1. କୃଷି ଖବର

e-KYC Transactions: ଜୁଲାଇରେ ହୋଇଛି ୨୨.୮୪ କୋଟି e-KYC ଆଦାନପ୍ରଦାନ

ଜୁଲାଇ ମାସରେ ଆଧାର ମାଧ୍ୟମରେ କରା ଯାଇଥିବା ଇ –କେୱାଇସି ଆଦାନପ୍ରଦାନର ସଂଖ୍ୟା ୨୨.୮୪ କୋଟି ଥିଲା ।

Shuvanshu Kar
Shuvanshu Kar
22.84 crore e-KYC transactions carried out in month of July   2022

22.84 crore e-KYC transactions carried out in month of July 2022

ଆଧାର ପେମେଣ୍ଟ ବ୍ରିଜ୍ (apb) ଏଲ୍‌ପିଜି, ମନରେଗା ତଥା ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ କିମ୍ବା ଏନ୍‌ଏଏସ୍‌ପି ନିମନ୍ତେ ପ୍ରତ୍ୟେକ୍ଷ ଲାଭ ପ୍ରଦାନ ସହିତ କଲ୍ୟାଣମୂଳକ ଯୋଜନା ଗୁଡିକ ମାଧ୍ୟମରେ ଲାଭ ପହଞ୍ଚାଇବା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଜୁଲାଇ ମାସରେ ହୋଇଥିବା ସମସ୍ତ ଏପିବି ଆଦାନପ୍ରଦାନ ୧୨,୫୧୧ କୋଟି ଟଙ୍କା ରହିଛି ।

ଇ - କେୱାଇସି(e-KYC transactions) ହେଉ କିମ୍ବା ଅନ୍ତିମ ମାଇଲ୍ ବ୍ୟାଙ୍କିଂ ପାଇଁ ଆଧାର ସକ୍ଷମ ଦେୟ ବ୍ୟବସ୍ଥା (ଏଇପିଏସ୍‌) କିମ୍ବା ଆଧାର ସକ୍ଷମ ଡିବିଟି ହେଉ, ଆଧାର ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଡିଜିଟାଲ୍ ଇଣ୍ଡିଆର ଦୃଷ୍ଟିକୋଣକୁ ସମର୍ଥନ ଦେବା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ।

ଜୁଲାଇ ମାସରେ ଆଧାର ମାଧ୍ୟମରେ କରା ଯାଇଥିବା ଇ –କେୱାଇସି ଆଦାନପ୍ରଦାନର ସଂଖ୍ୟା ୨୨.୮୪ କୋଟି ଥିଲା । ଏବେ ସୁଦ୍ଧା ଇ –କେୱାଇସି ଆଦାନପ୍ରଦାନର ସଂଚୟୀ ସଂଖ୍ୟା ଜୁନ୍ ମାସର ୧୨୨୬.୩୯ କୋଟି ତୁଳନାରେ ବୃଦ୍ଧି ପାଇ ଜୁଲାଇ ମାସରେ ୧୨୪୯. ୨୩ କୋଟି ହୋଇ ଯାଇଛି ।

ଆଧାର ଧାରକଙ୍କର ସହମତିରେ ହିଁ ଇ –କେୱାଇସି ଆଦାନପ୍ରଦାନ ହୋଇଥାଏ, କେୱାଇସି ପଞ୍ଜୀକରଣ ବ୍ୟକ୍ତିଗତ କାଗଜପତ୍ର ବ୍ୟବସ୍ଥାକୁ ସମାପ୍ତ କରି ଦେଇଥାଏ, ଏଥିପାଇଁ ପ୍ରାୟତଃ ବ୍ୟକ୍ତିଗତ ଯାଂଚ ଆବଶ୍ୟକ ହୋଇଥାଏ ।

ଜୁଲାଇ ମାସରେ ଲୋକ ମାନେ ୧.୪୭ କୋଟି ଆଧାରକୁ ଅଧୁନାତନ କରାଇଛନ୍ତି ଏବଂ ଏବେ ସୁଦ୍ଧା (ଜୁଲାଇ ପର୍ଯ୍ୟନ୍ତ) ଲୋକ ମାନଙ୍କର ଅନୁରୋଧ କ୍ରମେ ୬୩.୫୫ କୋଟି ଆଧାର ନମ୍ବର ସଫଳତାର ସହିତ ଅଧୁନାତନ କରା ଯାଇଛି । ଆଧାରକୁ ଅଧୁନାତନ କରିବା ନିମନ୍ତେ ଅନୁରୋଧ ଗୁଡିକ ଜନସାଂଖିକୀୟ ତଥା ବାୟୋମେଟ୍ରିକ୍ ଅଧୁନାତନ ସହିତ ସମ୍ବନ୍ଧିତ ଅଟେ, ଯାହା ଆଧାର କେନ୍ଦ୍ର ଗୁଡିକରେ କିମ୍ବା ଅନ୍ ଲାଇନ୍ ପ୍ଲାଟଫର୍ମ (ମଂଚ)କୁ ବ୍ୟବହାର କରାଯାଇ ସମ୍ପାଦିତ ହୋଇଛି ।

ଜୁଲାଇ ମାସରେ ଆଧାର ମାଧ୍ୟମରେ ୧୫୨.୫ କୋଟି ପ୍ରମାଣୀକରଣ ଆଦାନପ୍ରଦାନ କରା ଯାଇଛି । ଏଗୁଡିକ ମଧ୍ୟରୁ ଅଧିକାଂଶ (୧୨୨.୫୭ କୋଟି) ମାସିକ ଆଦାନପ୍ରଦାନ ଫିଙ୍ଗର - ପ୍ରିଂଟ୍ ବାୟୋମେଟ୍ରିକ୍ ପ୍ରମାଣୀକରଣର ବ୍ୟବହାର କରା ଯାଇ ସମ୍ପାଦିତ ହୋଇଛି । ଏହା ପରେ ଜନସାଂଖିକୀୟ ପ୍ରମାଣୀକରଣ କରା ଯାଇଛି ।

ଜୁଲାଇ ୨୦୨୨ ଶେଷ ସୁଦ୍ଧା ସମୁଦାୟ ୭୮୫୫.୨୪ କୋଟି ଆଧାର ପ୍ରମାଣୀକରଣ କରା ଯାଇଛି, ଯେତେବେଳେ କି ଜୁନ୍ ଶେଷ ସୁଦ୍ଧା ଏଭଳି ୭୭୦୨.୭୪ କୋଟି ଆଧାରକୁ ପ୍ରମାଣୀକରଣ କରା ଯାଇଥିଲା ।

ଜୁଲାଇ ମାସରେ ୫୩ ଲକ୍ଷରୁ ଅଧିକ ଆଧାର ସୃଷ୍ଟି କରା ଯାଇଛି । ଏଗୁଡିକ ମଧ୍ୟରୁ ଅଧିକାଂଶ ୧୮ ବର୍ଷ (୦–୧୮ ବର୍ଷ ବୟସ୍କ)ରୁ କମ୍ ବୟସର ପିଲାଙ୍କ ନିମନ୍ତେ କରା ଯାଇଛି । ବୟସ୍କ ଲୋକ ମାନଙ୍କ କ୍ଷେତ୍ରରେ ଆଧାର ପୂର୍ଣ୍ଣତାର ସ୍ତର ଏବେ ସାର୍ବଭୌମିକ ସ୍ତରର ନିକଟତର ଅଟେ ଏବଂ ସମଗ୍ର ପୂର୍ଣ୍ଣତାର ସ୍ତର ୯୩.୪୧ ପ୍ରତିଶତ ଅଟେ । ଅତି କମ୍‌ରେ ୨୬ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକରେ ଏବେ ପୂର୍ଣ୍ଣତାର ପରିମାଣ ୯୦ ପ୍ରତିଶତରୁ ଅଧିକ ଅଟେ ।

PM Kisan:ଚାଷୀଙ୍କ ପାଇଁ ଖୁସିଖବର ; e-KYC ପୂରା କରିବା ପାଇଁ ନୂଆ ଗାଇଡଲାଇନ୍,ଜାଣନ୍ତୁ...

PM Kisan:ମେ ୩୧ ସୁଦ୍ଧା କରନ୍ତୁ ଏହି କାମ, ନଚେତ ଖାତାକୁ ଆସିବନି ଟଙ୍କା

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments