1. କୃଷି ଖବର

ଅସ୍ତବ୍ୟସ୍ତ କରିବ ତାତି : ୩ ଡିଗ୍ରୀ ଯାଏଁ ବଢିବ ପାରଦ,ସୂଚନା ଦେଲା ପାଣିପାଗ ବିଭାଗ

ସିଝିବେ ଆଭ୍ୟନ୍ତରୀଣ ଓଡ଼ିଶାବାସୀ । ସ୍ୱାଭାବିକ ଠୁ ବଢ଼ିବ ୨ ରୁ ୩ ଡିଗ୍ରୀ ସେଲସିୟସ୍‌ ତାତି (Hot) । ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛନ୍ତି ।

Sudesna Nayak
Sudesna Nayak
weather Hot in odisha news

weather Hot in odisha news

ସିଝିବେ ଆଭ୍ୟନ୍ତରୀଣ ଓଡ଼ିଶାବାସୀ । ସ୍ୱାଭାବିକ ଠୁ ବଢ଼ିବ ୨ ରୁ ୩ ଡିଗ୍ରୀ ସେଲସିୟସ୍‌ ତାତି (Hot) । ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛନ୍ତି ।

ସୂଚନା ଅନୁଯାୟୀ, ଗୁରୁବାର (Thursday)୪୧.୪ ଡିଗ୍ରୀ ସେଲସିୟସ୍‌ ସହ ଟିଟିଲାଗଡ଼ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିଲା । ସେହିପରି ୧୨ ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ଉପରେ ଥିଲା ।

ବଲାଙ୍ଗିର ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ୪୧.୩ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ସମ୍ୱଲପୁର ଜିଲ୍ଲା ଓ ବୌଦ୍ଧ ଜିଲ୍ଲାରେ ୪୦, ଝାରସୁଗୁଡ଼ା ଜିଲ୍ଲାରେ ୩୯.୮, ଭବାନିପାଟଣାରେ ୩୯.୬, ବାରିପଦା ଜିଲ୍ଲାରେ ୩୯.୫, ସୋନପୁରରେ ୩୯.୨, ଅନୁଗୁଳ ଜିଲ୍ଲାରେ ୩୯.୧, ସୁନ୍ଦରଗଡ଼ ଜିଲ୍ଲା, ତାଳଚେର ଜିଲ୍ଲା ଓ ନୟାଗଡ଼ ଜିଲ୍ଲାରେ ୩୯, ଭୁବନେଶ୍ୱରରେ ୩୫.୬ ଏବଂ କଟକରେ ୩୫ ଡିଗ୍ରୀ ସେଲସିୟସ୍‌ ସର୍ବୋଚ୍ଚ ତାପମାତ୍ରା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।

ଆଗାମୀ ଦିନରେ ରାଜ୍ୟରେ ତାତି (Hot) ଜାରି ରହିବ । ଏବେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକ ଠୁ ୨ରୁ ୩ ଡିଗ୍ରୀ ଅଧିକ ରହୁଥିବାବେଳେ ଆଗାମୀ ଦିନରେ ବି ୩ ଡିଗ୍ରୀ ପର୍ଯ୍ୟନ୍ତ ତାତି ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌. ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ।

ପ୍ରକାଶ ଥାଉ ଯେ, ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, ଅନୁଗୁଳ ଜିଲ୍ଲା, କନ୍ଧମାଳ ଜିଲ୍ଲା, କୋରାପୁଟ ଜିଲ୍ଲା, ମାଲକାନଗିରି ଜିଲ୍ଲା ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା (RAIN) ହେବ ବୋଲି ଶ୍ରୀ ଏଚ୍‌. ବିଶ୍ୱାସ ଆକଳନ କରି କହିଛନ୍ତି ।

ପ୍ରଚଣ୍ଡ ଖରାରେ ଅଦିନିଆ ବର୍ଷା, ଆଜି ଠୁ ଏହି ସବୁ ଜିଲ୍ଲାରେ ବର୍ଷିବ

ରାଜ୍ୟରେ ଚାରି ଦିନ ଅଦିନିଆ ବର୍ଷା; ଆଜିଠୁ ଏହି ସବୁ ଜିଲ୍ଲାରେ ବର୍ଷିବ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments