1. କୃଷି ଖବର

PM Awas Yojana:୩ କୋଟିରୁ ଅଧିକ ପକ୍କା ଘର ନିର୍ମାଣ ଶେଷ, ମିଳିବ ବହୁ ସୁବିଧା...

ମୋଦି ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି । କେନ୍ଦ୍ର ସରକାର ପିଏମ ଆବାସ ଯୋଜନା ମାଧ୍ୟମରେ ୩ କୋଟିରୁ ଅଧିକ ପକ୍କା ଘର ନିର୍ମାଣ ହୋଇଛି । ଯାହାର ସୂଚନା ନିଜେ ପ୍ରଧାନମନ୍ତ୍ରୀ ମୋଦି ଦେଇଛନ୍ତି ।

Sudesna Nayak
Sudesna Nayak
3 crore houses constructed under awas yojana pm modi calls symbol of women empowerment

3 crore houses constructed under awas yojana pm modi calls symbol of women empowerment

ମୋଦି ସରକାର (PM Narendra Modi)ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY)ରେ ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି । କେନ୍ଦ୍ର ସରକାର (Central government) ପିଏମ ଆବାସ ଯୋଜନା (PM Awas Yojana)ମାଧ୍ୟମରେ ୩ କୋଟିରୁ ଅଧିକ ପକ୍କା ଘର ନିର୍ମାଣ ହୋଇଛି । ଯାହାର ସୂଚନା ନିଜେ ପ୍ରଧାନମନ୍ତ୍ରୀ ମୋଦି (PM Narendra Modi) ଦେଇଛନ୍ତି ।

ସୂଚନା ଅନୁଯାୟୀ, ଶୁକ୍ରବାର (Friday)ଏକ ଟୁଇଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି (PM Narendra Modi) ଏହି ସୂଚନା ଦେଇଛନ୍ତି । ତେବେ ଏହାକୁ ମହିଳା ସଶକ୍ତିକରଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ (PM Narendra Modi)

ପ୍ରଧାନମନ୍ତ୍ରୀ (PM Narendra Modi) କହିଛନ୍ତି ଯେ, ଦେଶର ପ୍ରତ୍ୟେକ ଗରିବଙ୍କୁ ପକ୍କାଘର ଯୋଗାଇ ଦେବା ନିମନ୍ତେ କରିଥିବା ସଙ୍କଳ୍ପରେ ଆମେ ଗୁରୁତ୍ୱପୂର୍ଣ୍ଣ ପାହାଚ ଅତିକ୍ରମ କରିଛୁ । କେବଳ ଜନସାଧାରଣଙ୍କ ଭାଗୀଦାରୀରେ ୩ କୋଟିରୁ ଅଧିକ ଘର ନିର୍ମାଣ କରିବା ସମ୍ଭବ ହୋଇପାରିଛି ।

ଗ୍ରାମୀଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PM Awas Yojana)ରେ ୨.୫୨ କୋଟି ପକ୍କାଘର ନିର୍ମାଣ ସମ୍ପନ୍ନ ହୋଇଛି। ଏଥିପାଇଁ ୧.୯୫ ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା।

ନଗରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PM Awas Yojana)ରେ ଏ ପର୍ଯ୍ୟନ୍ତ ପ୍ରାୟ ୫୮ ଲକ୍ଷ ପକ୍କାଘର ନିର୍ମାଣ ଶେଷ ହୋଇଛି । ଏ ଉଦ୍ଦେଶ୍ୟରେ ୧.୧୮ ଲକ୍ଷ କୋଟି ଟଙ୍କା ମଞ୍ଜୁର ହୋଇଥିଲା ।

ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ରନ୍ଧନ ଗ୍ୟାସ୍‌ ସଂଯୋଗ କରାଯିବା ସହ ଘରେ ଘରେ ଜଳ ଓ ବିଜୁଳି ସଂଯୋଗ ଭଳି ମୌଳିକ ସୁବିଧା ରହିଛି ।

ପ୍ରକାଶ ଥାଉ କି, ଅର୍ଥାଭାବରୁ ଘର ନିର୍ମାଣ କରିପାରୁନ ଥିବା ଦେଶର ଗରିବ ଜନସାଧାରଣଙ୍କୁ ପକ୍କାଘର ଯୋଗାଇ ଦେବା ନିମନ୍ତେ ୨୦୧୫ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PM Awas Yojana)ଆରମ୍ଭ କରାଯାଇଥିଲା ।

PM Awas Yojana 2022: ପିଏମ ଯୋଜନାରେ ମିଳିବ ଏସବୁ ସୁବିଧା; ଉଠାନ୍ତୁ ଲାଭ

ଆସିଲା ଖୁସି ଖବର: ପୁଣି ଥରେ ସରକାରୀ କର୍ମଚାରୀଙ୍କ ବଢ଼ିଲା DA,ଜାଣନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments