1. କୃଷି ଖବର

ଆଖୁଚାଷୀଙ୍କ ପାଇଁ ୩୫୦୦ କୋଟିର ସବସିଡ଼ି ଘୋଷଣା କଲେ କେନ୍ଦ୍ର ସରକାର

ଦେଶରେ ଚାଷୀ ଆନ୍ଦୋଳନ ଚାଲିଥିବାବେଳେ କେନ୍ଦ୍ର ସରକାର ଆଖୁଚାଷୀମାନଙ୍କ ପାଇଁ ଆଜି ଏକ ବଡ଼ ପ୍ୟାକେଜ୍ ଘୋଷଣା କରିଛନ୍ତି । ଆଜି କେନ୍ଦ୍ର କ୍ୟାବିନେଟ ଆଖୁଚାଷୀଙ୍କ ପାଇଁ ପ୍ରାୟ ୩୫୦୦ କୋଟି ଟଙ୍କାର ସବସିଡି ମଂଜୁର କରିଛନ୍ତି । ଏହି ସବସୀଡି ରାଶି ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ପ୍ରାୟ ୫ କୋଟି ଆଖୁଚାଷୀ ଓ ଚିନି ମିଲଗୁଡିକରେ କାମ କରୁଥିବା ପ୍ରାୟ ୫ ଲକ୍ଷ କର୍ମଚାରୀ ଉପକୃତ ହେବେ ।

KJ Staff
KJ Staff
Sugarcane Farmer

Sugarcane Farmer

ନୂଆଦିଲ୍ଲୀ : ଦେଶରେ ଚାଷୀ ଆନ୍ଦୋଳନ ଚାଲିଥିବାବେଳେ କେନ୍ଦ୍ର ସରକାର ଆଖୁଚାଷୀମାନଙ୍କ ପାଇଁ ଆଜି ଏକ ବଡ଼ ପ୍ୟାକେଜ୍ ଘୋଷଣା କରିଛନ୍ତି । ଆଜି କେନ୍ଦ୍ର କ୍ୟାବିନେଟ ଆଖୁଚାଷୀଙ୍କ ପାଇଁ ପ୍ରାୟ ୩୫୦୦ କୋଟି ଟଙ୍କାର ସବସିଡି ମଂଜୁର କରିଛନ୍ତି । ଏହି ସବସୀଡି ରାଶି ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ପ୍ରାୟ ୫ କୋଟି ଆଖୁଚାଷୀ ଓ ଚିନି ମିଲଗୁଡିକରେ କାମ କରୁଥିବା ପ୍ରାୟ ୫ ଲକ୍ଷ କର୍ମଚାରୀ ଉପକୃତ ହେବେ ।

ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡ଼େକର କହିଛନ୍ତି ଯେ ସବସୀଡି ଅର୍ଥ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ । ଏହାଫଳରେ ଚାଷୀମାନେ ନିଜର ବକେୟା ପରିଶୋଧ କରିପାରିବେ । ଚଳିତ ଚିନି ମାର୍କେଟିଂ ବର୍ଷରେ ଭାରତ ପ୍ରାୟ ୬୦ ଲକ୍ଷ ଟନ ଚିନି ବିଦେଶକୁ ରପ୍ତାନି କରିବ ।

ସେ କହିଛନ୍ତି ଭାରତରେ ଚାହିଦା ପ୍ରଚୁର ପରିମାଣରେ ଚିନି ଉତ୍ପାଦନ ହେଉଥିବାରୁ ଆଖୁଚାଷୀମାନେ କ୍ଷତି ସହୁଛନ୍ତି । ରପ୍ତାନି ଦ୍ବାରା ଚାଷୀମାନେ ନିଜର କ୍ଷତି ଭରଣା କରିପାରିବେ ।

ଭାରତ ବିଶ୍ବର ୧ ନଂ ଚିନି ଉତ୍ପାଦନ କାରୀ ରାଷ୍ଟ୍ର । ୨୦୧୯-୨୦ ବର୍ଷରେ ଭାରତରେ ୩୧୦ ନିୟୁତ ଟନ ଚିନି ଉତ୍ପାଦନ ହୋଇଥିବାବେଳେ ଦେଶର ଚିନି ଚାହିଦା ମାତ୍ର ୨୬୦ ଲକ୍ଷ ଟନ ଥିଲା ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments