1. କୃଷି ଖବର

ବିଜ୍ଞାନ-ଗଣିତରେ ଗବେଷଣା ପାଇଁ ଖୋଲିଲା 200 ଭର୍ଚ୍ଚୁଆଲ ଲ୍ୟାବ

ବିଜ୍ଞାନ ଏବଂ ଗଣିତରେ ଗବେଷଣା ଏବଂ ପରୀକ୍ଷା ନୀରିକ୍ଷା କରିବା ପାଇଁ ଦେଶରେ ୨୦୦ଟି ଭର୍ଚ୍ଚୁଆଲ ଲ୍ୟାବ ଆରମ୍ଭ କରାଯାଇଛି । ୧୦ କୋଟି ଛାତ୍ରଛାତ୍ରୀ ଏବଂ ୧୦ ଲକ୍ଷ ଶିକ୍ଷକ ଏହାର ଲାଭ ନେଇପାରିବେ ।

Shuvanshu Kar
Shuvanshu Kar
200 virtual labs opened for research in science and mathematics

200 virtual labs opened for research in science and mathematics

ଜାତୀୟ ଶିକ୍ଷାନୀତି(National Education Policy)କୁ ପୁରିଛି 2 ବର୍ଷ । ଜାତୀୟ ଶିକ୍ଷାନୀତି ଭାରତ କେୈନ୍ଦ୍ରିକ ଶିକ୍ଷା ପ୍ରଣାଳୀର ପରିକଳ୍ପନା ଯାହା ସମସ୍ତଙ୍କୁ ଉନ୍ନତ ଉଚ୍ଚ ମାନର ଶିକ୍ଷା ପ୍ରଦାନ କରିବା ସହିତ ନିରନ୍ତର ପରିବର୍ତ୍ତନରେ ସହାୟକ ।

ଜାତୀୟ ଶିକ୍ଷାନୀତିର 2 ବର୍ଷ ପୂର୍ତ୍ତି ଅବସରରେ ଏକ କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ ଶାହ ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ବିଭିନ୍ନ ଉପକ୍ରମର ଶୁଭାରମ୍ଭ କରିଥିଲେ । ନ୍ୟାସନାଲ କରିକୁଲମ ଫ୍ରେମଓ୍ୱାର୍କ(ଏମସିଏଫ)ର ବିକାଶ କରିବା ପାଇଁ ଲୋକଙ୍କ ପରାମର୍ଶ ନେବା ପାଇଁ ୨୩ଟି ଭାଷାରେ ମୋବାଇଲ ଆପର ଉନ୍ମୋଚନ କରାଯାଇଛି । ଏହାସହିତ ବିଜ୍ଞାନ ଏବଂ ଗଣିତରେ ଗବେଷଣା(research in science and mathematics) ଏବଂ ପରୀକ୍ଷା ନୀରିକ୍ଷା କରିବା ପାଇଁ ଦେଶରେ ୨୦୦ଟି ଭର୍ଚ୍ଚୁଆଲ ଲ୍ୟାବ ଆରମ୍ଭ କରାଯାଇଛି । ୧୦ କୋଟି ଛାତ୍ରଛାତ୍ରୀ ଏବଂ ୧୦ ଲକ୍ଷ ଶିକ୍ଷକ ଏହାର ଲାଭ ନେଇପାରିବେ ।

ଦେଶର ସବୁ ଶିକ୍ଷାନୁଷ୍ଠାନକୁ ନ୍ୟାସନାଲ ଡିଜିଟାଲ ଏଜ୍ୟୁକେସନ ଆର୍କିଟେକ୍ଚର ଫ୍ରେମଓ୍ୱାର୍କ ସମ୍ମେଳିତ ବିଦ୍ୟା ସମୀକ୍ଷା କେନ୍ଦ୍ର ସହ ଯୋଡ଼ଯିବ । ଦେଶର ବିଭିନ୍ନ ସ୍ଥାନରେ ସଫଳ ଶିକ୍ଷା ଦାନର ପଦ୍ଧତିକୁ ସମସ୍ତଙ୍କ ପାଖରେ ପହଞ୍ଚାବା ଦିଗରେ ବିଦ୍ୟା ଅମ୍ରିତ ପୋର୍ଟାଲର ମଧ୍ୟ ଶୁଭାରମ୍ଭ ହୋଇଯାଇଛି । ପ୍ରି-ସ୍କୁଲ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ନିୟୋଜିତ ଶିକ୍ଷକଙ୍କୁ ନିଷ୍ଠା ୪.୦ରେ ପ୍ରଶିକ୍ଷଣ ଦିଆଯିବ । ସ୍କୁଲରୁ ହିଁ ସୃଜନ ଚିନ୍ତାଧରା, ନବସୃଜନ, ଉଦ୍ୟମିତା, ସମସ୍ୟାର ସମାଧାନ କରିବା, ଦକ୍ଷତା ବିକାଶକୁ ପ୍ରୋତ୍ସାହନ ଦେବା ଦିଗରେ ସ୍କୁଲ ଇନୋଭେସନ ପଲିସିର ଶୁଭାରମ୍ଭ ହୋଇଛି ।

ଭାରତକୁ ବିଶ୍ୱର ସ୍କିଲ୍ ରାଜଧାନୀରେ ପ୍ରତିଷ୍ଠା କରିବା ଦିଗରେ ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂଆ କୌଶଳ ପ୍ରଦାନ କରିବା ପାଇଁ ନ୍ୟୁ ଏଜ୍ ସ୍କିଲର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅନ୍ତର୍ଗତ ଶିକ୍ଷାନୁଷ୍ଠାନରେ ସ୍କିଲ୍ ହବ୍ ପ୍ରତିଷ୍ଠା କରାଯାଉଛି । ଉଚ୍ଚ ଶିକ୍ଷା ସହ ଧନ୍ଦାମୂଳକ ଏବଂ ଦକ୍ଷତା ଆଧାରିତ ଶିକ୍ଷାକୁ ଯୋଡ଼ିବା ଦିଗରେ ଏକ ଉପକ୍ରମ ଶୁଭାରମ୍ଭ କରାଯାଇଛି । ନୂଆଦିଲ୍ଲୀ ସ୍ଥିତ ଏଆଇସିଟିଇ ଠାରେ ଜୁଲାଇ ୨୯ରୁ ଜୁଲାଇ ୩୧ ତିନିଦିନିଆ ଭାରତୀୟ ଜ୍ଞାନ ପରମ୍ପରାର ଇ-ଶୁଭାରମ୍ଭ କରାଯାଇଛି ।

ସ୍କୁଲ ପାଠ୍ୟ ପୁସ୍ତକରେ ସାମିଲ ହେବ କୃଷି ବିଷୟ

 

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments