News

୧ଯାଏଁ ଭୀଷଣ ଖରା;ରାଜ୍ୟର ୭ ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା

ଏବେ ଗ୍ରୀଷ୍ମର ନିଷ୍ଠୁର ରାଜୁତି ଆରମ୍ଭ ହୋଇଯାଇଛି । ଭୀଷଣ ତାତି ଅସ୍ତବ୍ୟସ୍ତ କଲାଣି । ଆଭ୍ୟନ୍ତରୀଣ ଅଞ୍ଚଳରେ ଅସ୍ୱାଭାବିକ ତାପମାତ୍ରା ବୃଦ୍ଧିରେ ଛଟପଟ ହେଉଛି ଜନଜୀବନ ।

30 March, 2022 10:20 AM IST By: Sudesna Nayak

ଏବେ ଗ୍ରୀଷ୍ମର ନିଷ୍ଠୁର ରାଜୁତି ଆରମ୍ଭ ହୋଇଯାଇଛି । ଭୀଷଣ ତାତି ଅସ୍ତବ୍ୟସ୍ତ କଲାଣି । ଆଭ୍ୟନ୍ତରୀଣ ଅଞ୍ଚଳରେ ଅସ୍ୱାଭାବିକ ତାପମାତ୍ରା ବୃଦ୍ଧିରେ ଛଟପଟ ହେଉଛି ଜନଜୀବନ ।

ସୂଚନା ଅନୁଯାୟୀ, ବଲାଙ୍ଗିର ସମେତ ରାଜ୍ୟର ୭ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଡେଇଁଛି । ଏସବୁ ଅଞ୍ଚଳରେ ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା ଅଧିକ ରହିଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, କେନ୍ଦ୍ରୀୟ ଭାରତ ଉପରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବା ଯୋଗୁ ଉତ୍ତର ଭାରତ ପଟୁ ଓଡ଼ିଶାକୁ ଶୁଷ୍କ ପବନ ପ୍ରବାହ ବଢ଼ିବ । ଏହା ତାପମାତ୍ରାକୁ ଆହୁରି ବଢ଼ାଇବ । ବୁଧବାର ଠାରୁ ସାରା ଓଡ଼ିଶାରେ ଦିନ ତାପମାତ୍ରା ପୂର୍ବାପେକ୍ଷା ଅଧିକ ବୃଦ୍ଧି ପାଇବ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ତାତି ଅନୁଭୂତ ହେବ । ୩ ଦିନ ଗ୍ରୀଷ୍ମ ଲହରୀ ଅନୁଭୂତ ହେବ ।

ଡହଡହ ଖରା (HOT)। ରାଜ୍ୟ ତମାମ ଏବେ ପ୍ରବଳ ଗରମ । ପାଣିପାଗ ବିଭାଗ ଚେତାଇ ଦେଲାଣି, ତାତି ଆହୁରି ବଢ଼ିବ । ଗୁରୁବାରଠାରୁ ଅସମ୍ଭାଳ ହେବ ଗ୍ରୀଷ୍ମର ଜ୍ୱାଳା (Heat Waves) । ପାରଦ ଆହୁରି ୨-୩ ଡିଗ୍ରୀ ବଢ଼ିବ । କାଳବୈଶାଖୀ ସମ୍ଭାବନା ବି ଦେଖାଯାଉନି ଆସନ୍ତା ୩ ଦିନ ଭିତରେ । ଏଥିରୁ ଅନୁମାନ କରାଯାଇପାରେ, ଆସନ୍ତା ୩ ଦିନ କିଭଳି ଅସ୍ୱାଭାବିକ ଗରମ ଅନୁଭୂତ ହେବ।

ରାଜ୍ୟରେ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି ଗ୍ରୀଷ୍ମ ପ୍ରବାହ (Heat Waves) । ଦିନକୁ ଦିନ ବଢ଼ୁଛି ତାପମାତ୍ରା । ଆଜି ରାଜ୍ୟର ୭ ରୁ ଅଧିକ ସ୍ଥାନରେ ୪୦ ଡିଗ୍ରୀରୁ ଅଧିକ ରହିଛି ତାପମାତ୍ରା । ୪୨.୧ ଡିଗ୍ରୀ ତାପମାତ୍ରା ସହିତ ଟିଟିଲାଗଡ଼ ସବୁଠାରୁ ଉତ୍ତପ୍ତ ସହର । ଝାରସୁଗୁଡ଼ାରେ ତାପମାତ୍ରା ୪୦.୪ ଡିଗ୍ରୀ ରହିଥିବା ବେଳେ ବଲାଙ୍ଗୀରରେ ତାପମାତ୍ରା ମଧ୍ୟ ୪୧.୪ ଡିଗ୍ରୀ ରହିଛି । ବୌଦ୍ଧରେ ତାପମାତ୍ରା ୪୦.୫ ଡିଗ୍ରୀ ରହିଛି ।

ପ୍ରକାଶ ଥାଉ ଯେ, ସେହିପରି ବାରିପଦାରେ ୪୦, , ହିରାକୁଦରେ ୪୦.୪ ଡିଗ୍ରୀ, ଭବାନୀପାଟଣାରେ ୪୦.୧, ସୋନପୁରରେ ୩୯.୭, କଟକ ଓ ଭୁବନେଶ୍ୱରରେ ୩୬.୫ ଏବଂ ସମ୍ୱଲପୁରରେ ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଆହୁରି ଛଟପଟ କରିବ ତାତି :୧ଯାଏଁ ଭୀଷଣ ଖରା, ୟେଲୋ ୱାର୍ଣ୍ଣିଂ ଜାରି

ଆହୁରି ବଢ଼ିବ ତାତି: ଭୀଷଣ ଖରାରେ ଅସ୍ତବ୍ୟସ୍ତ ଜୀବନ;୫ ଦିନ ଯାଏଁ କମିବନି ତାତି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)