଇ ନକ୍ସା ପ୍ରସ୍ତୁତ କରିଥିବା ସୂଚନା ଗୁଇନ୍ଦା ବିଭାଗ ଦେବା ପରେ ପୁଲିସ ପକ୍ଷରୁ ଏସବୁ ସହରରେ ସୁରକ୍ଷା ବ୍ୟବସ୍ତା କଡାକଡି କରାଯାଇଛି |
        ଆଫଗାନିସ୍ତାନ  ପାସ୍ପୋର୍ଟ ରେ କେତେକ ଆତଙ୍କବାଦୀ ଭାରତରେ   ପ୍ରବେଶ କରିଛନ୍ତି |ସେମାନେ   ଦିଲ୍ଲୀରେ ପ୍ରବେଶ କରି ଆକ୍ରମଣ କରିପାରନ୍ତି ବୋଲି ସୂଚନା ମିଳିଛି |ଲାଲ କିଲ୍ଲାରେ  ୩ କି .ମି ପରଧି ମଧ୍ୟରେ ସୁଡ଼ଙ୍ଗ ,ସ୍ୱେରେଜ କିମ୍ବା ଅନ୍ୟ କୌଣସି ବାଟରେ ଆକ୍ରମଣ ର ଆଶଙ୍କା ରହିଛି  ବୋଲି ଜାତୀୟ ସୁରକ୍ଷା ଏଜେନ୍ସି  ସୂଚନା ଦେଇଛି   |
ଗୁଇନ୍ଦା ବିଭାଗ ରିପୋର୍ଟ  ପରେ ଦେଶର  ସମସ୍ତ  ବିମାନ  ବନ୍ଦର ରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି |
                    
                    
                                        
Share your comments