1. କୃଷି ଖବର

କୃଷି ଜାଗରଣର ପ୍ରତିଷ୍ଠା ଦିବସ ପାଳନ

ଆଶା ଚଳିତ ବର୍ଷ ମଧ୍ୟ ଅନେକ ସଫଳତା ସାଉଁଟିବ କୃଷି ଜାଗରଣ l

Tanushree Mahapatra
Tanushree Mahapatra
28th foundation day celebration

28th foundation day celebration

୨୯ ବର୍ଷରେ ପାଦ ଥାପିଲା କୃଷି ଜାଗରଣ l କୃଷି ଜାଗରଣ ଯାହା ଚାଷୀଙ୍କ ପାଇଁ ନିରନ୍ତର ସେବା ଯୋଗାଇ ଆସୁଛି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ l ଦେଶର ପ୍ରତିଟି ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀଙ୍କ ସହିତ ଯୋଡି ହୋଇ ରହିଛି l ନିଜ ସଂସ୍ଥା ମାଧ୍ୟମରେ ଚାଷୀଙ୍କ ନିକଟରେ ସମସ୍ତ କୃଷି ଜଣ ଅଜଣା କଥା ଚାଷୀଙ୍କ ନିକଟକୁ ପହଞ୍ଚାଇଛି କୃଷି ଜାଗରଣ l ରାଜସ୍ଥାନ , ହରିୟାଣା , ମଧ୍ୟ ପ୍ରଦେଶ , ମହାରାଷ୍ଟ୍ର , ପଶ୍ଚିମ ବଙ୍ଗ ଠାରୁ ଆରମ୍ଭ କରି ଓଡିଶା ପର୍ଯ୍ୟନ୍ତ କୃଷି କାର୍ଯ୍ୟକ୍ରମ ଆୟୋଜିତ କରିଛି ଆମ କୃଷି ଗଣମାଧ୍ୟମ ସଂସ୍ଥା l

ତେବେ ସଂସ୍ଥାର ମୁଖ୍ୟ ସମ୍ପାଦକ ଏମସି ଡୋମିନିକ ୫ ସେପ୍ଟେମ୍ବର, ୧୯୯୬ରେ ଭାରତର ଅଗ୍ରଣୀ କୃଷି ପତ୍ରିକା "କୃଷି ଜାଗରଣ" ର ମୂଳଦୁଆ ପକାଇଲେ । କୃଷି ଜାଗରଣ ପତ୍ରିକା ଦେଶ ତଥା ଦେଶ ବାହାରେ ନିଜର ପରିଚୟ କରିଛି । ଏହା ଭାରତର ୧୨ ଟି ଭାଷାରେ ପ୍ରକାଶିତ ହେଉଥିବାବେଳେ ଏହାର ଡିଜିଟାଲ ଚ୍ୟାନେଲ ମଧ୍ୟ ରହିଛି l ଯାହା ଗତ ୨୭ ବର୍ଷ ଧରି କୃଷି ଏବଂ କୃଷକ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରୁଛି l

ନିକଟରେ ଗତବର୍ଷ " ମିଲେନିୟର୍ ଫାର୍ମର ଅଫ ଇଣ୍ଡିଆ ଆୱାର୍ଡ " ର ଆୟୋଜନ କରିଥିଲା କୃଷି ଜାଗରଣ l ଯେଉଁଥିରେ ଚାଷୀଙ୍କୁ ବିଭିନ୍ନ କ୍ଷେତ୍ରରେ ସମ୍ମାନିତ କରାଯାଇଥିଲା l ଜିଲ୍ଲାରୁ ରାଜ୍ୟ ଶ୍ରେଣୀରେ ଏବଂ ଜାତୀୟ ସ୍ତରରେ ସମ୍ମାନିତ ହୋଇଥିଲେ ଚାଷୀ l ଆଇସିଏଆର ପଡିଆରେ ଏହା ଆୟୋଜନ କରାଯାଇଥିଲା l ଏହା ଅଧୀନରେ ଅନ୍ୟ ଦୁଇଟି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଯାହା ନାମ ହେଉଛି " ସମ୍ରିଦ୍ଧ କିସାନ ଉତ୍ସବ " ଏବଂ " MFOI VVIF କିସାନ ଭାରତ ଯାତ୍ରା " l ଏହା ମାଧ୍ୟମରେ ଚାଷୀଙ୍କୁ ମିଲେନିୟର୍ ଫାର୍ମର ଅଫ ଇଣ୍ଡିଆ ଆୱାର୍ଡ ବିଷୟରେ ଅବଗତ କରାଯାଉଛି l ଚାଷୀଙ୍କ ସହିତ ବିଭିନ୍ନ କୃଷି କାର୍ଯ୍ୟ ବିଷୟରେ ଆଲୋଚନା ମଧ୍ୟ କରାଯାଉଛି l ସମ୍ରିଦ୍ଧ କିସାନ ଉତ୍ସବ ଗୁଡିକ ଏକ ଦିନିଆ କୃଷି ମେଳା l ଯାହା ବିଭିନ୍ନ ରାଜ୍ୟର ଜିଲ୍ଲା ଗୁଡିକରେ ଥିବା କୃଷି ବିଜ୍ଞାନ କେନ୍ଦ୍ର ଗୁଡ଼ିକରେ ଆୟୋଜନ କରାଯାଉଛି l

ତେବେ ଗତକାଲି କୃଷି ଜାଗରଣ ନିଜର ୨୯ତମ ପ୍ରତିଷ୍ଠା ଦିବସ ପାଳନ କରିଛି l ନିଜର ସମସ୍ତ ପ୍ରତିନିଧିଙ୍କ ସହିତ ମିଶି ଏହି ଦିନଟିକୁ ଖୁବ ଧୁମ ଧାମରେ ପାଳନ କରିଛି l ନୂଆ ଆଶା ଏବଂ ନୂଆ ଉନ୍ମାଦ ନେଇ ଏହାକୁ ପାଳନ କରିଛନ୍ତି l ଆଶା ଚଳିତ ବର୍ଷ ମଧ୍ୟ ଅନେକ ସଫଳତା ସାଉଁଟିବ କୃଷି ଜାଗରଣ l

ଅଧିକ ପଢ଼ନ୍ତୁ

Marigold Farming: ଏହି ଭେରାଇଟି ଫୁଲ ଦେବ ଅଧିକ ଲାଭ !

Garlic Price: ରସୁଣ ସପ୍ତାହକରେ ୨ଶହ ବଢ଼ିଲାଣି!

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ