1. କୃଷି ଖବର

ଆତଙ୍କ ର ସ୍ୱାଧୀନତା ..

ଆତଙ୍କ ର ସ୍ୱାଧୀନତା ..

KJ Staff
KJ Staff

ସ୍ୱାଧୀନତା ଦିବସ ରେ ହୋଇପାରେ ଆକ୍ରମଣ
ବେଙ୍ଗାଳୁରୁ ,ମୁମ୍ବାଇ ରେ ଘଟିପାରେ ବିସ୍ପୋରଣ
ସୁଡ଼ଙ୍ଗ ,ସ୍ୱେରେଜ ,ଜଳପଥରେ ପ୍ରବେଶ ଉଦ୍ୟମ
ଗୁଇନ୍ଦା ସୂଚନା ପରେ ସୁରକ୍ଷା ବ୍ୟବସ୍ତା କଡାକଡି

ଧାରା ୩୭୦ ର ଉଛେଦ ର ଖୁସି  ପାଳନ କରିଲା ମଧ୍ୟରେ ଏବେ ଦେଶବାସୀଙ୍କ ଲାଗି ପୁଣି ଏକ ଝଟକା |ସ୍ୱାଧୀନତା  ଦିବସ ଦିନ ଦିଲ୍ଲୀ  ମୁମ୍ବାଇ ବେଙ୍ଗାଳୁରୁ ପରି ବଡ ବଡ ସହରରେ ସମ୍ଭାବିୟ  ବିସ୍ପୋରଣ ର ସତର୍କ  ସୂଚନା ଗୁଇନ୍ଦା ବିଭାଗ  ରୁ  ମିଳିଛି |ବିଶେଷ   କରି ଦିଲ୍ଲୀ ର ଲାଲକିଲ୍ଲା ରେ ବଡ ଧାରଣ ର ଆକ୍ରମଣ କୁ ନେଇ  ନକ୍ସା ପ୍ରସ୍ତୁତ କରିଥିବା ସୂଚନା ଗୁଇନ୍ଦା ବିଭାଗ  ଦେବା  ପରେ ପୁଲିସ   ପକ୍ଷରୁ  ଏସବୁ ସହରରେ ସୁରକ୍ଷା ବ୍ୟବସ୍ତା କଡାକଡି କରାଯାଇଛି |

ଆଫଗାନିସ୍ତାନ  ପାସ୍ପୋର୍ଟ ରେ କେତେକ ଆତଙ୍କବାଦୀ ଭାରତରେ   ପ୍ରବେଶ କରିଛନ୍ତି |ସେମାନେ   ଦିଲ୍ଲୀରେ ପ୍ରବେଶ କରି ଆକ୍ରମଣ କରିପାରନ୍ତି ବୋଲି ସୂଚନା ମିଳିଛି |ଲାଲ କିଲ୍ଲାରେ  ୩ କି .ମି ପରଧି ମଧ୍ୟରେ ସୁଡ଼ଙ୍ଗ ,ସ୍ୱେରେଜ କିମ୍ବା ଅନ୍ୟ କୌଣସି ବାଟରେ ଆକ୍ରମଣ ର ଆଶଙ୍କା ରହିଛି  ବୋଲି ଜାତୀୟ ସୁରକ୍ଷା ଏଜେନ୍ସି  ସୂଚନା ଦେଇଛି   |
ଗୁଇନ୍ଦା ବିଭାଗ ରିପୋର୍ଟ  ପରେ ଦେଶର  ସମସ୍ତ  ବିମାନ  ବନ୍ଦର ରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments