1. କୃଷି ଖବର

ଆରମ୍ଭ ହେଲା ତୃତୀୟ ଉତ୍କଳ କୃଷି ମେଳା

ଆରମ୍ଭ ହେଲା ଓଡିଶାର ବୃହତ୍ତମ କୃଷି ସମ୍ମିଳନୀ ଯାହାର ନାଁ, "ତୃତୀୟ ଉତ୍କଳ କୃଷି ମେଳା " । ଯେଉଁଠି ଏକାଠି ହେଉଛନ୍ତି ହଜାର ହଜାର ଚାଷୀ ଭାଇ ଭଉଣୀ ମାନେ ।

Sudesna Nayak
Sudesna Nayak
3rd utkal krishi mela Starts Today

3rd utkal krishi mela Starts Today

ଆରମ୍ଭ ହେଲା ଓଡିଶାର ବୃହତ୍ତମ କୃଷି ସମ୍ମିଳନୀ ଯାହାର ନାଁ, "ତୃତୀୟ ଉତ୍କଳ କୃଷି ମେଳା " (utkal krishi mela) । ଏହି ମେଳା ତଥା ଏଠାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ କୃଷି ଏବଂ କୃଷିଭିତ୍ତିକ ଉନ୍ନତି କ୍ଷେତ୍ରରେ ବିଶେଷ ଆଲୋଚନା କରାଯାଇଛି । ଯେଉଁଠି ଏକାଠି ହେଉଛନ୍ତି ହଜାର ହଜାର ଚାଷୀ ଭାଇ ଭଉଣୀ ମାନେ ।

ଆପଣମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । କୃଷି ଓ କୃଷକଙ୍କ ପାଇଁ ମହାସମ୍ମିଳନୀ ପର୍ବ । ଆରମ୍ଭ ହେଲା ତୃତୀୟ ଉତ୍କଳ କୃଷି ମେଳା । ଏହି ମେଳା ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠସ୍ଥ ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟରେ ଆଜି ଏପ୍ରିଲ 7 ରୁ ଏପ୍ରିଲ 8 ମୋଟ ଦୁଇ ଦିନ ଧରି ଆୟୋଜିତ ହେଲା ।

ଏହି ମେଳାରେ ମିଲେଟ କୁଇନ ଅଫ ଓଡ଼ିଶା Dr. Raimati Ghiuria,rice ମ୍ୟାନ ଅଫ ଓଡ଼ିଶା mr. sudam saho ଯୋଗ ଦେବେ । ଏଥିସହିତ ଏହି ମେଳାରେ ମାଗଣାରେ ସ୍ୱାସ୍ଥ୍ୟ ସେବା ମଧ୍ଯ ମିଳିବ ।

ଚାଷୀ , କୃଷି ବିଷେଶଜ୍ଞ ଓ କୃଷି ଶିଳ୍ପଦ୍ୟୋଗୀଙ୍କୁ ମଞ୍ଚରେ ଏକାଠି କରିବାର ସୁଯୋଗ ଆଣିଛି । ଚାଷୀଙ୍କ ବିକାଶ ହିଁ ଆମର ଉନ୍ନତି । ଯାହାର ମିଡ଼ିଆ ପାଟର୍ନର ଅଛି କୃଷି ଜାଗରଣ।

ଏହି ମେଳାରେ ଉତ୍ପାଦନକାରୀ ସଂସ୍ଥା, ବିତରଣକାରୀ ସଂସ୍ଥା ବିଭିନ୍ନ ବିଭାଗୀୟ ଅଧିକାରୀ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି କୃଷି (agriculture)କାର୍ଯ୍ୟ ନିମନ୍ତେ ଆବଶ୍ୟକ ହେଉଥିବା ସମସ୍ତ ପ୍ରକାରର କୃଷି ସମ୍ବନ୍ଧୀୟ ଜ୍ଞାନ କୌଶଳ ଉପରେ ଆଲୋଚନା କରିଛନ୍ତି ।

ପ୍ରକାଶ ଥାଉ ଯେ, ଏଥିରେ କୃଷକ (farmers), କୃଷି ଉତ୍ପାଦନ, କୃଷି ଉଦ୍ୟୋଗୀ, ଡିଲର୍ସ, କୃଷି ସାମଗ୍ରୀ ବିତରକ, ଯୋଗାଣକାରୀ, ଖୁଚୁରା ବେପାରୀ, ଗବେଷକ, କୃଷି ବିଜ୍ଞାନୀ, ଶିଳ୍ପପତି, ବ୍ୟବସାୟୀ, ନିବେଷକ, ଏବଂ ଏଥିରେ ଜଡିତ ଥିବା ସମସ୍ତ କର୍ମୀଙ୍କୁ ସେମାନଙ୍କ ସୁବିଧା ପାଇଁ ସ୍ଥାନ ମିଳିବ ।

ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ ୨୦୨୫ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ