1. କୃଷି ଖବର

ତୃତୀୟ ପର୍ଯ୍ୟାୟ ରେ ମତଦାନ ....

ତୃତୀୟ ପର୍ଯ୍ୟାୟ ରେ ମତଦାନ ....

KJ Staff
KJ Staff

୨୦୧୪ ତୁଳନାରେ ୧.୦୯ % କମ
କେଂଧୁଝ ସର୍ବାଧିକ,ଭୁବନେଶ୍ୱର ସର୍ବନିମ୍ନ
ମହିଳାଙ୍କ ମତଦାନ ଉତ୍ସାହଜନକ

ରାଜ୍ୟର ଭୁବନେଶ୍ୱର ,କଟକ ପୁରୀ ,ଢେଙ୍କାନାଳ ,ସମ୍ବଲପୁର ଓ କେନ୍ଦୁଝର ଭଳି ୬ ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୨ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ତୃତୀୟ ପର୍ଯ୍ୟାୟ ରେ ମତଦାନ ମଙ୍ଗଳବାର ଶେଷ ହୋଇଛି |୨୦୧୪ ନିର୍ବାଚନ ତୁଳନାରେ ଏଥର ମତଦାନ ହାର ସମୁଦାୟ ୭୧.୬୧ %ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି |୨୦୧୪ ନିର୍ବାଚନ ରେ ଏହିସବୁ ଆସନରେ ହାରାହାରିମତଦାନ ହାର ୭୨.୭ %ରହିଥିଲା |

ତୃତୀୟ ପର୍ଯ୍ୟାୟ ନିର୍ବାଚନ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ,ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ସହ ବହୁ ବରିଷ୍ଠ ନେତା ମଧ୍ୟ ମତଦାନ କରିଥିଲେ |ତେବେ ଏହି ପର୍ଯ୍ୟାୟ ରେ ପୁରୁଷ ଅପେକ୍ଷା ମହିଳାଙ୍କ ମତଦାନ ହାର ବେଶ ଉଲ୍ଲେଖନୀୟ ରହିଛି |

ଏବେ ଏହି ସଂଗ୍ରାମ ମଝିରେ ଏବେ ଅନ୍ୟ ଏକ ସମସ୍ୟା ଉପୁଜିଛି |ବିଜେଡି ପାର୍ଥି ବେଦପ୍ରକାଶ ଅଗ୍ରୱାଲ ଙ୍କ ପରଲୋକ ପରେ ପାଟକୁରାରେ କେବେ ନିର୍ବାଚନ ହେବେ ସେଥିନେଇ ଦେଖାଯାଇଥିଲା ଅନିଶ୍ଚିତତା ଏବେ ଶେଷ ହୋଇଛି |ଆସନ୍ତା ମେ ୧୯ ରେ ପାଟକୁରା ବିଧାନସଭା ଆସନ ଲାଗି ମତଦାନ ଗ୍ରହଣ ହେବ |ତେବେ ଏନେଇ ଏବେ ବେଦପ୍ରକାଶ ଙ୍କ ପୁଅ ସଞ୍ଜୟ ବେଶ ଚର୍ଚ୍ଚା ରେ ଅଛନ୍ତି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ