1. କୃଷି ଖବର

ଆହୁରି ଛଟପଟ କରିବ ତାତି :୧ଯାଏଁ ଭୀଷଣ ଖରା, ୟେଲୋ ୱାର୍ଣ୍ଣିଂ ଜାରି

ଡହଡହ ଖରା । ରାଜ୍ୟ ତମାମ ଏବେ ପ୍ରବଳ ଗରମ । ପାଣିପାଗ ବିଭାଗ ଚେତାଇ ଦେଲାଣି, ତାତି ଆହୁରି ବଢ଼ିବ । ଗୁରୁବାର ଠାରୁ ଅସମ୍ଭାଳ ହେବ ଗ୍ରୀଷ୍ମର ଜ୍ୱାଳା । ପାରଦ ଆହୁରି ୨-୩ ଡିଗ୍ରୀ ବଢ଼ିବ ।

Sudesna Nayak
Sudesna Nayak
Heat Waves in Odisha

Heat Waves in Odisha

ଡହଡହ ଖରା । ରାଜ୍ୟ ତମାମ ଏବେ ପ୍ରବଳ ଗରମ । ପାଣିପାଗ ବିଭାଗ ଚେତାଇ ଦେଲାଣି, ତାତି ଆହୁରି ବଢ଼ିବ । ଗୁରୁବାର ଠାରୁ ଅସମ୍ଭାଳ ହେବ ଗ୍ରୀଷ୍ମର ଜ୍ୱାଳା (Heat Waves)। ପାରଦ ଆହୁରି ୨-୩ ଡିଗ୍ରୀ ବଢ଼ିବ ।

ସୂଚନା ଅନୁଯାୟୀ, ରାଜ୍ୟର ତାପମାତ୍ରା ଏବେ ଅପେକ୍ଷାକୃତ କମ୍‌ ରହିଥିବା ବେଳେ ଦିନକ ପରେ ପାରଦ ପୁଣି ଉପରମୁହାଁ ହେବ । ୩୦ ତାରିଖରୁ ଉତ୍ତର-ପଶ୍ଚିମ ତଥା ପଶ୍ଚିମ ଦିଗରୁ ରାଜ୍ୟକୁ ଉତ୍ତପ୍ତ ଶୁଷ୍କବାୟୁ ପ୍ରବାହ ହେବାର ସମ୍ଭାବନା ରହିଥିବାରୁ ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରି ଯାଏ ବୃଦ୍ଧି ପାଇବ । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ତାତି ଅନୁଭୂତ ହେବ । ଏପ୍ରିଲ ୧ ତାରିଖ ଯାଏଁ ଏପରି ତାତି (Hot) ଜାରି ରହିବ । ତେଣୁ ଏହି ୩ ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ (Yellow Warning)ଜାରି କରିଛି ।

ଆସନ୍ତା ୩୦ ତାରିଖରେ ବୌଦ୍ଧ ଜିଲ୍ଲା , ସୋନପୁର ଜିଲ୍ଲା ଓ ବଲାଙ୍ଗୀର ଜିଲ୍ଲା, ୩୧ ତାରିଖରେ ବୌଦ୍ଧ ଜିଲ୍ଲା , ସୋନପୁର ଜିଲ୍ଲା , ବଲାଙ୍ଗୀର ଜିଲ୍ଲା , କଳାହାଣ୍ଡି ଜିଲ୍ଲା , ଅନୁଗୁଳ ଜିଲ୍ଲା ଓ ସମ୍ବଲପୁର ଜିଲ୍ଲା ଏବଂ ୧ ତାରିଖରେ ବୌଦ୍ଧ ଜିଲ୍ଲା , ସୋନପୁର ଜିଲ୍ଲା , ବଲାଙ୍ଗୀର ଜିଲ୍ଲା , କଳାହାଣ୍ଡି ଜିଲ୍ଲା, ଅନୁଗୁଳ ଜିଲ୍ଲା ଓ ସମ୍ବଲପୁର ଜିଲ୍ଲା ଆଦି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ (Yellow Warning)ଜାରି ହୋଇଛି । ଏହି ସମୟରେ ନ ବାହାରିବା ଲାଗି କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି ।

ଗତ ୨୪ ଘଣ୍ଟାରେ ବାଲେଶ୍ବର ଜିଲ୍ଲାର କେତେକ ସ୍ଥାନରେ ହାଲୁକା କୁହୁଡ଼ି (FOG)ପଡ଼ିଥିଲା । ଉତ୍ତର ଆଭ୍ୟନ୍ତର ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶା ଓ ଉପକୂଳର କିଛି ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଛି । ସୋମବାର (Monday)ଦିନ ବି ରାଜ୍ୟର ୭ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା । ସେଥିମଧ୍ୟରୁ ୪୧ ଡିଗ୍ରି ତାପମାତ୍ରା ସହ ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ରାଜଧାନୀ ଭୁବନେଶ୍ବରର ସର୍ବାଧିକ ଦିନ ତାପମାତ୍ରା ୩୭.୨ଡିଗ୍ରି ରହିଥିଲା ।

ପ୍ରକାଶ ଥାଉ ଯେ, ଆସନ୍ତାକାଲି ଭୁବନେଶ୍ବର ସମେତ ଏହାର ଆଖପାଖ ଅଞ୍ଚଳର ଆକାଶ ନିର୍ମଳ ରହିବ । ଅପରାହ୍‌ଣ ସୁଦ୍ଧା ଆଂଶିକ ମେଘୁଆ ହେବାର ସମ୍ଭାବନା ରହିଥିବା ବେଳେ ସର୍ବୋଚ୍ଚ ୩୮ ଡିଗ୍ରି ଓ ସର୍ବନିମ୍ନ ୨୬ ଡିଗ୍ରି ମଧ୍ୟରେ ତାପମାତ୍ରା ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ।

ଆହୁରି ବଢ଼ିବ ତାତି: ଭୀଷଣ ଖରାରେ ଅସ୍ତବ୍ୟସ୍ତ ଜୀବନ;୫ ଦିନ ଯାଏଁ କମିବନି ତାତି

ଅସ୍ତବ୍ୟସ୍ତ କରିବ ତାତି : ୩ ଡିଗ୍ରୀ ଯାଏଁ ବଢିବ ପାରଦ,ସୂଚନା ଦେଲା ପାଣିପାଗ ବିଭାଗ

 

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments