1. କୃଷି ଖବର

ବୃହତ୍ତମ କୃଷି ସମ୍ମିଳନୀ "ଉତ୍କଳ କୃଷି ମେଳା ୨୦୨୩": ଏକାଠି ହେବେ ଏକାଧିକ ଚାଷୀ

ଆରମ୍ଭ ହେବ ଓଡିଶାର ବୃହତ୍ତମ କୃଷି ସମ୍ମିଳନୀ ଯାହାର ନାଁ, "ଦ୍ବିତୀୟ ଉତ୍କଳ କୃଷି ମେଳା ୨୦୨୩" । ଫେବୃଆରୀ ୨୧ , ୨୨ ଦୁଇ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ ।

Tanushree Mahapatra
Tanushree Mahapatra
2nd Utkal Krishi mela 2023 explore the unexplored affluent agri odisha

2nd Utkal Krishi mela 2023 explore the unexplored affluent agri odisha

ଗତକାଲିଠୁ ଆରମ୍ଭ ହେବ ଓଡିଶାର ବୃହତ୍ତମ କୃଷି ସମ୍ମିଳନୀ ଯାହାର ନାଁ, " ଉତ୍କଳ କୃଷି ମେଳା ୨୦୨୩" । ଫେବୃଆରୀ ୨୧ , ୨୨ ଦୁଇ ଦିନ ଧରି ଏହି ମେଳା ଅନୁଷ୍ଠିତ ହେବାକୁ ଯାଉଛି । ଏହି ମେଳା ତଥା ଏଠାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ କୃଷି ଏବଂ କୃଷିଭିତ୍ତିକ ଉନ୍ନତି କ୍ଷେତ୍ରରେ ବିଶେଷ ଆଲୋଚନା କରାଯିବ । ଯେଉଁଠି ଏକାଠି ହେବେ ହଜାର ହଜାର ଚାଷୀ ଭାଇ ଭଉଣୀ ମାନେ । ଗତକାଲି ଅନୁଷ୍ଠିତ ହେବାକୁ ଯାଉଥିବା ଏହି କୃଷି ମେଲାର ମୂଳ ଉଦ୍ଦେଶ୍ୟ ହେଉଛି କୃଷି-ଉଦ୍ୟୋଗୀ, ଉତ୍ପାଦକ, ଡିଲର, ବିତରକ, ବୈଜ୍ଞାନିକ ଏବଂ ଅନେକ ସରକାରୀ ସଂସ୍ଥାକୁ କୃଷକମାନଙ୍କ ପାଇଁ ଏକ ସଭା ସ୍ଥାନ ଯୋଗାଇବା | ଯାହା ଦ୍ୱାରା ସେଠାରେ ତଥା ସମ୍ପୂର୍ଣ୍ଣ ଜିଲ୍ଲା ରେ ଥିବା ଚାଷୀ ମାନେ ଉପକୃତ ହେବାକୁ ଯାଉଛନ୍ତି l ଗତବର୍ଷ ଏହି ମେଳା ଅନେକ ସଫଳତା ହାସଲ କରିଥିଲା ଆଶା ଏ ବର୍ଷ ମଧ୍ୟ ଏହା ସଫଳ ହେବ l

ଏହି ମେଗା ଇଭେଣ୍ଟ କୃଷକମାନଙ୍କୁ ସମ୍ପ୍ରତି ଏଗ୍ରି-ଇନପୁଟ୍ ଉତ୍ପାଦ, ଟେକ୍ନୋଲୋଜି, ସ୍ଥାୟୀ ଚାଷ ପ୍ରଣାଳୀ, ସରକାରୀ କାର୍ଯ୍ୟକ୍ରମ, ମାର୍କେଟିଂ ଏବଂ ଅମଳ ପରବର୍ତ୍ତୀ ପରିଚାଳନା ବିଷୟରେ ମଧ୍ୟ ଭଲ ସୂଚନା ଦେବାକୁ ଯାଉଛି | CUTM ଏବଂ କୃଷି ଜାଗରଣ ଏହି ମେଗା ଇଭେଣ୍ଟର ଏକ ବଡ଼ ସଫଳତା କାମନା କରୁଛନ୍ତି |

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ ୟୁନିଭରସିଟିରେ ଏହି "ଦ୍ବିତୀୟ ଉତ୍କଳ କୃଷି ମେଳା ୨୦୨୩" କାର୍ଯ୍ୟକ୍ରମ ଆୟୋଜିତ ହେବ । "ଦ୍ବିତୀୟ ଉତ୍କଳ କୃଷି ମେଳା ୨୦୨୩" ଏକ ବୃହତ୍ତ କୃଷକ ସମ୍ମିଳନୀ । ଏଥିରେ କୃଷକ, କୃଷି ଉତ୍ପାଦନ, କୃଷି ଉଦ୍ୟୋଗୀ, ଆବଣ୍ଟକ, ଡିଲର୍ସ, ଫାର୍ମ ମାଲିକ, କୃଷି ସାମଗ୍ରୀ ବିତରକ, ଯୋଗାଣକାରୀ, ଖୁଚୁରା ବେପାରୀ, ଗବେଷକ, କୃଷି ବିଜ୍ଞାନୀ, ଶିଳ୍ପପତି, ବ୍ୟବସାୟୀ, ନିବେଷକ, ଛାତ୍ର ଓ ମେଧାବୀ, ଗଣମାଧ୍ୟମ ସଂସ୍ଥା, ସରକାରୀ କର୍ମଚାରୀ ଏବଂ ଏଥିରେ ଜଡିତ ଥିବା ସମସ୍ତ କର୍ମୀଙ୍କୁ ସେମାନଙ୍କ ସୁବିଧା ପାଇଁ ସ୍ଥାନ ମିଳିବ । ଏହି ମେଳା ସେଞ୍ଚୁରିଆନ ୟୁନିଭରସିଟି ଏବଂ କୃଷି ଜାଗରଣର ମିଳିତ ଅନୁକୁଲ୍ୟରେ ଆୟୋଜନ ହେଉଛି ।

ଏହି କୃଷି ମେଳା ସମସ୍ତ ପ୍ରକାର କୃଷିଗତ ସମସ୍ୟାର ନିରାକରଣ ପାଇଁ ସୁଯୋଗ ସୃଷ୍ଟି କରିବ । ଆଧୁନିକ ଜ୍ଞାନ କୌଶଳରେ କିପରି କୃଷିର ଅଭିବୃଦ୍ଧି ହୋଇପାରିବ ଏ ନେଇ ବିଶେଷ ଆଲୋଚନା କରାଯିବ । ସେହିପରି କୃଷକମାନେ ମଧ୍ୟ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଉପସ୍ଥାପନ କରିବା ସହ କୃଷି ବିଶେଷଜ୍ଞଙ୍କ ଠାରୁ ସମାଧାନ ପାଇଁ ପରାମର୍ଶ ନେଇପାରିବେ କୃଷି ଭାଇ ଓ ଭଉଣୀ । ଉନ୍ନତ କୃଷି ଯନ୍ତ୍ରପାତି,ବିହନ ,ସାର, ନୂଆ ଜ୍ଞାନ କୌଶଳ ଯେମିତି ରାଜ୍ୟର ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ସହଜରେ ଉପଲବ୍ଧ ହେବ ଏହାକୁ ଆଲୋକପାତ କରାଯିବ ।

ଏହି କାର୍ଯ୍ୟକ୍ରମରେ ଚାଷୀଭାଇ ଓ ଭଉଣୀମାନଙ୍କୁ କୃଷି କାର୍ଯ୍ୟରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତିର ଆବଶ୍ୟକତା,ବ୍ୟବହାର,ରକ୍ଷଣାବେକ୍ଷଣା ଓ ସରକାରୀ ରିହାତି ସମ୍ବଦ୍ଧରେ ତାଲିମ/ପାଠଶାଳା ମାଧ୍ୟମରେ ସଚେତନ ମଧ୍ୟ କରାଯିବ ।

ପ୍ରକାଶ ଥାଉ ଯେ, ଗତକାଲି ଠାରୁ ଗଜପତି ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଯାଉଛି ବୃହତ୍ତମ କୃଷି ମେଳା ୨୦୨୩ । ଯାହାର ନାଁ, "ଦ୍ବିତୀୟ ଉତ୍କଳ କୃଷି ମେଳା ୨୦୨୩" । ଯାହାକି ଆପଣମାନଙ୍କ ସହିତ କୃଷକ ତଥା ଚାଷୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିବାକୁ ଯାଉଛି । ଗତ ବର୍ଷ ଓଡ଼ିଶାରେ ଉତ୍କଳ କୃଷି ମେଳାର ସଫଳତା ପରେ କୃଷି ଜାଗରଣ ଉତ୍କଳ କୃଷି ମେଳାର ଦ୍ୱିତୀୟ ସଂସ୍କରଣ ସହିତ ପୁଣି ଠାରେ ଓଡିଶା ଭଳି କୃଷି ପ୍ରାଧାନ୍ୟ ରାଜ୍ୟ କୁ ଫେରିଛି - ଏହା ବୃହତ, ଉନ୍ନତ ତଥା ଅଧିକ ଲାଭଦାୟକ ହେବ ବୋଲି ପ୍ରତିଶୃତିବଧ ରହିଛନ୍ତି ସମସ୍ତେ l ଗତକାଲି ଓଡ଼ିଶାର ପାରଳାଖେମୁଣ୍ଡି, ଗଜପତି ଠାରେ ଅନୁଷ୍ଠିତ ହେବ ଏହି କୃଷି ମେଳା । ତେବେ ଡେରି ନ କରି ଶୀଘ୍ର, ବୁକିଂ କରନ୍ତୁ ଷ୍ଟଲ ! ସେ ବି ପୁଣି ଖୁବ କାମ ଦାମ ରେ l

ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟରେ ଦୁଇଦିନିଆ ଉତ୍କଳ କୃଷି ମେଳା ୨୦୨୨

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments