1. କୃଷି ଖବର

25 କ୍ବିଣ୍ଟାଲ PDS ଚାଉଳ ଜବତ, ଗାଡି ଡ୍ରାଇଭର ଅଟକ

ବେଙ୍ଗାଲୁରରେ ଜଣେ ବ୍ୟକ୍ତିକୁ 25 କ୍ବିଣ୍ଟାଲ ପିଡିଏସ ଚାଉଳ ସହିତ ଧରିଛନ୍ତି ଖାଦ୍ୟ ଓ ଯୋଗାଣ ବିଭାଗ ଅଧିକାରୀ ।

Shuvanshu Kar
Shuvanshu Kar
25 quintals of PDS rice seized in Bengaluru

25 quintals of PDS rice seized in Bengaluru

ପିଡିଏସ ଚାଉଳ(PDS rice) ହେରାଫେରି ମାମଲା ସାମ୍ନାକୁ ଆସିଛି । ବେଙ୍ଗାଲୁରୁର କେ.ଆର. ପୁରମ ସ୍ଥିତ ସରକାରୀ ହସ୍ପିଟାଲ ମୁଖ୍ୟ ରାସ୍ତାରେ ଜଣେ ବ୍ୟକ୍ତିକୁ 25 କ୍ବିଣ୍ଟାଲ ପିଡିଏସ ଚାଉଳ(PDS rice) ସହିତ ଧରିଛନ୍ତି ଖାଦ୍ୟ ଓ ଯୋଗାଣ ବିଭାଗ ଅଧିକାରୀ ।

ଅଧିକାରୀମାନେ ସନ୍ଦେହ କରି ଗାଡିଟିକୁ ଅଟକାଇ ଥିଲେ । ତେବେ ସେହି ଗାଡିରେ 25 କ୍ବିଣ୍ଟାଲ ପିଡିଏସ ଚାଉଳ(PDS rice) ରହିଥିବା ଜାଣିବାକୁପାଇଥିଲେ । ଘଟଣାରେ ଆକବର ନାମକ ଡ୍ରାଇଭରକୁ ଧରି ଗାଡି ସହିତ ପୋଲିସକୁ ଜିମା ଦିଆଯାଇଛି ।

ଡେପୁଟି ଡାଇରେକ୍ଟର ସୟଦ ଅମାନୁଲ୍ଲାଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଅଭିଯୋଗକୁ ଭିତ୍ତି କରି ପୋଲିସ ଏସେନସିଆଲ୍ କମୋଡିଟିସ୍ ଆକ୍ଟ, 1955 ଅନୁଯାୟୀ ଏକ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ କରୁଛି।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଆକବର ବିପିଏଲ୍ କାର୍ଡଧାରୀଙ୍କଠାରୁ ଚାଉଳ କିଣିବା ଏବଂ ଏହାକୁ ମିଲରେ ପଲିସ୍ କରିବା ପରେ ଖୋଲା ବଜାରରେ ବିକ୍ରୟ କରିବା ପାଇଁ ରାକେଟ ଚଳାଇଥିଲା । ତେବେ ଏଥିରେ ପିଡିଏସ ଦୋକାନ ମାଲିକଙ୍କ ସମ୍ପୃକ୍ତି ଅଛି କି ନାହିଁ ପୋଲିସ ବର୍ତ୍ତମାନ ଯାଞ୍ଚ କରୁଛି।

22 ସେପ୍ଟେମ୍ବରରେ ତେଲେଙ୍ଗାନା ଟାସ୍କ ଫୋର୍ସ ପୋଲିସ ଜାଫରଗଡ ଥାନା ଅନ୍ତର୍ଗତ ଗାର୍ନେପଲ୍ଲୀ ନିକଟରେ 131 କ୍ୱିଣ୍ଟାଲ ପିଡିଏସ ଚାଉଳ ଜବତ କରିଥିଲା । ତେବେ ଜବତ ପିଡିଏସ ଚାଉଳର ମୂଲ୍ୟ 4,19,200 ଟଙ୍କା ବୋଲି ପୋଲିସ ସୂତ୍ରରୁ ମିଳିଥିଲା ସୂଚନା । ସେହିପରି ହାଇଦ୍ରାବାଦର ମଙ୍ଗଳହାଟରେ ମଧ୍ୟ 100 ବ୍ୟାଗ ପିଡିଏସ ଚାଉଳ ଜବତ କରିଥିଲା ପୋଲିସ ।

ସରକାରଙ୍କ ବଡ ବୟାନ, ନିୟନ୍ତ୍ରଣରେ ରହିବ ଚାଉଳର ଖୁଚୁରା ମୂଲ୍ୟ

PDS ଚାଉଳ ବଣ୍ଟନରେ ଅନିୟମିତତା: ଜିଲ୍ଲାପାଳଙ୍କ ଉପରେ ବର୍ଷିଲେ କେନ୍ଦ୍ର ଅର୍ଥମନ୍ତ୍ରୀ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments