News

Natural Farming: ଏହି ରାଜ୍ୟରେ 1.71 ଲକ୍ଷ ଚାଷୀ ଆପଣାଇଛନ୍ତି ପ୍ରାକୃତିକ ଚାଷ

ବର୍ତ୍ତମାନ ହିମାଚଳ ପ୍ରଦେଶର 1.71 ଲକ୍ଷ ଚାଷୀ 9,421 ହେକ୍ଟର ପ୍ରାକୃତିକ ପ୍ରଣାଳୀରେ ଚାଷ କରାଯାଉଛି । 2022-23 ବର୍ଷ ପାଇଁ ରାଜ୍ୟ ସରକାର 50,000 ଏକର ପ୍ରାକୃତିକ ଚାଷ ଅଧୀନରେ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ।

12 September, 2022 4:26 PM IST By: Shuvanshu Kar

ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲାର ପଞ୍ଜୟାନୁ ଗ୍ରାମବାସୀ ପ୍ରାକୃତିକ ଚାଷ(Natural Farming) ଆପଣାଇ ସୃଷ୍ଟି କରିଛନ୍ତି ଉଦାହରଣ । ଗାଁର ଜଣେ ଅଧିବାସୀ ଲୀନା ଶର୍ମା ଅନ୍ୟମାନଙ୍କୁ ପ୍ରାକୃତିକ ଚାଷ(Natural Farming) ପାଇଁ ପ୍ରେରଣା ଦେଇଛନ୍ତି। ସେ କୃଷି ବୈଜ୍ଞାନିକ ପଦ୍ମଶ୍ରୀ ସୁଭାଷ ପାଲେକରଙ୍କ ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିଲେ ।

କୃଷି ବିଭାଗ ପକ୍ଷରୁ ଏହି ଶିବିରର ଆୟୋଜନ କରାଯାଇଥିଲା । ତାଲିମ ପାଇବା ପରେ ଲୀନା ଶର୍ମା ନିଜ କ୍ଷେତରେ ପ୍ରାକୃତିକ ଚାଷ(Natural Farming) ଆରମ୍ଭ କରିଥିଲେ ଏବଂ ବର୍ତ୍ତମାନ ତାଙ୍କ ପ୍ରେରଣାରେ ସହିତ 30 ପରିବାର ପ୍ରାକୃତିକ ଚାଷ ଆପଣାଇଛନ୍ତି । ଏହା ରାଜ୍ୟ ସରକାରଙ୍କ କୃଷି କଲ୍ୟାଣ ଯୋଜନା ଦ୍ବାରା ସମ୍ଭବ ହୋଇପାରିଛି ।

ବର୍ତ୍ତମାନ ରାଜ୍ୟର 1.71 ଲକ୍ଷ ଚାଷୀ 9,421 ହେକ୍ଟର ପ୍ରାକୃତିକ ପ୍ରଣାଳୀରେ ଚାଷ କରାଯାଉଛି । 2022-23 ବର୍ଷ ପାଇଁ ରାଜ୍ୟ ସରକାର 50,000 ଏକର ପ୍ରାକୃତିକ ଚାଷ ଅଧୀନରେ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ।

ହିମାଚଳପ୍ରଦେଶର ପ୍ରାକୃତିକ ଚାଷ ଯୋଜନାର ଉଦ୍ଦେଶ୍ୟ ହେଉଛି ଫସଲ ଉତ୍ପାଦନର ମୂଲ୍ୟ ହ୍ରାସ କରି ଆୟ ବୃଦ୍ଧି କରିବା । ରାସାୟନିକ ଚାଷର କୁପ୍ରଭାବରୁ ମାଟି ଏବଂ ମଣିଷକୁ ରକ୍ଷା କରିବା ଏହାର ଲକ୍ଷ । ରାଜ୍ୟର ସମସ୍ତ 3,615 ପଞ୍ଚାୟତରେ ଏକ ପ୍ରାକୃତିକ ଚାଷ ମଡେଲର ବିକାଶ ବ୍ୟତୀତ 100ଟି ଗାଁକୁ ପ୍ରାକୃତିକ ଚାଷ ଗ୍ରାମରେ ପରିଣତ କରିବା ପାଇଁ କାର୍ଯ୍ୟ ଚାଲିଛି।

କୃଷକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ରାଜ୍ୟରେ ପ୍ରାକୃତିକ ଚାଷ ଉପରେ ଆଧାର କରି 10ଟି ନୂତନ FPO (କୃଷକ-ଉତ୍ପାଦକ ସଂଗଠନ) ପ୍ରତିଷ୍ଠା କରିବାର ଲକ୍ଷ୍ୟ ମଧ୍ୟ ଧାର୍ଯ୍ୟ ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ଶେଷ ସୁଦ୍ଧା କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଫସଲ ବିବିଧକରଣ ଉପରେ ପ୍ରଧାନମନ୍ତ୍ରୀ ବିଶେଷ ଗୁରୁତ୍ୱ ଦେଉଛନ୍ତି । ଏହା ଦ୍ବାରା ଚାଷୀଙ୍କ ଆୟ ବୃଦ୍ଧି ହୋଇପାରିବ। କୋରୋନା ମହାମାରୀ ସମୟରେ ମଧ୍ୟ କୃଷି ଅର୍ଥନୀତି ଦେଶର ଅର୍ଥନୀତି ବୃଦ୍ଧିରେ ବଡ ଯୋଗଦାନ ଦେଇଥିଲା ।

ବସ୍ତରରେ ପ୍ରଥମ ଥର ପ୍ରାକୃତିକ କୃଷି କରିବେ ଚାଷୀ, ମିଳିବ 2000 ଟଙ୍କା

ଆଜି ପ୍ରାକୃତିକ କୃଷି ସମ୍ମିଳନୀରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)