1. କୃଷି ଖବର

ଆଜି ପ୍ରାକୃତିକ କୃଷି ସମ୍ମିଳନୀରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

ଆଜି ଜୁଲାଇ 10ରେ ପ୍ରାକୃତିକ କୃଷି ସମ୍ମେଳନରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Shuvanshu Kar
Shuvanshu Kar
PM to address Natural Farming Conclave on 10th July

PM to address Natural Farming Conclave on 10th July

ଆଜି ଜୁଲାଇ 10ରେ ପ୍ରାକୃତିକ କୃଷି ସମ୍ମେଳନ(Natural Farming Conclave )ରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Prime Minister Shri Narendra Modi) । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ।

ସ୍ବାଧିନତାର ଅମୃତ ମହୋତ୍ସବ(Azadi ka Amrit Mahotsav) ଅନ୍ତର୍ଗତ ମାର୍ଚ୍ଚ, ୨୦୨୨ରେ ଗୁଜୁରାଟ ପଞ୍ଚାୟତ ମହାସମ୍ମେଳନରେ ବକ୍ତବ୍ୟ ପ୍ରଦାନ ଅବସରରେ ପ୍ରତି ଗାଁରୁ ଅତିକମରେ ୭୫ ଚାଷୀ ପ୍ରାକୃତିକ କୃଷି ଆପଣାଇବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଦୃଷ୍ଟିଭଙ୍ଗୀ ଦ୍ୱାରା ପ୍ରେରିତ ହୋଇ ସୁରତ ଜିଲ୍ଲା ପକ୍ଷରୁ ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ କୃଷକ ଗୋଷ୍ଠୀ, ନିର୍ବାଚିତ ପ୍ରତିନିଧି, କୃଷି ଉତ୍ପାଦ ବିପଣନ ସମିତି (ଏପିଏମସି), ସମବାୟ, ବ୍ୟାଙ୍କ ଆଦିକୁ ସମ୍ବେଦନଶୀଳ ତଥା ପ୍ରୋତ୍ସାହିତ କରିବାକୁ ମିଳିତ ଓ ସମନ୍ୱିତ ପ୍ରୟାସ ହୋଇଥିଲା । ଫଳସ୍ୱରୂପ, ପ୍ରତି ଗ୍ରାମ ପଞ୍ଚାୟତରୁ ଅତିକମରେ ୭୫ ଚାଷୀ ଚିହ୍ନଟ କରି ପ୍ରାକୃତିକ କୃଷି ଆପଣାଇବା ପାଇଁ ସେମାନଙ୍କୁ ପ୍ରୋତ୍ସାହିତ ଓ ପ୍ରଶିକ୍ଷଣ ଦିଆଯାଇଥିଲା ।

ଚାଷୀମାନଙ୍କୁ ୯୦ଟି ଭିନ୍ନ ଭିନ୍ନ ଗୋଷ୍ଠୀରେ ପ୍ରଶିକ୍ଷଣ ଦିଆଯାଇଥିଲା । ଫଳରେ ଜିଲ୍ଲାର ୪୧ ହଜାରରୁ ଅଧିକ ଚାଷୀଙ୍କୁ ପ୍ରଶିକ୍ଷିତ କରା ଯାଇପାରିଥିଲା । ଗୁଜୁରାଟର ସୁରତ ଠାରେ ଆୟୋଜିତ ହେଉଥିବା ଏହି ସମ୍ମିଳନୀରେ ପ୍ରାକୃତିକ କୃଷିକୁ ଆପଣାଇ ସଫଳତା ପାଇଥିବା ହଜାର ହଜାର ଚାଷୀ ଓ ହିତଧାରକ ଭାଗ ନେବେ । ଗୁଜୁରାଟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ସମ୍ମିଳନୀରେ ଯୋଗ ଦେବେ ।

କୃଷକଙ୍କ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାକୁ ପୂରଣ କରିବା ନିମନ୍ତେ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଉତ୍ପାଦନ ବୃଦ୍ଧିକୁ ନିଶ୍ଚିତ କରି ଚାଷୀଙ୍କ ଚାଷ ଦକ୍ଷତାକୁ ବଢାଇ ସେମାନଙ୍କୁ ଲାଭବାନ କରିବାକୁ ଉଦ୍ୟବ ଅବ୍ୟାହତ ରହିଛି । ଏହାଛଡା ଚାଷୀଙ୍କ ଆୟ ବଢାଇବାକୁ ମଧ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଲାଭଦାୟକ କୃଷି ପଦ୍ଧତିର ନିରନ୍ତରତା ରକ୍ଷା, କୃଷି କାର୍ଯ୍ୟରେ ବିନିଯୋଗ ଜନିତ ଖର୍ଚ୍ଚ ହ୍ରାସ, ଉତ୍ପାଦିତ ସାମଗ୍ରୀ ପାଇଁ ଉତ୍ତମ ବଜାର ସୁବିଧା ଯୋଗାଣ ଓ ସର୍ବୋପରି ଚାଷୀଙ୍କୁ ଅଧିକ ଆୟ ଦେବା ନିମନ୍ତେ ସରକାର ନାନା ପ୍ରକାର ପଦକ୍ଷେପ ତଥା ସହାୟକ ବ୍ୟବସ୍ଥା ଗ୍ରହଣ କରିଛନ୍ତି ।

ଶୂନ୍ୟ ବଜେଟ ପ୍ରାକୃତିକ ଚାଷ, କୃଷି କାର୍ଯ୍ୟରେ ଖର୍ଚ୍ଚ ହ୍ରାସ ପାଇଁ ଏକ ଭଲ ପନ୍ଥା । ଏହା ଫଳରେ ସାର, କୀଟନାଶକ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବାକୁ ଚାଷୀଙ୍କୁ ବଜାର ଉପରେ ଅଧି ନିର୍ଭର କରିବାକୁ ପଡିବ ନାହିଁ । ଏହା ଦ୍ୱାରା ସେମାନଙ୍କ ଚାଷବାସ ଖର୍ଚ୍ଚ କମିବ ଏବଂ ଆୟ ବଢିବ ।

ସେମାନଙ୍କୁ ପାରମ୍ପରିକ କ୍ଷେତ୍ରଭିତ୍ତିକ ପ୍ରଯୁକ୍ତି ବ୍ୟବହାର କରି ମାଟିର ଉର୍ବରତା ଓ ଉତ୍ପାଦକତା ଶକ୍ତି ବୃଦ୍ଧି ପାଇଁ ଉପାୟ ଯୋଗାଇ ଦେବାକୁ ପ୍ରୟାସ ଚାଲିଛି । ଦେଶୀ ଗାଈ ଗୋବର ଓ ଗୋମୁତ୍ରକୁ ସହଜରେ ବିନା ଖର୍ଚ୍ଚରେ ନିଜର ଜମିରେ ବ୍ୟବହାର କରି ଏହାର ଉତ୍ପାଦକ ଶକ୍ତିକୁ ବଢାଇ ପାରିବେ । ଜମିର ଆର୍ଦ୍ରତା ରକ୍ଷା ପାଇଁ ଘାସପତ୍ର ଆଦି ଜୈବିକ ପଦାର୍ଥମାନ ବ୍ୟବହାର କରି ତାହାକୁ ଘୋଡାଇ ରଖିବାର ପାରମ୍ପରିକ ପଦ୍ଧତିର ଉପଯୋଗ ଉପରେ ଗୁରୁତ୍ୱ ଦିଆଯାଉଛି । ଏହା ଫଳରେ ଜମିର ଆର୍ଦ୍ରତା ବର୍ଷତମାମ ରହିବ ଏବଂ ଜଳାଭାବ ସମୟରେ ମଧ୍ୟ ଏହି ପଦ୍ଧତିରେ ଜମିରୁ ଫସଲ ଉତ୍ପାଦନ କମିବ ନାହିଁ, କିମ୍ବା ମରୁଡି ଭୟ ରହିବ ନାହିଁ । ଏହାଫଳରେ ଜମିରୁ ନିରନ୍ତର ଭଲ ଫସଲ ଉତ୍ପାଦିତ ହୋଇପାରିବ । ଏହି ପଦ୍ଧତି ଅବଲମ୍ବନ କିରବାର ପ୍ରଥମ ବର୍ଷଠାରୁ ଚାଷୀଙ୍କୁ ଭଲ ଉତ୍ପାଦନ ମିଳିପାରିବ ।

ବସ୍ତରରେ ପ୍ରଥମ ଥର ପ୍ରାକୃତିକ କୃଷି କରିବେ ଚାଷୀ, ମିଳିବ 2000 ଟଙ୍କା

'ପ୍ରାକୃତିକ କୃଷିରେ ଓଡିଶାକୁ ସହଯୋଗ କରିବ କେନ୍ଦ୍ର'

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments