ଗତ ମାର୍ଚ୍ଚ ମାସ ୭ ତାରିଖରେ କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ । ୪ ପ୍ରତିଶତ ବୃଦ୍ଧି ହୋଇଥିଲା ମହଙ୍ଗା ଭତ୍ତା l ଫଳରେ ଡିଏ ୫୦ ପ୍ରତିଶତରେ ପହଞ୍ଚି ଯାଇଥିଲା ଏହି ବୃଦ୍ଧି ପରେ । ତେବେ ଗତ ମାସ କେନ୍ଦ୍ରରେ ବିଜେପି ସରକାର ଗଠନ ହୋଇଛି ଅନ୍ୟପଟେ ୪ଟି ରାଜ୍ୟରେ ନୂଆ ସରକାର ମଧ୍ୟ ଶପଥ ଗ୍ରହଣ କରିଥିଲା ।
ସିକିମର ନୂଆ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତାମଙ୍ଗ ଗତ ମାସ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ଏହା ପରେ ରାଜ୍ୟବାସୀଙ୍କୁ ଦେଇଥିଲେ ସେ ବଡ଼ ଉପହାର ।
ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଥିଲେ ନୂଆ ସରକାର । ଏହାପରେ କର୍ମଚାରୀଙ୍କ ଡିଏ ୪୬ ପ୍ରତିଶତରେ ପହଞ୍ଚି ଯାଇଥିଲା । ସେହିପରି ଗତ ମାସରେ ପଶ୍ଚିମବଙ୍ଗ ସରକାର ମଧ୍ୟ ୪ ପ୍ରତିଶତ ଡିଏ ବୃଦ୍ଧି କରିଥିଲେ । ଯାହାଫଳରେ କର୍ମଚାରୀଙ୍କ ଡିଏ ରେ ପରିବର୍ତ୍ତନ ହୋଇଥିଲା l
ତେବେ ଏହା ମଧ୍ୟରେ ଗୁଜରାଟ ସରକାର ମଧ୍ୟ ସରକାରୀ କର୍ମଚାରୀଙ୍କ ଡିଏ ୪ ପ୍ରତିଶତ ବୃଦ୍ଧି କରିଛନ୍ତି । ଭୂପେନ୍ଦ୍ର ପଟେଲଙ୍କ ଏହି ଘୋଷଣାରେ ରାଜ୍ୟର ୪.୭୧ ଲକ୍ଷ କର୍ମଚାରୀ ଏବଂ ୪.୭୩ ପେନସନଧାରୀ ଉପକୃତ ହେବେ ବୋଲି କୁହାଯାଉଛି । ଗତ ଜାନୁଆରୀ ମାସରୁ ଏହି ବର୍ଦ୍ଧିତ ଡିଏ ଲାଗୁ କରାଯିବ ବୋଲି ସୂଚନା ରହିଛି । ସବୁଠାରୁ ବଡ କଥା ହେଲା ଚଳିତ ବର୍ଷ ଜାନୁଆରୀ ମାସରୁ ଜୁନ ମାସ ପର୍ଯ୍ୟନ୍ତ ୬ ମାସର ବକେୟା ମହଙ୍ଗା ଭତ୍ତା କର୍ମଚାରୀଙ୍କୁ ୩ଟି କିସ୍ତିରେ ପ୍ରଦାନ କରାଯିବ । ରାଜ୍ୟ ସରକାରଙ୍କ ରାଜ୍ୟ ରାଜକୋଷରୁ ମୋଟ ୧୧୨୯.୫୧ କୋଟିର ଆର୍ଥିକ ବ୍ୟୟ କରାଯିବ କର୍ମଚାରୀଙ୍କ ପାଇଁ ।
ଅଧିକ ପଢ଼ନ୍ତୁ
Share your comments